ମମଦାନୀଙ୍କ ଭଳି ଦେଖାଯିବାକୁ ପ୍ରତିଯୋଗିତା

ମମଦାନୀଙ୍କ ଭଳି ଦେଖାଯିବାକୁ ପ୍ରତିଯୋଗିତା
Ipsita Picture
By: Ipsita
Published On

 

ନ୍ୟୁୟର୍କ ସହରର ୱାଶିଂଟନ୍ ସ୍କୋୟାର୍ ପାର୍କ ନିକଟରେ ମେୟର ଜୋହରାନ୍ ମମଦାନୀଙ୍କ ଭଳି ଦିଶୁଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ଏକ ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି । ଯେଉଁଥିରେ ୯ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ । ସମସ୍ତ ପ୍ରତିଯୋଗୀ ନିଜର ଲୁକ୍, ହେୟାରଷ୍ଟାଇଲ୍, ଦାଢ଼ି ଏବଂ ପୋଷାକ ମାଧ୍ୟମରେ ମମଦାନୀଙ୍କ ଭଳି ଦେଖାଯିବାକୁ ଚେଷ୍ଟା କରିଥିଲେ । ଏହି ପ୍ରତିଯୋଗିତାରେ ଅଂଶଗ୍ରହଣକାରୀଙ୍କୁ କେବଳ ଗୋଟିଏ ପ୍ରଶ୍ନ ପଚାରାଯାଇଥିଲା ଯେ ସେମାନଙ୍କର ପସନ୍ଦର ପିଜା କେଉଁଟି । ଏହା ପରେ ଦର୍ଶକଙ୍କ କରତାଳି ଆଧାରରେ ବିଜେତା ଚୟନ କରାଯାଇଥିଲା । ସବୁଠାରୁ ଅଧିକ ତାଳି ପାଇ ଅମେଡିଓ ଫୁସ୍କା ବିଜେତା ହୋଇଥିଲେ ଏବଂ ତାଙ୍କୁ ପୁରସ୍କାର ସ୍ୱରୂପ ପ୍ରାୟ ୯,୫୦୦ ଟଙ୍କା ମିଳିଥିଲା । ସେ ସୁଟ୍ଭିତରେ ନ୍ୟୁୟର୍କର ପ୍ରସିଦ୍ଧ ବାସ୍କେଟବଲ୍ ଟିମ୍ର ଜର୍ସି ପିନ୍ଧି ଆସିଥିଲେ ଏବଂ ତାଙ୍କର ହେୟାରକଟ୍ ଓ ଚେହେରା ମଧ୍ୟ ମମଦାନୀଙ୍କ ସହ ବହୁତ ମିଳୁଥିଲା । ସୂଚନାଯୋଗ୍ୟ ଯେ, ମମଦାନୀଙ୍କ ଭଳି ଦେଖାଯାଉଥିବା ଲୋକଙ୍କ ଭିତରେ ଏହା ପ୍ରଥମ ପ୍ରତିଯୋଗିତା ନୁହେଁ । ପୂର୍ବରୁ ୨୦୨୫ରେ ବ୍ରୁକଲିନ୍ରେ ମଧ୍ୟ ଏହିପରି ଏକ ପ୍ରତିଯୋଗିତା ଆୟୋଜିତ ହୋଇଥିଲା, ଯେତେବେଳେ ମମଦାନୀ ମେୟର ପଦ ପାଇଁ ନିର୍ବାଚନ ପ୍ରଚାର କରୁଥିଲେ ।

Tags: