ଆଖିକୁ ସଫା ହେଲେ ଜୀବାଣୁର ଘର

ଆଖିକୁ ସଫା ହେଲେ ଜୀବାଣୁର ଘର
Ipsita Picture
By: Ipsita

ଦୈନନ୍ଦିନ ଜୀବନରେ ଆମେ କରୁଥିବା କାର୍ଯ୍ୟ ଉପରେ ଆମ ସ୍ବାସ୍ଥ୍ୟ ଅଧିକାଂଶରୂପେ ନିର୍ଭର କରିଥାଏ । ତେଣୁ ପ୍ରତିଦିନ ଆମର ଦିନଚର୍ଯ୍ୟା କିଭଳି ପରିଷ୍କାର ରହିବ ସେଥିପ୍ରତି ଧ୍ୟାନ ଦେବାର ଆବଶ୍ୟକତା ରହିଛି । ସମସ୍ତେ ଚାହାନ୍ତି ସବୁବେଳେ ସୁସ୍ଥ ରହିବା ପାଇଁ ସେଥିପାଇଁ କିଭଳି ଘର ସହିତ ଘରର ଆଖପାଖ ସଫା ରହିବ ସେଥିପାଇଁ ପ୍ରାୟ ସମସ୍ତେ ଧ୍ୟାନ ଦେଇଥାଆନ୍ତି । ହେଲେ ବେଳେବେଳେ ଏଭଳି ହୋଇଥାଏ ଆମେ ଘରର ସବୁଠାରୁ ପରିଷ୍କାର ଭାବୁଥିବା ସ୍ଥାନହିଁ ସବୁଠାରୁ ଅପରିଷ୍କାର ହୋଇଥାଏ । ଏହି ସବୁ ସ୍ଥାନ ଉପରକୁ ସଫା ଦେଖାଯାଉଥିଲେ ବି ଏଥିରେ ଲୁଚି ରହିଥାଆନ୍ତି ଅନେକ ଜୀବାଣୁ, ଯେଉଁମାନେ ବିଭିନ୍ନ ରୋଗର କାରଣ ହୋଇଥାଆନ୍ତି । ଘରର ସବୁଠାରୁ ଅପରିଷ୍କାର ସ୍ଥାନ କେଉଁଟି? ଏହି ପ୍ରଶ୍ନ ଶୁଣିବା ମାତ୍ରେ ମନକୁ ସବୁଠୁ ପ୍ରଥମେ ଟଏଲେଟ୍ ସିଟ୍ କଥା ହିଁ ଆସିଥାଏ। ବୋଧହୁଏ ସେଥିପାଇଁ ଆମେ ଏହାର ସଫାସୁତୁରା ପ୍ରତି ସବୁଠାରୁ ଅଧିକ ସତର୍କ ରହିଥାଉ। କିନ୍ତୁ ଯେଉଁ ଜିନିଷଗୁଡ଼ିକୁ ଆମେ ଦିନକୁ ଅନେକ ଥର ହାତରେ ଧରୁ, ଖାଇବା-ପିଇବା ସମୟରେ ଛୁଇଁଥାଉ କିମ୍ବା ସିଧାସଳଖ ମୁହଁ ପାଖକୁ ନେଇଥାଉ, ସେଗୁଡ଼ିକ କଣ ପ୍ରକୃତରେ ସେତିକି ପରିଷ୍କାର ଯେତିକି ଆମେ ଭାବୁଛୁ ।  ଆମର ଦୈନନ୍ଦିନ ବ୍ୟବହାର୍ଯ୍ୟ ଏହି ଜିନିଷଗୁଡ଼ିକ ଅନେକ ସମୟରେ ଟଏଲେଟ୍ ସିଟ୍ଠାରୁ ବି ଅଧିକ ଅପରିଷ୍କାର ହୋଇଥାଏ। ଅନେକ ଗବେଷଣା ଅନୁସାରେ ବାସନ ମଜା ପାଇଁ ବ୍ୟବହାର ସ୍ପଞ୍ଜ , ମୋବାଇଲ୍ ଫୋନ୍, ଟିଭି ରିମୋଟ୍ ଏବଂ କି-ବୋର୍ଡ ଭଳି ଜିନିଷଗୁଡ଼ିକରେ ଟଏଲେଟ୍ ସିଟ୍ ତୁଳନାରେ ଶହ ଶହ ଓ ହଜାର ହଜାର ଗୁଣା ଅଧିକ ବ୍ୟାକ୍ଟେରିଆ ଥାଇପାରନ୍ତି  । ସୂଚନା ଅନୁସାରେ ଘରେ ତଥା ଅଫିସରେ ଏଭଳି ଅନେକ ସାମଗ୍ରୀ ବ୍ୟବହାର ହୋଇଥାଏ ଯାହା ଖୁବ ଅପରିଷ୍କାର ହୋଇଥାଏ । ଏହି ସବୁ ସାମଗ୍ରୀରେ ଅଧିକରୁ ଅଧିକ ବ୍ୟାକ୍ଟେରିଆ ବାସ କରିଥାଆନ୍ତି । ଏହି ସମସ୍ତ ଜିନିଷକୁ ଆମେ ଦିନରେ ଅନେକଥର ଧରିଥାଉ । ଏହି ତାଲିକାରେ ଟିଭି ରିମୋର୍ଟ, କଟିଂ ବୋର୍ଡ, ସୋଫା, ବେଡ୍, ତକିଆ ଖୋଳ, ଲାପଟ୍ପ ଆଦି ଅନେକ ସାମଗ୍ରୀ ସାମିଲ ରହିଛି । ଏଗୁଡିକରେ ଅଜାଣରେ ଅନେକ ଜୀବାଣୁଙ୍କ ସଂସ୍ପର୍ଷରେ ଆମେ ଆସିଥାଉ ।

ସମ୍ବନ୍ଧିତ ଖବର ସୂର୍ଯ୍ୟ କିରଣ ରୋକିବାକୁ ଉଦ୍ୟମ

ସଂକ୍ରମଣର ବିପଦ ଅଧିକ

ସମ୍ବନ୍ଧିତ ଖବର ଚିକେନ ୨.୦

  • ଛୋଟ ପିଲା
  • ବୃଦ୍ଧବ୍ୟକ୍ତି
  • ଦୁର୍ବଳ ରୋଗ ପ୍ରତିରୋଧକ ଶକ୍ତି ଥିବା ବ୍ୟକ୍ତି
  • ଗର୍ଭବତୀ ମହିଳା
  • ଅଫିସରେ ସହଭାଗୀ ଜିନିଷ ବ୍ୟବହାର କରୁଥିବା ବ୍ୟକ୍ତି
  • ପୋଷା ପଶୁପକ୍ଷୀଙ୍କ ସଂସ୍ପର୍ଶରେ ରହୁଥିବା ବ୍ୟକ୍ତି

    ସଫା କରିବାର ସମୟ

    ସମ୍ବନ୍ଧିତ ଖବର ସୁନା ଟାଇଲରେ ନିର୍ମିତ ଚଟାଣ

  • ସାମଗ୍ରୀ               ସମୟ (ସପ୍ତାହରେ)

    ମୋବାଇଲ           ୩ ରୁ ୪ଥର

    ଟିଭି ରିମୋଟ         ୨ ରୁ ୩ ଥର

    କିବୋର୍ଡ               ୨ ଥର

    କଟିଂ ବୋର୍ଡ           ପ୍ରତିଥର ବ୍ୟବହାର ପରେ

    ବାସନମଜା ସ୍ପଞ୍ଜ      ୨ ସପ୍ତାହରେ ନୂଆ ବ୍ୟବହାର

    ତକିଆ ଖୋଳ          ସପ୍ତାହକୁ ଥରେ

    ଡୋର ହ୍ୟାଣ୍ଡେଲ       ୨ ରୁ ୩ ଦିନରେ ଥରେ

    ସୁଇଚ୍                    ସପ୍ତାହକୁ ଥରେ

    ଅଫିସ ଡେସ୍କ            ସପ୍ତାହକୁ ୨ଥର

    ପୋଷା ଜୀବଙ୍କ ଖାଦ୍ୟ ପାତ୍ର   ପ୍ରତିଦିନ ୨ଥର

Tags:

Related Posts