କପେ କଫିର ଦାମ ଏକ ଲକ୍ଷ
By: Ipsita
ଦୁନିଆରେ ଖାଦ୍ୟକୁ ଭଲ ପାଉଥିବା ଅନେକ ଲୋକ ଅଛନ୍ତି । ଏମାନେ ମନ ପସନ୍ଦର ଖାଦ୍ୟ ଖାଇବା ପାଇଁ ଅନେକ ସ୍ଥାନ ବୁଲିବା ସହ ଲକ୍ଷାଧିକ ଟଙ୍କା ମଧ୍ୟ ଖର୍ଚ୍ଚ କରନ୍ତି । ତେବେ ସେହିଭଳି ଲୋକଙ୍କ ପାଇଁ ଅଷ୍ଟ୍ରେଲିଆରେ ଏକ କଫି ସପ୍ ଖୋଲିଛି । ଯେଉଁମାନଙ୍କର କଫି ପସନ୍ଦ ସେମାନଙ୍କ ଏହା ଏକ ଭଲ ଅପସନ୍ । ତେବେ ଏଠାରେ ମିଳୁଥିବା କଫି ନିଜର ଦାମ ପାଇଁ ଭାଇରାଲ ହେବାରେ ଲାଗିଛି । ଏହି କଫି କପର ଦାମ ରହିଛି ୧୫୦୦ ଡଲାର ଅର୍ଥାତ ୧.୨୮ ଲକ୍ଷ । କେବଳ ଯେ ଏହାର ଦାମ ଅଧିକ ତାହା ନୁହେଁ, ଏହାକୁ ପିଇ ବାକୁ ହେଲେ ଆପଣଙ୍କୁ ୨ ସପ୍ତାହ ପୂର୍ବରୁ ଅର୍ଡର ଦେବାକୁ ହୋଇଥାଏ । ତେବେ ଏଥିରେ ବ୍ୟବହାର ହେଉଥିବା କଫିକୁ ଏକ ଜ୍ୱାଲାମୁଖୀ ପାଖରେ ଚାଷ କରାଯାଇଥାଏ । ଏଠାରୁ କଫିକୁ ଆଣିବା ପରେ ଏହାକୁ ଭଜା ଯାଇଥାଏ । ଏପରି ସ୍ୱତନ୍ତ୍ର କଫିରୁ ଏହାକୁ ପ୍ରସ୍ତୁତ କରାଯାଉଥିବାରୁ ଏହାର ଦାମ ଏତେ ଅଧିକ ବୋଲି ରେସ୍ତୋରାଁ ପକ୍ଷରୁ କୁହାଯାଇଛି ।
Read More କଇଁଛ ଠେକୁଆ
Tags:


