୬୦ ବର୍ଷର ପୋଡା ତେଲରେ ରୋଷେଇ

୬୦ ବର୍ଷର ପୋଡା ତେଲରେ ରୋଷେଇ
Ipsita Picture
By: Ipsita
Published On

 

ଜାପାନର ଏକ ପ୍ରସିଦ୍ଧ ଫ୍ରାଏଡ୍ ଚିକେନ୍ ରେଷ୍ଟୁରାଣ୍ଟର ସବୁଠାରୁ ବଡ଼ ବିଶେଷତ୍ୱ ଏହାର ମସଲା ନୁହେଁ, ବରଂ ଏଠାରେ ବ୍ୟବହାର କରାଯାଉଥିବା ୬୦ ବର୍ଷରୁ ଅଧିକ ବର୍ଷର ରୋଷେଇ ତେଲ । କଥାଟି ଅବିଶ୍ବାସ ଲାଗିଲେ ମଧ୍ୟ ସତ୍ୟ । ସୂଚନା ଅନୁସାରେ ନିକଟରେ 'ଜାପାନ ଫ୍ରାଇଡ୍ ଚିକେନ୍ ଗ୍ରାଣ୍ଡ୍ ପ୍ରିକ୍ସ'ରେ ଗୋଲ୍ଡ ମେଡାଲ୍ ଜିତିଥିବା ଏହି 'ୱାକାତୋରୀ ରେଷ୍ଟୁରାଣ୍ଟ'ର ମାଲିକ ୟୋଶିହିରୋ ତ୍ସଚିୟା ନିଜ ସ୍ୱାଦର ସିକ୍ରେଟ୍ ପ୍ରକାଶ କରି କହିଛନ୍ତି । ଚିକେନ୍ର ଏହି ବିଶେଷ ସ୍ୱାଦ ସେହି ତେଲରୁ ହିଁ ଆସିଥାଏ ଯାହାକୁ ରେଷ୍ଟୁରାଣ୍ଟ ଆରମ୍ଭ ହେବା ସମୟ ଅର୍ଥାତ୍ ୧୯୬୦ ଦଶକରୁ କ୍ରମାଗତ ଭାବେ ବ୍ୟବହାର କରାଯାଉଛି । ରେଷ୍ଟୁରାଣ୍ଟ ପକ୍ଷରୁ କୁହାଯାଇଛି ଯେ ଏହି ତେଲକୁ ପ୍ରତିଦିନ ଭଲ ଭାବରେ ସଫା ଏବଂ ଫିଲ୍ଟର କରାଯାଏ, ସେଥିରେ ଥିବା ଖାଦ୍ୟ କଣିକାଗୁଡ଼ିକୁ ବାହାର କରି ଦିଆଯାଏ ଏବଂ ପରେ ସେଥିରେ ନୂଆ ତେଲ ମିଶାଯାଇଥାଏ । ମାତ୍ର ଅନ୍ୟପଟେ ଫୁଡ୍ ସେଫ୍ଟି ଏକ୍ସପର୍ଟମାନେ ଏନେଇ ଚେତାବନୀ ଦେଇ କହିଛନ୍ତି ଯେ ତେଲକୁ ବାରମ୍ବାର ଗରମ କରିବା ଦ୍ୱାରା ସେଥିରେ କ୍ଷତିକାରକ ଉପାଦାନ ଏବଂ କ୍ୟାନ୍ସର ଆଶଙ୍କା ବଢ଼ାଉଥିବା କମ୍ପାଉଣ୍ଡ ସୃଷ୍ଟି ହୋଇପାରେ । ସୋସିଆଲ ମିଡିଆରେ ଏହି ରେସ୍ତୁରାଣ୍ଟକୁ ଲୋକ ବିରୋଧ କରୁଥିବାର ଦେଖିବାକୁ ମିଳୁଛି ।

Tags: