ଅସରପା କଫି

ଅସରପା କଫି
Ipsita Picture
By: Ipsita


ଚୀନରେ ଏଭଳି ଅନେକ ଖାଦ୍ୟ ଖାଇଥାଆନ୍ତି ଯାହା ନିଜର ଭିନ୍ନତା ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାଏ । ବର୍ତ୍ତମାନ ସେହିଭଳି ଏକ ଅଜବ ଖାଦ୍ୟ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି, ଯାହାର ନାଁ ହେଉଛି ଅସରପା କଫି । ସେହିଭଳି ଏହାର ଦାମ ମଧ୍ୟ ଖୁବ ଚର୍ଚ୍ଚାରେ ରହିଛି । ଲୋକମାନେ ଏହାକୁ ୫୦୦ ଟଙ୍କା ଖର୍ଚ୍ଚ କରି ପିଉଛନ୍ତି । ଏହି ସ୍ପେସାଲ ଡ୍ରିଙ୍କକୁ ବେଜିଂର କିଟ ସଂଗ୍ରହାଳୟ ଲଞ୍ଚ କରିଛି । ଏହାକୁ ବିଶେଷଭାବେ ପୋକ ଥିମ ପାଇଁ ପ୍ରସ୍ତୁତ କରାଯାଇଛି । କଫି ପ୍ରସ୍ତୁତ ପରେ ଏହା ଉପରେ ଅସରପା ପାଉଡର ଛିଞ୍ଚା ଯାଇଥାଏ । ସେହିଭଳି ଏହି କଫିର ଔଷଧୀୟ ଗୁଣ ମଧ୍ୟ ରହିଛି ବୋଲି ମ୍ୟୁଜିୟମ ପକ୍ଷରୁ କୁହାଯାଇଛି । ଦାବି ହେଉଛି କି ଏହା ପିଇବା ଦ୍ୱାରା ରକ୍ତ ସଞ୍ଚାଳନ ଠିକ ହୋଇଥାଏ । ତେବେ ଏହାର କୌଣସି ଡାକ୍ତରୀ ପ୍ରମାଣ ଦିଆଯାଇ ନାହିଁ । ଏହି ମ୍ୟୁଜିୟମ କାଫେରେ ଅସରପା କଫି ସହିତ ଆହୁରି ମାଂସାହାରୀ ବୃକ୍ଷ ଓ ପିମ୍ପୁଡିରୁ ପ୍ରସ୍ତୁତ ଡ୍ରିଙ୍କ ମଧ୍ୟ ମିଳୁଛି ।

Read More ୩୦ ବର୍ଷ ପାଇଁ ପତ୍ନୀଙ୍କୁ ରଖିଲେ ଫ୍ରିଜ୍‌ରେ

Related Posts