ମହାକାଶରେ ରୋଷେଇ

ମହାକାଶରେ ବୈଜ୍ଞାନିକମାନେ ପ୍ରତ୍ୟହ ନୂଆ ନୂଆ ଏକ୍ସପେରିମେଣ୍ଟ କରିବାରେ ଲାଗିପଡିଛନ୍ତି । କିଛିଦିନ ତଳେ ଏକ ଭିଡିଓ ସାମନାକୁ ଆସିଥିଲା, ଯେଉଁଥିରେ ଜିରୋ ଗ୍ରାଭିଟିରେ ଜଣେ ବ୍ୟକ୍ତି ମହାକାଶରେ ଓଦା ଟାଉଲ୍‌କୁ ଚିପୁଡିବାର ଦୃଶ୍ୟ କଏଦ୍‌ ହୋଇଥିଲା । ଏହା ଦେଖି ଲୋକେ ବେଶ୍‌ ଆଶ୍ଚର୍ଯ୍ୟ ହୋଇଥିଲେ । ମାତ୍ର ବର୍ତ୍ତମାନ ଏମିତି ଏକ ଭିଡିଓ ଭାଇରାଲ୍‌ ହୋଇଛି, ଯେଉଁଥିରେ ମହାକାଶରେ ସଫଳତାପୂର୍ବକ ରୋଷେଇ କରାଯାଇଥିବା ଦେଖିବାକୁ ମିଳୁଛି । ମହାକାଶରେ ରୋଷେଇ କରିବା ଅତ୍ୟନ୍ତ ଦୁର୍ଲଭ […]

Samaya Live Picture
Published On

ମହାକାଶରେ ବୈଜ୍ଞାନିକମାନେ ପ୍ରତ୍ୟହ ନୂଆ ନୂଆ ଏକ୍ସପେରିମେଣ୍ଟ କରିବାରେ ଲାଗିପଡିଛନ୍ତି । କିଛିଦିନ ତଳେ ଏକ ଭିଡିଓ ସାମନାକୁ ଆସିଥିଲା, ଯେଉଁଥିରେ ଜିରୋ ଗ୍ରାଭିଟିରେ ଜଣେ ବ୍ୟକ୍ତି ମହାକାଶରେ ଓଦା ଟାଉଲ୍‌କୁ ଚିପୁଡିବାର ଦୃଶ୍ୟ କଏଦ୍‌ ହୋଇଥିଲା । ଏହା ଦେଖି ଲୋକେ ବେଶ୍‌ ଆଶ୍ଚର୍ଯ୍ୟ ହୋଇଥିଲେ । ମାତ୍ର ବର୍ତ୍ତମାନ ଏମିତି ଏକ ଭିଡିଓ ଭାଇରାଲ୍‌ ହୋଇଛି, ଯେଉଁଥିରେ ମହାକାଶରେ ସଫଳତାପୂର୍ବକ ରୋଷେଇ କରାଯାଇଥିବା ଦେଖିବାକୁ ମିଳୁଛି । ମହାକାଶରେ ରୋଷେଇ କରିବା ଅତ୍ୟନ୍ତ ଦୁର୍ଲଭ । ମହାକାଶଯାତ୍ରୀଙ୍କୁ ସାଧାରଣତଃ ନିଜ ମିଶନ୍‌ ସମୟରେ ବିଶେଷ ରୂପେ ପ୍ରସ୍ତୁତ ଏବଂ ପ୍ୟାକ୍‌ ହୋଇଥିବା ଖାଦ୍ୟ ଉପରେ ନିର୍ଭର କରିବାକୁ ପଡେ । ମାତ୍ର ଏକ ଗବେଷଣା ଅନ୍ତର୍ଗତ ଏହି ରୋଷେଇ କରାଯାଇଛି । ୟୁରୋପୀୟ ସ୍ପେସ୍‌ ଏଜେନ୍ସି ତରଫରୁ ଏହି ଭିଡିଓକୁ ଶେୟାର କରାଯାଇଥିବାବେଳେ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ୍‌ରେ ଜିରୋ ଗ୍ରାଭିଟିରେ ବୈଜ୍ଞାନିକମାନେ ଆଳୁ ଚି«କୁ ଫ୍ରାଏ କରୁଥିବା ଏହି ଭିଡିଓଟିରେ ଦେଖାଯାଇଛି । ଜିରୋ ଗ୍ରାଭିଟିରେ ରୋଷେଇ କରିବା ଆଦୌ ସହଜ କଥା ନୁହେଁ । ତେଣୁ ଏଥିପାଇଁ ସେମାନଙ୍କୁ ପାରାବୋଲିକ୍‌ ଫ୍ଲାଇଟ୍ସର ସହଯୋଗ ନେବାକୁ ପଡିଛି । ଏହାପରେ ଏକ ବିଶେଷ ଉପକରଣ ସାହାଯ୍ୟରେ ଗବେଷକମାନେ ଆଳୁ ଫ୍ରାଏ ପ୍ରକ୍ରିୟାକୁ ଆପଣାଇଥିଲେ । ଫଳରେ ଜିରୋ ଗ୍ରାଭିଟି ବା କମ୍‌ ଗୁରୁତ୍ୱାକର୍ଷଣରେ ତେଲରେ ଆଳୁ ସଫଳ ରୂପେ ଫ୍ରାଏ ହେଲା ଏବଂ ଏହା ଉପରକୁ ଉଠିବାକୁ ଲାଗିଲା । ଏହି ଭିଡିଓଟିକୁ ୩ ହଜାରରୁ ଅଧିକ ଲାଇକ୍‌ ମିଳଥିବାବେଳେ ୟୁଜର୍ସମାନେ ଏହାକୁ ଆମାଜିଙ୍ଗ୍‌ ବୋଲି କହିଛନ୍ତି ।

Tags: