ମସ୍ତିଷ୍କରୁ କମ୍ପ୍ୟୁଟର ନିର୍ମାଣ !

ସୁଇଜରଲାଣ୍ଡର ଏକ କମ୍ପାନୀ ଫାଇନାଲ ସ୍ପାର୍କ ଲାବ ମଣିଷ ମସ୍ତିଷ୍କର ନ୍ୟୁରୋନ୍ସକୁ ବ୍ୟବହାର କରି କମ୍ପ୍ୟୁଟରର ନିର୍ମାଣ କରୁଥିବା ସୂଚନା ମିଳିଛି । ବୈଜ୍ଞାନିକଙ୍କ ମତରେ ମସ୍ତିଷ୍କର କାର୍ଯ୍ୟଦକ୍ଷତା ସମସ୍ତ କମ୍ପ୍ୟୁଟର ଠାରୁ ଅଧିକ । ତେଣୁ ମସ୍ତିଷ୍କର ଜୀବନ୍ତ ସେଲ୍‌କୁ ଇଲେକଫ୍ରିକ ସିଗନାଲ ସାହାଯ୍ୟରେ ଟ୍ରେନିଂ ଦେବା ଆରମ୍ଭ କରିଛନ୍ତି । ଏହାପୂର୍ବରୁ ବୈଜ୍ଞାନିକମାନେ ଡିସ୍‌ବ୍ରେନ ନାମକ ଏକ ପରୀକ୍ଷଣ କରିଥିଲେ । ଯେଉଁଥିରେ ମସ୍ତିଷ୍କର କୋଷିକା ବା ସେଲ ଗୁଡିକୁ ଭିଡିଓ ଗେମ ଖେଳିବା […]

ମସ୍ତିଷ୍କରୁ କମ୍ପ୍ୟୁଟର ନିର୍ମାଣ !
Samaya Live Picture
Published On

ସୁଇଜରଲାଣ୍ଡର ଏକ କମ୍ପାନୀ ଫାଇନାଲ ସ୍ପାର୍କ ଲାବ ମଣିଷ ମସ୍ତିଷ୍କର ନ୍ୟୁରୋନ୍ସକୁ ବ୍ୟବହାର କରି କମ୍ପ୍ୟୁଟରର ନିର୍ମାଣ କରୁଥିବା ସୂଚନା ମିଳିଛି । ବୈଜ୍ଞାନିକଙ୍କ ମତରେ ମସ୍ତିଷ୍କର କାର୍ଯ୍ୟଦକ୍ଷତା ସମସ୍ତ କମ୍ପ୍ୟୁଟର ଠାରୁ ଅଧିକ । ତେଣୁ ମସ୍ତିଷ୍କର ଜୀବନ୍ତ ସେଲ୍‌କୁ ଇଲେକଫ୍ରିକ ସିଗନାଲ ସାହାଯ୍ୟରେ ଟ୍ରେନିଂ ଦେବା ଆରମ୍ଭ କରିଛନ୍ତି । ଏହାପୂର୍ବରୁ ବୈଜ୍ଞାନିକମାନେ ଡିସ୍‌ବ୍ରେନ ନାମକ ଏକ ପରୀକ୍ଷଣ କରିଥିଲେ । ଯେଉଁଥିରେ ମସ୍ତିଷ୍କର କୋଷିକା ବା ସେଲ ଗୁଡିକୁ ଭିଡିଓ ଗେମ ଖେଳିବା ଶିଖାଯାଇଥିଲା । କିନ୍ତୁ ଏହି ସେଲ ଗୁଡିକ ମାତ୍ର ୪ମାସ ଜୀବନ୍ତ ରହିପାରିଥିଲେ । ତେଣୁ ବର୍ତ୍ତମାନ ବୈଜ୍ଞାନିକଙ୍କ ପାଇଁ ଏହି ସେଲ ଗୁଡିକର ଜୀବନ ବଢାଇବା ଏକ ଚାଲେଞ୍ଜରେ ପରିଣତ ହୋଇଛି । ଏହି ସମସ୍ୟାର ସମାଧାନ ହୋଇପାରିଲେ ଜୀବନ୍ତ ମସ୍ତିଷ୍କ କୋଷରୁ କମ୍ପ୍ୟୁଟର ନିର୍ମାଣ ଆହୁରି ସହଜ ଓ ସରଳ ହୋଇପାରିବ ।

Tags: