ସଫା ସିନା ସ୍ବଚ୍ଛ ନୁହେଁ

ସଫା ସିନା ସ୍ବଚ୍ଛ ନୁହେଁ
Ipsita Picture
By: Ipsita

ସୁସ୍ଥ ରହିବା ପାଇଁ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଆବଶ୍ୟକତା ହୋଇଥାଏ ପରିଷ୍କାର ପରିଚ୍ଛନତାରେ ପୂର୍ଣ୍ଣ ଜୀବନଶୈଳୀ । ହେଲେ ବେଳେବେଳେ ଆମେ ସବୁଠାରୁ ପରିଷ୍କାର ଭାବୁଥିବା ସ୍ଥାନଟି କିନ୍ତୁ ଜୀବାଣୁରେ ପରିପୂର୍ଣ୍ଣ ହୋଇଥାଏ । ଘରେ ଆମର ଏଭଳି ଅନେକ ସ୍ଥାନ ରହିଛି ଯେଉଁଠାରେ ଜୀବାଣୁ ଲୁଚିରହି ବିଭିନ୍ନ ରୋଗର କାରଣ ପାଲଟିଥାଏ । ଆସନ୍ତୁ ସେହିଭଳି କିଛି ସ୍ଥାନ ସମ୍ପର୍କରେ ସବିଶେଷ ଜାଣିବା ।

ସମ୍ବନ୍ଧିତ ଖବର ମଣ୍ଡା ଖିଆ ଅସୁର

ଟିଭି ରିମୋଟ୍

ସମ୍ବନ୍ଧିତ ଖବର ଗଞ୍ଜା ପାଇଁ ନୋଟିସ

ଟିଭି ଦେଖିବା ସମୟରେ ଆମେ ପ୍ରାୟତଃ କିଛି ନା କିଛି ଖାଉଥାଉ ଏବଂ ସେହି ସମୟରେ ରିମୋଟ୍ ମଧ୍ୟ ଆମ ହାତରେ ଥାଏ। କିନ୍ତୁ ରିମୋଟ୍ ସଫା କରିବା କଥା ହୁଏତ କାହା ମନକୁ ଆସେ ନାହିଁ। ବ୍ରିଟେନର ଏକ ସଂସ୍ଥା 'ଚର୍ଚ୍ଚିଲ୍ ଇନସୁରାନ୍ସ'ର ସର୍ଭେ ଅନୁଯାୟୀ, ଗୋଟିଏ ଟିଭି ରିମୋଟ୍ ଟଏଲେଟ୍ ସିଟ୍ ତୁଳନାରେ ପ୍ରାୟ ୧୫ ଗୁଣ ଅଧିକ ଅପରିଷ୍କାର ହୋଇଥାଏ। ଏଠାରେ ଖୁବ ଅଧିକ ଜୀବାଣୁ ବାସ କରନ୍ତି, ଯେଉଁଗୁଡିକ ଆମ ଶରୀରକୁ ଯାଇ ବିଭିନ୍ନ ରୋଗ ସୃଷ୍ଟି କରନ୍ତି । ତେଣୁ ରିମୋର୍ଟକୁ ସଫା କରିବାର ଆବଶ୍ୟକତା ରହିଛି ।

ସମ୍ବନ୍ଧିତ ଖବର ଘରେ ରଖନ୍ତୁ ଶାନ୍ତ ମୂର୍ତ୍ତି

61V9EIGCltL._AC_UF1000,1000_QL80_

କଟିଂ ବୋର୍ଡ

ରୋଷେଇ ଘରେ ପନିପରିବା, ଫଳ ଏବଂ କଞ୍ଚା ମାଂସ କାଟିବା ପାଇଁ କଟିଂ ବୋର୍ଡ ବ୍ୟବହାର କରାଯାଏ। ଆରିଜୋନା ବିଶ୍ୱବିଦ୍ୟାଳୟର ଏକ ଅଧ୍ୟୟନ ଅନୁଯାୟୀ, ହାରାହାରି ଗୋଟିଏ କଟିଂ ବୋର୍ଡରେ ଟଏଲେଟ୍ ସିଟ୍ ତୁଳନାରେ ୨୦୦ ଗୁଣ ଅଧିକ 'ଫିକଲ୍ ବ୍ୟାକ୍ଟେରିଆ' ଥାଇପାରନ୍ତି, ଯାହା ଫୁଡ୍ ପଏଜନିଂର କାରଣ ହୋଇଥାଏ। ତେଣୁ ଏହି ବୋର୍ଡର ବ୍ୟବହାର ପରେ ତୁରନ୍ତ ଏହାକୁ ସଫା କରନ୍ତୁ ଏବଂ ଏହାକୁ ଓଦା ନରଖି ସବୁବେଳେ ଶୁଖିଲା ରଖନ୍ତୁ ।

GettyImages-1162183680

ମୋବାଇଲ ଫୋନ

 ମୋବାଇଲ୍ ଫୋନ୍ ଦିନସାରା ଆମ ହାତରେ ରହିଥାଏ। ଅନେକ ଲୋକ ଏହାକୁ ଗାଧୁଆ ଘରକୁ ମଧ୍ୟ ନେଇଥାନ୍ତି। 'ଇନିସିଆଲ୍ ୱାଶରୁମ୍' ନାମକ ସଂସ୍ଥାର ୨୦୧୮ର ଏକ ଅଧ୍ୟୟନ ଅନୁଯାୟୀ, ମୋବାଇଲ୍ ଫୋନ୍ ଟଏଲେଟ୍ ସିଟ୍ ତୁଳନାରେ ପ୍ରାୟ ୭ ଗୁଣ ଅଧିକ ଅପରିଷ୍କାର ହୋଇଥାଏ। ଟଏଲେଟ୍ରେ ଫୋନ୍ ବ୍ୟବହାର କରିବା ଦ୍ୱାରା ବ୍ୟାକ୍ଟେରିଆ ସିଧାସଳଖ ସ୍କ୍ରିନ୍ ଏବଂ କଭର୍କୁ ଚାଲିଆସନ୍ତି। ଯାହାପରେ ଅତି ସହଜରେ ଆମ ଶରୀରକୁ ବିଭିନ୍ନ ମାଧ୍ୟମରେ ପ୍ରବେଶ କରନ୍ତି । ତେଣୁ ମୋବାଇଲ ଫୋନକୁ ପ୍ରଥମେ ଶୌଚାଳୟ କିମ୍ବା ଗାଧୁଆ ଘରକୁ ନିଅନ୍ତୁ ନାହିଁ । ଏହାସହିତ ମୋବାଇଲକୁ ସାନିଟାଇଜର ବ୍ୟବହାର କରି ସଫା କରନ୍ତୁ, ଏଥିପାଇଁ ସ୍ବତନ୍ତ୍ର ସାନିଟାଇଜର ମିଳିଥାଏ ଯାହା କେବଳ ମୋବାଇଲ ଫୋନ ସଫା କରିବାରେ ବ୍ୟବହାର ହୋଇଥାଏ । ସେହିଭଳି ମୋବାଇଲରେ ପଡିଥିବା କଭରକୁ ସଫା ରଖନ୍ତୁ, ଏଥିରେ ମଧ୍ୟ ଜୀବାଣୁ ବାସ କରିଥାଆନ୍ତି ।

ତକିଆ ଖୋଳ

ଶୋଇବା ସମୟରେ ତକିଆ ଖୋଳରେ ଝାଳ, ଲାଳ ଏବଂ ମୃତ ଚର୍ମ କୋଷ ଜମା ହୋଇ ରହେ। ଯଦି ଏହାକୁ ନିୟମିତ ଭାବେ ସଫା କରା ନଯାଏ, ତେବେ ଏହା ବ୍ୟାକ୍ଟେରିଆ ଏବଂ ଫଙ୍ଗସ୍ର ଆଡ୍ଡା ପାଲଟିଯାଏ। ଅନେକ ଚର୍ମ ରୋଗର କାରଣ ତକିଆ ଖୋଳ ହୋଇଥାଏ । କେଶ ଝ଼ଡିବା କିମ୍ବା ରୂପିର କାରଣ ମଧ୍ୟ ଏହା ହୋଇଥାଏ । ତେଣୁ ନିୟମିତ ସମୟ ବ୍ୟବଧାନରେ ଏହାକୁ ସଫା କରନ୍ତୁ ।

ବାସନମଜା ସ୍ପଞ୍ଜ

 ବାସନ ମଜା ପାଇଁ ବ୍ୟବହାର ହେଉଥିବା ସ୍ପଞ୍ଜକୁ ଘରର ସବୁଠାରୁ ଅପରିଷ୍କାର ଜିନିଷ ମଧ୍ୟରେ ଗଣାଯାଏ। ଗବେଷଣା ଅନୁଯାୟୀ, ଏହି ସ୍ପଞ୍ଜରେ 'ଇ-କୋଲାଇ' ଏବଂ 'ସାଲମୋନେଲା' ଭଳି ବିପଜ୍ଜନକ ବ୍ୟାକ୍ଟେରିଆ ଥାଇପାରନ୍ତି। ହାରାହାରି ଗୋଟିଏ କିଚେନ୍ ସ୍ପଞ୍ଜର ପ୍ରତି ବର୍ଗ ସେଣ୍ଟିମିଟରରେ ୪୫ ଅରବ ମାଇକ୍ରୋବସ ମିଳିଥାନ୍ତି, ଯାହା ଟଏଲେଟ୍ ସିଟ୍ ତୁଳନାରେ ହଜାର ହଜାର ଗୁଣ ଅଧିକ। ତେଣୁ ଏହାକୁ ସଫା କରନ୍ତୁ । ଏହାକୁ ଗରମ ପାଣିରେ ପକାଇ ସଫା କରିପାରିବେ, ଯେଉଁଥିରେ ଜୀବାଣୁ ମରିବାର ସମ୍ଭାବନା ଥାଏ । ସେହିଭଳି ଏହାକୁ ଓଦା ନରଖି ଶୁଖାଇବା ସହିତ ଖରାରେ ମଧ୍ୟ ରଖିପାରିବେ ।

