କମ୍ପ୍ୟୁଟର ଓ ପିଠି ଯନ୍ତ୍ରଣା

କମ୍ପ୍ୟୁଟରରେ ଦୀର୍ଘ ସମୟ ଧରି କାମ କରୁଛନ୍ତି କି ? ଯଦି କରୁଛନ୍ତି ତେବେ ସାବଧାନ ହୋଇଯାଆନ୍ତୁ । କାରଣ ଏହାଦ୍ୱାରା ଅନ୍‌ଲାଇନ୍‌ ସ୍ପାଇନ୍‌ ରୋଗ ହେବାର ସମ୍ଭାବନା ରହିଛି । ଅଧିକ ସମୟ ଧରି କମ୍ପ୍ୟୁଟର ସାମନାରେ ବସିରହିବା ଦ୍ୱାରା ପିଠି ଓ ବେକରେ ଗଭୀର ଯନ୍ତ୍ରଣା ହୋଇଥାଏ । ମାତ୍ର ଏହି କଷ୍ଟକୁ ଆଦୌ ଅଣଦେଖା କରିବା ଉଚିତ୍‌ ନୁହେଁ । କାହିଁକି ନା ଏହା ଆପଣଙ୍କର ପୂରା ଶରୀରକୁ ପ୍ରଭାବ ପକାଇପାରେ । […]

Samaya Live Picture
Published On

କମ୍ପ୍ୟୁଟରରେ ଦୀର୍ଘ ସମୟ ଧରି କାମ କରୁଛନ୍ତି କି ? ଯଦି କରୁଛନ୍ତି ତେବେ ସାବଧାନ ହୋଇଯାଆନ୍ତୁ । କାରଣ ଏହାଦ୍ୱାରା ଅନ୍‌ଲାଇନ୍‌ ସ୍ପାଇନ୍‌ ରୋଗ ହେବାର ସମ୍ଭାବନା ରହିଛି । ଅଧିକ ସମୟ ଧରି କମ୍ପ୍ୟୁଟର ସାମନାରେ ବସିରହିବା ଦ୍ୱାରା ପିଠି ଓ ବେକରେ ଗଭୀର ଯନ୍ତ୍ରଣା ହୋଇଥାଏ । ମାତ୍ର ଏହି କଷ୍ଟକୁ ଆଦୌ ଅଣଦେଖା କରିବା ଉଚିତ୍‌ ନୁହେଁ । କାହିଁକି ନା ଏହା ଆପଣଙ୍କର ପୂରା ଶରୀରକୁ ପ୍ରଭାବ ପକାଇପାରେ । ପଶ୍ଚିମ ଦେଶଗୁଡିକରେ ଏହାକୁ ଅନ୍‌ଲାଇନ୍‌ ସ୍ପାଇନ୍‌ ବୋଲି କୁହାଯାଉଛି । ଆମେରିକାରେ କମ୍ପୁ୍ୟଟରରେ କାମ କରୁଥିବା ୨ ହଜାର ଲୋକଙ୍କୁ ନେଇ ଏକ ରିସର୍ଚ୍ଚ କରାଯାଇଛି । ଅଧିକ ସମୟ କମ୍ପୁ୍ୟଟର ସାମନାରେ ବସିରହିବା ବେକ ଓ ପିଠି ପାଇଁ ସବୁଠୁ ବଡ ବିପଦ ବୋଲି ଏହି ରିସର୍ଚ୍ଚରୁ ଜଣାପଡିଛି । ଏହି କଷ୍ଟରୁ ନିଜ ଶରୀରକୁ ରକ୍ଷା କରିବା ଲାଗି ବିଶେଷଜ୍ଞମାନେ ନିଜନିଜର ମତ ଦେଇଛନ୍ତି ।

କର୍ମସ୍ଥଳୀର ଆକଳନ

ମାସାଚୁ୍ୟସେଟ୍ସର ଶାରୀରିକ ଚିକିତ୍ସା ବିଶେଷଜ୍ଞ ଏଡ୍‌ୱର୍ଡ ବେଇ କହିଛନ୍ତି ଯେ ଘର ହେଉ କିମ୍ବା ଅଫିସ୍‌, ସର୍ବପ୍ରଥମେ କାମ କରୁଥିବା ସ୍ଥାନର ଆକଳନ କରିବା ଆବଶ୍ୟକ । ଏଥିପାଇଁ କର୍ମସ୍ଥଳୀ ସହିତ କର୍ମଚାରୀମାନଙ୍କର ସମ୍ପର୍କ ଭଲ ରହିବ ଉଚିତ୍‌ । କମ୍ପୁ୍ୟଟର ସାମନାରେ କାମ କରୁଥିଲେ ବଙ୍କା ହୋଇ ବସିବା ପରିବର୍ତ୍ତେ ସିଧା ବସିବା ଉଚିତ୍‌ । ଏହାସହ ଆପଣଙ୍କ ଦୁଇହାତ ସଠିକ୍‌ ଆଙ୍ଗେଲ୍‌ରେ ଏବଂ ସ୍କ୍ରିନ୍‌ ଆଖି ସିଧାରେ ରିହବା ଆବଶ୍ୟକ ।

ବ୍ରେକ୍‌ ନିଅନ୍ତୁ

ମେୟୋ କ୍ଲିନିକ୍‌ରେ ଶାରୀରିକ ଚିକିତ୍ସାର ସହାୟକ ପ୍ରଫେସର କାରା ପ୍ରାଇଡକ୍ସଙ୍କ କହିବା ମୁତାବକ, ଯଦି ଆପଣ ଅନ୍‌ଲାଇନ୍‌ ସ୍ପାଇନ୍‌ ସମସ୍ୟାକୁ କମ୍‌ କରିବା ପାଇଁ ଚାହୁଁଛନ୍ତି ତେବେ ପ୍ରତି ଅଧଘଣ୍ଟାରେ ଚାଲିବା ପାଇଁ ଏକ ଟାଇମର୍‌ ସେଟ୍‌ କରନ୍ତୁ । କିଛି ମିନିଟ୍‌ ପାଇଁ ହେଉ ପଛକେ କାମରୁ ବ୍ରେକ୍‌ ନିଅନ୍ତୁ ।

ଶରୀରକୁ ଷ୍ଟ୍ରେଚ୍‌ କରନ୍ତୁ

ଯୋଗାଚାର୍ଯ୍ୟ ଜସମିନ ଷ୍ଟେନଲୀ କହିଛନ୍ତି ଯେ ଏହି କଷ୍ଟରୁ ମୁକ୍ତି ପାଇବା ପାଇଁ କାମ କରିବା ସମୟରେ ପିଠି ଦରଜ ହେଉଥିଲେ ସିମ୍ପଲ ଷ୍ଟ୍ରେଚିଂ ପ୍ରୋସେସ୍‌ ଆପଣାନ୍ତୁ । ଏହାଦ୍ୱାରା ଆପଣଙ୍କୁ ରିଲାକ୍ସ ଲାଗିବ । ଏହାକୁ ଆପଣ ବସି ବସି ବି କରିପାରିବେ । ପିଠି, କାନ୍ଧ ଏବଂ ବେକ ପାଇଁ ଭିନ୍ନ ଭିନ୍ନ ଷ୍ଟ୍ରେଚିଂ ଏକ୍ସରସାଇଜ୍‌ କରିପାରିବେ ।

ଖାଦ୍ୟପେୟର ସମୟ

ସବୁଠୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଖାଦ୍ୟପେୟର ସମୟ । ଏହା ସଠିକ୍‌ ରହିଲେ ଯେକୌଣସି ସମସ୍ୟାକୁ ବି ଆପଣ ସାମନା କରିପାରିବେ । ତେଣୁ କମ୍ପ୍ୟୁଟରରେ ଅଧିକ ସମୟ ଧରି କାମ କରିବା ବେଳେ ମଝିରେ ମଝିରେ ସ୍ୱାସ୍ଥ୍ୟକର ଖାଇବା ଖାଆନ୍ତୁ । ଏଥିରେ ଫ୍ରୁଟ୍ସ ଏବଂ ସ୍ନାକ୍ସ ଆଇଟମ୍‌ ମଧ୍ୟ ରଖିପାରିବେ ।

Tags: