ମାନବ ବର୍ଜ୍ୟବସ୍ତୁରୁ ପ୍ରସ୍ତୁତ ହେବ କଂକ୍ରିଟ

ମାନବ ବର୍ଜ୍ୟବସ୍ତୁରୁ ପ୍ରସ୍ତୁତ ହେବ କଂକ୍ରିଟ
Ipsita Picture
By: Ipsita
Published On

 

ଭାରତର ବିଜ୍ଞାନୀମାନେ ମାନବ ବର୍ଜ୍ୟବସ୍ତୁକୁ ବ୍ୟବହାର କରି ଏକ ନୂତନ ପ୍ରକାରର କଂକ୍ରିଟ୍ ପ୍ରସ୍ତୁତ କରିଛନ୍ତି, ଯାହା ସାଧାରଣ କଂକ୍ରିଟ୍ ତୁଳନାରେ ଯଥେଷ୍ଟ ଅଧିକ ଶକ୍ତିଶାଳୀ ହୋଇପାରିବ । ମଣିପାଲ ୟୁନିଭରସିଟି ଜୟପୁରର ସିଭିଲ୍ ଇଞ୍ଜିନିୟର ରଘୁବେଶ ତିୱାରୀଙ୍କ ନେତୃତ୍ୱରେ ଗବେଷକ ଦଳ ୱାରଙ୍ଗଲ୍ର ଏକ ଟ୍ରିଟମେଣ୍ଟ ପ୍ଲାଣ୍ଟରୁ ସଂଗୃହିତ ମାନବ ବର୍ଜ୍ୟବସ୍ତୁରୁ ପ୍ରସ୍ତୁତ 'ବାୟୋଚାର୍' ବ୍ୟବହାର କରି ଏହି ସଫଳତା ପାଇଛନ୍ତି । ଏହି ପ୍ରକ୍ରିୟାରେ ପ୍ରସୋଧିତ ସୁଏଜ୍ ସ୍ଲଜ୍କୁ ଶୁଖାଇ ୩୫୦ରୁ ୪୫୦ ଡିଗ୍ରୀ ସେଲସିୟସ ତାପମାତ୍ରାରେ ବିନା ଅକ୍ସିଜେନ୍ରେ ଗରମ କରାଯାଇ ଏକ ସୂକ୍ଷ୍ମ ଗୁଣ୍ଡ ବା ବାୟୋଚାର୍ରେ ପରିଣତ କରାଯାଇଥିଲା । ଗବେଷକମାନେ କଂକ୍ରିଟ୍ରେ ସିମେଣ୍ଟର ୫%, ୧୦% ଏବଂ ୧ % ଫାବ୍ରିକ ବଦଳରେ ଏହି ବାୟୋଚାର୍ ମିଶାଇ ଏହାର ଶକ୍ତି, ଜଳ ଶୋଷଣ, ସଂକୁଚନ ଓ ରନ୍ଧ୍ରତା ପରୀକ୍ଷା କରିଥିଲେ । ୯୧ ଦିନର କ୍ୟୁରିଂ ପରେ ୫% ବାୟୋଚାର୍ ଥିବା କଂକ୍ରିଟ୍ରେ କମ୍ପ୍ରେସିଭ୍ ଷ୍ଟ୍ରେନ୍ଥ ୨୦% ଏବଂ ଫ୍ଲେକ୍ସୁରାଲ୍ ଷ୍ଟ୍ରେନ୍ଥ ୩୬% ବୃଦ୍ଧି ପାଇଥିବା ବେଳେ ୧୦% ମିଶ୍ରଣରେ ଫ୍ଲେକ୍ସୁରାଲ୍ ଷ୍ଟ୍ରେନ୍ଥ ୪୨% ଏବଂ କମ୍ପ୍ରେସିଭ୍ ଷ୍ଟ୍ରେନ୍ଥ ୨୧% ବୃଦ୍ଧି ପାଇଥିଲା । ବିଜ୍ଞାନୀଙ୍କ ମତରେ, ବାୟୋଚାର୍ରେ ଥିବା ସିଲିକା ଏବଂ ଏହାର ଜଳ ଶୋଷଣ କରି ଧୀରେ ଧୀରେ ଛାଡ଼ିବାର କ୍ଷମତା କଂକ୍ରିଟ୍କୁ ମଜବୁତ୍ କରିବାରେ ସାହାଯ୍ୟ କରେ। ତେବେ ୧୫% ମିଶ୍ରଣରେ କଂକ୍ରିଟ୍ରେ ଫାଟ ଓ ରନ୍ଧ୍ରତା ବଢ଼ିବା ସହ ଶକ୍ତି କମିଯାଇଥିଲା । ପ୍ରକୃତ ନିର୍ମାଣ କାର୍ଯ୍ୟରେ ବ୍ୟବହାର କରିବା ପୂର୍ବରୁ ଅତ୍ୟଧିକ ତାପମାତ୍ରା, ଲୁଣିଆ ପରିବେଶ, ବରଫପାତ ଏବଂ ଭାରୀ ଧାତୁ ନିର୍ଗତ ହେବାର ସମ୍ଭାବନା ଉପରେ ଅଧିକ ଗବେଷଣା ଆବଶ୍ୟକ ବୋଲି ବୈଜ୍ଞାନିକମାନେ ପ୍ରକାଶ କରିଛନ୍ତି ।

Tags: