ବରଯାତ୍ରୀରେ କୁଲର
ମଧ୍ୟପ୍ରଦେଶର ଦେୱାସରୁ ଏକ ଆଶ୍ଚର୍ଯ୍ୟଜନକ ତଥା ନିଆରା ବିବାହ ଶୋଭାଯାତ୍ରାର ଖବର ସାମ୍ନାକୁ ଆସିଛି । ଯାହା ଏବେ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି । ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ମାତ୍ ଦେବା ପାଇଁ ଏକ ବିବାହର ବରଯାତ୍ରୀରେ ଏକ ଅଭିନବ ଉପାୟ ଆପଣାଯାଇଥିଲା । ଏଠାରେ ବରଯାତ୍ରୀଙ୍କୁ ଖରାରୁ ରକ୍ଷା କରିବା ପାଇଁ ଶୋଭାଯାତ୍ରାରେ ପ୍ରାୟ ୨୦ଟି ଏୟାର କୁଲର ବ୍ୟବହାର କରାଯାଇଥିଲା । ଏହି କୁଲରଗୁଡ଼ିକୁ ଛୋଟ ଛୋଟ ଟ୍ରଲିରେ ଲଗାଯାଇ ବରଯାତ୍ରୀଙ୍କ ଚାରିପଟେ ବୁଲାଯାଉଥିଲା, ଯାହାଫଳରେ ପ୍ରବଳ ଖରା ସତ୍ତ୍ୱେ ବରଯାତ୍ରୀମାନେ ଥଣ୍ଡା ପବନର ଆନନ୍ଦ ନେବା ସହ ଆରାମରେ ନାଚି ପାରିଥିଲେ । ସୂଚନାଯୋଗ୍ୟ ଯେ, ଏପ୍ରିଲ ଏବଂ ମେ ମାସରେ ମଧ୍ୟପ୍ରଦେଶର ତାପମାତ୍ରା ପ୍ରାୟତଃ ୪୨ ଡିଗ୍ରୀ ସେଲସିଅସ ରୁ ୪୫ ଡିଗ୍ରୀ ସେଲସିଅସ ମଧ୍ୟରେ ରହିଥାଏ । ଏହି ଦେଶୀ ଯୋଗାଡ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
Tags:



