ଆାରାମ ସହ ଷ୍ଟାଇଲିସ

ଆାରାମ ସହ ଷ୍ଟାଇଲିସ
Ipsita Picture
By: Ipsita

 

ସମ୍ବନ୍ଧିତ ଖବର ଶୋଉନାହାନ୍ତି ଭାରତୀୟ

ଖରାଦିନେ କେବଳ ପୋଷାକ ନୁହେଁ, ବରଂ ଜୋତା ଚୟନ ମଧ୍ୟ ଆରାମଦାୟକ ହେବା ଜରୁରୀ। ଖରାଦିନ ଆସିବାକୁ ଥିବାରୁ ଏବେଠାରୁ ୱାଡରବକୁ ସଜାଡି ଦିଅନ୍ତୁ । ଏଥିରେ ଖରାଦିନିଆ ପୋଷାକ ସହିତ କିଛି ଟ୍ରେଣ୍ଡି ଫୁଟୱେରକୁ ସାମିଲ କରନ୍ତୁ ।

ସମ୍ବନ୍ଧିତ ଖବର କାରରେ ଝୁଲୁଛନ୍ତି ପୋଷା ଜୀବ

ଷ୍ଟ୍ରାପି ସାଣ୍ଡେଲ : ଏହା ସବୁବେଳେ ଟ୍ରେଣ୍ଡରେ ରହିଥାଏ। ପତଳା ଷ୍ଟ୍ରାପ୍ ଥିବା ସାଣ୍ଡେଲ ପାଦକୁ ଖୋଲା ରଖିବା ସହ ଏକ କ୍ଲାସି ଲୁକ୍ ଦେଇଥାଏ । ଏହାକୁ ଆପଣ ଜିନ୍ସ କିମ୍ବା ୱେଷ୍ଟର୍ଣ୍ଣ ଡ୍ରେସ୍ ସହ ପିନ୍ଧିପାରିବେ । ଆରାମ ସହିତ ଷ୍ଟାଇଲିସ ହୋଇଥାଏ ।

ସମ୍ବନ୍ଧିତ ଖବର ତାପମାତ୍ରା ସହିତ ନିଦର ସମ୍ପର୍କ

ୱେଭେନ୍ ମ୍ୟୁଲ୍ସ : ବୁଣା ହୋଇଥିବା ଡିଜାଇନ୍ର ମ୍ୟୁଲ୍ସ ଏବେ ବହୁତ ପପୁଲାର। ଏହା ଦେଖିବାକୁ ଯେତିକି ସୁନ୍ଦର, ପିନ୍ଧିବାକୁ ସେତିକି ହାଲୁକା । ଏହା ଇଣ୍ଡୋ-ୱେଷ୍ଟର୍ଣ୍ଣ ଲୁକ୍ ପାଇଁ ଶ୍ରେଷ୍ଠ ବିକଳ୍ପ । କଲେଜ ଯାଉଥିବା ଯୁବପିଢିଙ୍କର ଏହା ବର୍ତ୍ତମାନ ପ୍ରଥମ ପସନ୍ଦ ପାଲଟିଛି ।

khkgg

 

ପ୍ଲାଟଫର୍ମ ହିଲ୍ସ : ଯଦି ଆପଣଙ୍କୁ ଉଚ୍ଚତା ପସନ୍ଦ, ତେବେ ପେନ୍ସିଲ୍ ହିଲ୍ ବଦଳରେ ପ୍ଲାଟଫର୍ମ ହିଲ୍ ବାଛନ୍ତୁ। ଏହା ପାଦକୁ ସ୍ଥିରତା ଦିଏ ଏବଂ ଗରମ ଦିନେ ଚାଲିବାରେ କଷ୍ଟ ହୁଏ ନାହିଁ । ଏହା ଦେଖିବାକୁ ମଧ୍ୟ ଷ୍ଟାଇଲିସ ହୋଇଥାଏ ତେଣୁ ଲୁକକୁ ନେଇ ସମସ୍ୟା ନାହିଁ ।

କାନଭାସ ସ୍ନିକର୍ସ : ଚମଡ଼ା ଜୋତା ବଦଳରେ କାନଭାସ କପଡ଼ାର ସ୍ନିକର୍ସ ଗ୍ରୀଷ୍ମ ପାଇଁ ଉପଯୁକ୍ତ । ଏହା ପାଦରୁ ଝାଳ ଶୁଖାଇବାରେ ସାହାଯ୍ୟ କରେ ଏବଂ କୁଲ୍ ଲୁକ୍ ଦିଏ ।

ଏସପାଡ୍ରିଲ୍ସ : ସାମୁଦ୍ରିକ କୂଳ ବା କାଜୁଆଲ୍ ଆଉଟିଂ ପାଇଁ ଏହି ଜୁଟ୍-ସୋଲ୍ ଥିବା ଜୋତା ଏବେ ସବୁଠୁ ଅଧିକ ଡିମାଣ୍ଡରେ ଅଛି । ସମସ୍ତେ ଏହାକୁ ପସନ୍ଦ କରୁଥିବା ଦେଖିବାକୁ ମିଳିଛି । ଏହାର ଅନେକ ଡିଜାଇନ ବଜାରର ମିଳୁଛି ।

 

Tags: