ମୃତ ଲୋକଙ୍କ ସହିତ ସମ୍ପର୍କ
ଜାପାନରେ ଏକ ଏଭଳି ଫୋନ୍ ବୁଥ ରହିଛି ଯାହା ମୃତ ଲୋକଙ୍କ ସହିତ ସମସ୍ତଙ୍କୁ କଥା କରାଉଥିବା ନେଇ ଦାବି ହେଉଛି । ଏନେଇ ଅନେକ ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହା କୌଣସି ନେଟ୍ଓ୍ୱାର୍କ ସହିତ ଯଡିତ ହୋଇନାହିଁ କିନ୍ତୁ ଏଥିରେ ହଜାର ହଜାର ଲୋକ ମୃତ ଲୋକଙ୍କ ସହିତ କଥାବାର୍ତ୍ତା ହେଉଛନ୍ତି । ଏହାର ନାମ ରହିଛି ଦି ଓ୍ୱିଣ୍ଡ ଫୋନ, ଯାହା ଜାପାନରେ ଦୁଃଖ ଓ ବିଭିନ୍ନ ସ୍ମୃତିକୁ ତାଜା କରିବାର ଏକ ନିଆରା ଉପାୟ ଭାବେ ଗ୍ରହଣ କରାଯାଇଛି । ଏହି ବୁଥରେ ଏକ ପୁରୁଣା କଳା ରଙ୍ଗର ରୋଟରୀ ଫୋନ ରହିଛି, ଯେଉଁଥିରେ କୌଣସି ତାର ଯୋଡା ଯାଇନାହିଁ । ଏଠାକୁ ଆସୁଥିବା ଲୋକ ଫୋନ ରିସିଭର ଉଠାନ୍ତି ମନର କଥା ସବୁ କହି କାନ୍ଦୁଥିବାର ଦେଖିବାକୁ ମିଳିଥାଏ । ଲୋକଙ୍କର ବିଶ୍ୱାସ ଏଠାରେ ଯେଉଁ ଲୋକ ନିଜ ମନ କଥା ପ୍ରକାଶ କରନ୍ତି, ସେଗୁଡିକ ପବନ ସାହାଯ୍ୟରେ ମୃତବ୍ୟକ୍ତିଙ୍କ ନିକଟରେ ପହଞ୍ଚିଥାଏ । ଏହାକୁ ୨୦୧୦ରେ ଜଣେ ବ୍ୟକ୍ତି ନିଜ ଭାଇଙ୍କ ସ୍ମୃତିରେ ନିର୍ମାଣ କରିଥିଲେ । ସେ ସବୁବେଳେ ନିଜ ଭାଇଙ୍କୁ ମନେ ପକାଇ ଏଠାରେ ନିଜ ମନକଥା ପ୍ରକାଶ କରନ୍ତି । ତେବେ ୨୦୧୧ର ଭୂକମ୍ପ ପରେ ସେ ଏହି ବୁଥଟିକୁ ସମସ୍ତଙ୍କ ପାଇଁ ଖୋଲି ଦେଇଥିଲେ । ବର୍ତ୍ତମାନ ଏହା କେବଳ ଜାପାନ ନୁହେଁ ବରଂ ସମଗ୍ର ବିଶ୍ୱରେ ପରିଚିତ ହେଲାଣି । ଏଠାକୁ ପ୍ରତିଦିନ ଅନେକ ଲୋକଙ୍କର ସୁଅ ଛୁଟୁଥିବାର ଦେଖିବାକୁ ମିଳୁଛି ।