22

କି-ବୋର୍ଡ

ଅଫିସରେ ବ୍ୟବହାର ହେଉଥିବା କି-ବୋର୍ଡ ଉପରେ ମଧ୍ୟ ଖାଦ୍ୟ କଣିକା, ଧୂଳି ଏବଂ ହାତର ଜୀବାଣୁ ଜମା ହୋଇ ରହନ୍ତି। ତେଣୁ ସେଠାରେ ମଧ୍ୟ ଟଏଲେଟ୍ ସିଟ୍ ତୁଳନାରେ ୨୦୦ ଗୁଣ ପର୍ଯ୍ୟନ୍ତ ଅଧିକ ବ୍ୟାକ୍ଟେରିଆ ଥାଇପାରନ୍ତି। ଏହାକୁ ସବୁଦିନ ବ୍ୟବହାର କରାଯାଇଥାଏ, ତେଣୁ ଏହାକୁ ସଫା କରିବାର ଆବଶ୍ୟକତା ଖୁବ ଅଧିକ ରହିଛି । ପ୍ରତିଦିନ ଏହାକୁ ସାନିଟାଇଜ କରିବା ଫଳରେ ବିଭିନ୍ନ ଜୀବାଣୁ ମରିଥାଆନ୍ତି ।

କବାଟ ହ୍ୟାଣ୍ଡେଲ୍

କବାଟ ହ୍ୟାଣ୍ଡେଲ ସହିତ ସୁଇଚ୍ ବୋର୍ଡ, କଳ  ହ୍ୟାଣ୍ଡେଲ୍, ଇଲେକ୍ଟ୍ରିକ୍ ସୁଇଚ୍ ଏବଂ ଲିଫ୍ଟ ବଟନ୍କୁ ଦିନସାରା ଅନେକ ଲୋକ ଛୁଇଁଥାନ୍ତି। କିନ୍ତୁ ଏଗୁଡ଼ିକୁ ସଫା କରାଯାଇ ନଥାଏ। ତେଣୁ ଏହି ସ୍ଥାନଗୁଡ଼ିକରେ ଖୁବ ଅଧିକମାତ୍ରାରେ ଜୀବାଣୁ ଥାଆନ୍ତି। ଏଗୁଡିକୁ ମଧ୍ୟ ସଫା କରିବାର ଆବଶ୍ୟକତା ରହିଛି ।

GettyImages-1163763269-500px

ଅଫିସ୍ ଡେସ୍କ

ଅନେକ ଅଧ୍ୟୟନରୁ ଜଣାପଡ଼ିଛି ଯେ, ଏକ ଅଫିସ୍ ଡେସ୍କ ରୋଷେଇ ଘରର ଟେବୁଲ୍ ତୁଳନାରେ ୧୦୦ ଗୁଣ ଅଧିକ ଅପରିଷ୍କାର ଏବଂ ଟଏଲେଟ୍ ସିଟ୍ ତୁଳନାରେ ୪୦୦ ଗୁଣ କମ୍ ସ୍ୱାସ୍ଥ୍ୟକର ହୋଇଥାଏ। ତେଣୁ ଅଫିସ ଡେସ୍କକୁ ସବୁବେଳେ ସଫା ରଖିବାକୁ ଚେଷ୍ଟା କରନ୍ତୁ । ନିଜ ପାଖରେ ସାନିଟାଇଜର ରଖନ୍ତୁ ଯେପରି ଏହି ଜୀବାଣୁଙ୍କଠୁ ସୁରକ୍ଷିତ ରହିପାରିବେ ।

ପୋଷା ଜୀବଙ୍କ ଖାଦ୍ୟ ପାତ୍ର

ଆଜିକାଲି ସମସ୍ତେ ଘରେ ପୋଷାଜୀବନ ରଖୁଛନ୍ତି । ହେଲେ ଗବେଷଣା ଅନୁଯାୟୀ, ଯଦି କୌଣସି କୁକୁର ଟଏଲେଟ୍ ସିଟ୍କୁ ଚାଟେ, ତେବେ ତାକୁ ପ୍ରତି ବର୍ଗ ଇଞ୍ଚରେ ପ୍ରାୟ ୨୯୬ଟି ବ୍ୟାକ୍ଟେରିଆ ମିଳିଥାନ୍ତି। କିନ୍ତୁ ତାର ଖାଇବା ପାତ୍ରରେ ପ୍ରତି ବର୍ଗ ଇଞ୍ଚରେ ୨,୦୦୦ରୁ ଅଧିକ ବ୍ୟାକ୍ଟେରିଆ ଥିବା ଜଣାପଡ଼ିଛି। ତେଣୁ ଯେଉଁ ପାତ୍ରରେ ସେମାନଙ୍କୁ ଖାଇବାକୁ ଦଉଛନ୍ତି ସେଗୁଡିକ ଖୁବ ଅପରିଷ୍କାର ହୋଇଥାଏ, ତାହାକୁ ସଫା ରଖନ୍ତୁ । ପ୍ରତିଦିନ ଏହାକୁ ସେମାନେ ଖାଇବା ପରେ ସଫା ରଖନ୍ତୁ ।

Tags: