ବଦଳୁଛି କମ୍ଫର୍ଟ ଫୁଡର ପରିଭାଷା
ଖାଦ୍ୟ ସବୁବେଳେ ଆମକୁ ଏକ ଆରାମ ପ୍ରଦାନ କରିଥାଏ ଯାହା ଶାରିରୀକ ସହିତ ମାନସିକ ମଧ୍ୟ ହୋଇଥାଏ । ଏପରିକି ଏକ ଭଲ ଖାଇବାର ପ୍ଲେଟ ଆମର ମୁଡକୁ ବଦଳାଇବାରେ ମଧ୍ୟ ସାହାଯ୍ୟ କରିଥାଏ । ସବୁବେଳେ ଲୋକମାନେ ନିଜର କମ୍ଫର୍ଟ ଫୁଡ ଭାବେ ସେମାନଙ୍କୁ ଭଲଲାଗୁଥିବା ଖାଦ୍ୟକୁ ରଖିଥାଆନ୍ତି । ଏଗୁଡିକ ବେଳେବେଳେ ଅସ୍ୱାସ୍ଥ୍ୟକର ହୋଇଥାଏ, କିନ୍ତୁ ସମୟ ଅନୁସାରେ ଏଥିରେ ପରିବର୍ତ୍ତନ ଦେଖିବାକୁ ମିଳୁଛି । ବର୍ତ୍ତମାନ କମ୍ଫର୍ଟ ଫୁଡର ପରିଭାଷା ହିଁ ବଦଳିଛି […]
ଖାଦ୍ୟ ସବୁବେଳେ ଆମକୁ ଏକ ଆରାମ ପ୍ରଦାନ କରିଥାଏ ଯାହା ଶାରିରୀକ ସହିତ ମାନସିକ ମଧ୍ୟ ହୋଇଥାଏ । ଏପରିକି ଏକ ଭଲ ଖାଇବାର ପ୍ଲେଟ ଆମର ମୁଡକୁ ବଦଳାଇବାରେ ମଧ୍ୟ ସାହାଯ୍ୟ କରିଥାଏ । ସବୁବେଳେ ଲୋକମାନେ ନିଜର କମ୍ଫର୍ଟ ଫୁଡ ଭାବେ ସେମାନଙ୍କୁ ଭଲଲାଗୁଥିବା ଖାଦ୍ୟକୁ ରଖିଥାଆନ୍ତି । ଏଗୁଡିକ ବେଳେବେଳେ ଅସ୍ୱାସ୍ଥ୍ୟକର ହୋଇଥାଏ, କିନ୍ତୁ ସମୟ ଅନୁସାରେ ଏଥିରେ ପରିବର୍ତ୍ତନ ଦେଖିବାକୁ ମିଳୁଛି । ବର୍ତ୍ତମାନ କମ୍ଫର୍ଟ ଫୁଡର ପରିଭାଷା ହିଁ ବଦଳିଛି । ଯେଉଁ ଖାଦ୍ୟ ଆମର ମୁଡ ସହିତ ଶାରିରୀକ ସ୍ୱାସ୍ଥ୍ୟ ପାଇଁ ଭଲ ତାହାକୁ ହିଁ ବର୍ତ୍ତମାନ କମ୍ଫର୍ଟ ଫୁଡ ଭାବେ ଗ୍ରହଣ କରୁଛନ୍ତି । ଏହି କମ୍ଫର୍ଟ ଫୁଡ ପ୍ଲେଟରେ ବର୍ତ୍ତମାନ ବିଭିନ୍ନ ପ୍ରକାର ଖାଦ୍ୟ ରଖାଯାଉଛି । ଲୋକମାନେ ବର୍ତ୍ତମାନ କମ୍ଫର୍ଟ ଫୁଡ ଭାବେ ପାଟିକୁ ସୁଆଦ ନୁହେଁ ବରଂ ଦେହକୁ ଭଲକୁ ସାମିଲ କରୁଛନ୍ତି । ଗୋଟିଏ ପ୍ଲେଟ କମ୍ଫର୍ଟ ଫୁଡରେ ସମସ୍ତ ଶାରିରୀକ ଖାଦ୍ୟ ସାମିଲ ରହୁଛି । ଏହି ଖାଦ୍ୟ ମୁଡ ସହିତ ଶରୀରକୁ ମଧ୍ୟ ସୁସ୍ଥ ରଖୁଛି ।




