ସୁନ୍ଦର ତ୍ୱଚାକୁ ପାଇଁ କଫି
ସୁନ୍ଦର ଦେଖାଯିବା ପାଇଁ କିଏ ବା ନଚାହେଁ । ନିଜ ତ୍ୱଚାକୁ ଉଜ୍ଜ୍ୱଳ ଓ ବେଦାଗ କରିବା ପାଇଁ କେହି ଦାମୀ କସ୍ମେଟିକ୍ସ ପ୍ରଡକଫ ବ୍ୟବହାର କରୁଛି ତ’ ଆଉ କେହି ପାର୍ଲର୍ ଯାଇ ହଜାର ହଜାର ଟଙ୍କା ଖର୍ଚ୍ଚ କରୁଛନ୍ତି । ମାତ୍ର ଘରୋଇ ଉପଚାର ରୂପେ କଫିକୁ ବ୍ୟବହାର କରି ମଧ୍ୟ ଆପଣ ଖୁବ୍ ସୁନ୍ଦର ଦେଖାଯାଇପାରିବେ । କଫିରେ ଆଣ୍ଟି-ଅକ୍ସିଡାଣ୍ଟ୍ ଏବଂ ଆଣ୍ଟି ଏଜିଂ ଗୁଣ ରହିଛି । ଏହାସହ ରକ୍ତ ସଞ୍ଚାଳନ […]
ସୁନ୍ଦର ଦେଖାଯିବା ପାଇଁ କିଏ ବା ନଚାହେଁ । ନିଜ ତ୍ୱଚାକୁ ଉଜ୍ଜ୍ୱଳ ଓ ବେଦାଗ କରିବା ପାଇଁ କେହି ଦାମୀ କସ୍ମେଟିକ୍ସ ପ୍ରଡକଫ ବ୍ୟବହାର କରୁଛି ତ’ ଆଉ କେହି ପାର୍ଲର୍ ଯାଇ ହଜାର ହଜାର ଟଙ୍କା ଖର୍ଚ୍ଚ କରୁଛନ୍ତି । ମାତ୍ର ଘରୋଇ ଉପଚାର ରୂପେ କଫିକୁ ବ୍ୟବହାର କରି ମଧ୍ୟ ଆପଣ ଖୁବ୍ ସୁନ୍ଦର ଦେଖାଯାଇପାରିବେ । କଫିରେ ଆଣ୍ଟି-ଅକ୍ସିଡାଣ୍ଟ୍ ଏବଂ ଆଣ୍ଟି ଏଜିଂ ଗୁଣ ରହିଛି । ଏହାସହ ରକ୍ତ ସଞ୍ଚାଳନ କ୍ଷେତ୍ରରେ ମଧ୍ୟ କଫି ବେଶ୍ ଉପଯୋଗୀ ସାବ୍ୟସ୍ତ ହୋଇଥାଏ । ସ୍କିନ୍ କେୟାର୍ ପାଇଁ କଫିରେ ଆଲୋବେରା ଜେଲ୍ ମିଶାଇ ତ୍ୱଚାରେ ଲଗାଇବା ଦ୍ୱାରା ତ୍ୱଚା ଉଜ୍ଜ୍ୱଳ ହୋଇଥାଏ । ଦୁଇ ଚାମଚ କଫି ପାଉଡରରେ ଦୁଇ ଚାମଚ ଆଲୋବେରା ଜେଲ୍ ମିଶାଇ ପ୍ରସ୍ତୁତ କରିଥିବା ପ୍ୟାକ୍କୁ ମୁହଁରେ ଲଗାଇ ୨୦ ମିନିଟ୍ ପର୍ଯ୍ୟନ୍ତ ରଖନ୍ତୁ । ପ୍ୟାକ୍ଟି ଶୁଖିବା ପରେ ସାଧା ପାଣିରେ ମୁହଁକୁ ଧୋଇଦିଅନ୍ତୁ । ସପ୍ତାହକୁ ଦୁଇଥର ଏପରି କରିବା ଦ୍ୱାରା ବ୍ରଣରୁ ହେଉଥିବା ଦାଗରୁ ମୁକ୍ତି ମିଳିଥାଏ । ଏହାସହ ଏହାର ଆଣ୍ଟି-ବ୍ୟାକଟେରିଆଲ୍ ଗୁଣ ଦ୍ୱାରା ତ୍ୱଚାକୁ ବ୍ୟାକଟେରିଆଲ୍ ଠାରୁ ଦୂରେଇ ରଖିଥାଏ । ସେହିଭଳି କଫି ଏବଂ ମହୁରୁ ପ୍ୟାକ୍ ପ୍ରସ୍ତୁତ କରି ତ୍ୱଚାରେ ଲଗାଇଲେ ତ୍ୱଚା ବେଶ୍ ଉଜ୍ଜ୍ୱଳ ଓ ନରମ ହୋଇଥାଏ । ଏଥିସହିତ ଦାଗ କମ୍ କରିବା ତଥା ବୟସ ବଢିବାର ଲକ୍ଷଣକୁ କମ୍ କରିବାରେ ମଧ୍ୟ ସହାୟକ ହୋଇଥାଏ I
ସେହିପରି କ୍ଷୀର ସହ କଫି ର ମିଶ୍ରଣରେ ମଧ୍ୟ ସୁନ୍ଦର ପ୍ୟାକ ତିଆରି କରି ହେବ I ଏକ ପାତ୍ରରେ ଦୁଇ ଚାମଚ କଞ୍ଚା କ୍ଷୀର ନେଇ ସେଥିରେ ଏକ ଚାମଚ କଫି ପାଉଡର ମିଶାନ୍ତୁ I ବର୍ତ୍ତମାନ ଏହାକୁ ଭଲ ଭାବରେ ଫେଣ୍ଟି ଏହି ଫେସ୍ ପ୍ୟାକ୍କୁ ମୁହଁ ଏବଂ ବେକରେ ସମାନ ଭାବରେ ଲଗାନ୍ତୁ, ଏହାକୁ ୧୫ -୨୦ ମିନିଟ୍ ପରେ ପାଣିରେ ଧୋଇ ଦିଅନ୍ତୁ I ସୁନ୍ଦର ତ୍ୱଚା ପାଇଁ ଆପଣ ଏହି ପ୍ୟାକକୁ ସପ୍ତାହରେ ଅତି କମରେ ଦୁଇଥର କରିପାରିବେ I




