ମଙ୍ଗଳରେ ମାଟିଆ ପଥର

ମଙ୍ଗଳରେ ମାଟିଆ ପଥର
Ipsita Picture
By: Ipsita
Published On

 

ମଙ୍ଗଳ ଗ୍ରହର ରହସ୍ୟ ଉନ୍ମୋଚନ ଦିଗରେ ଏକ ବଡ଼ ସଫଳତା ହାସଲ କରିଛନ୍ତି ଅନ୍ତର୍ଜାତୀୟ ବୈଜ୍ଞାନିକ ଦଳ । ବୈଜ୍ଞାନିକ ଦଳ ସେଠାରେ ଏକ ନୂତନ ପ୍ରକାରର ପଥର ଆବିଷ୍କାର କରିଛନ୍ତି, ଯେଉଁଥିରେ ପ୍ରଥମ ଥର ପାଇଁ 'ଗାର୍ନେଟ୍'  ନାମକ ଏକ ସ୍ୱତନ୍ତ୍ର ମାଟିଆ-ଲାଲ୍ ରଙ୍ଗର ରତ୍ନ ପ୍ରତିରୂପର ସନ୍ଧାନ ମିଳିଛି । କାନାଡାର ରୋୟାଲ୍ ଓଣ୍ଟାରିଓ ମ୍ୟୁଜିୟମରେ ସଂରକ୍ଷିତ 'ଏନଡବ୍ଲୁଏ ୮୧୭୧' ନାମକ ଏକ ମଙ୍ଗଳ ଗ୍ରହର ଉଲ୍କାପିଣ୍ଡର କ୍ଷୁଦ୍ର ଖଣ୍ଡକୁ ସ୍ୱତନ୍ତ୍ର ଲେଜର ଉପକରଣ ଏବଂ ଇଲେକ୍ଟ୍ରନ୍ ମାଇକ୍ରୋସ୍କୋପି ସାହାଯ୍ୟରେ ଅତି ସୂକ୍ଷ୍ମ ଭାବେ ପରୀକ୍ଷା କରିବା ପରେ ଏହି ତଥ୍ୟ ସାମ୍ନାକୁ ଆସିଛି । ଯାହା ଏହି ନାଲି ଗ୍ରହର କୋଟି କୋଟି ବର୍ଷ ପୁରୁଣା ପ୍ରାଚୀନ ଭୂଗର୍ଭୀୟ ଇତିହାସର ଏକ ସମୟ କ୍ୟାପସୁଲ୍ ଭାବେ ଉଭା ହୋଇଛି । ବୌଜ୍ଞାନିକମାନେ ଏହି ଆବିଷ୍କାରକୁ ମଙ୍ଗଳ ଗ୍ରହର ଭୂତତ୍ତ୍ୱ ବିଜ୍ଞାନ ପାଇଁ ଏକ ନୂଆ ଦିଗ ବୋଲି ଅଭିହିତ କରିଛନ୍ତି । ସେମାନଙ୍କ ମତରେ ଏହି ଗାର୍ନେଟ୍ସାଧାରଣତଃ ଅତ୍ୟଧିକ ଉତ୍ତାପ ଓ ଚାପ ଯୋଗୁଁ ସୃଷ୍ଟି ହୋଇଥାଏ, ଯାହା ମଙ୍ଗଳ ଗ୍ରହରେ କୌଣସି ବଡ଼ ଉଲ୍କାପିଣ୍ଡର ମାଡ଼ କିମ୍ବା ମ୍ୟାଗ୍ମାର ପ୍ରଭାବରୁ ହୋଇଥାଇପାରେ । ନଚେତ ଏହା ଅନ୍ୟ କୌଣସି ମହାକାଶୀୟ ସଂଘର୍ଷ ଯୋଗୁଁ ବାହାରୁ ମଧ୍ୟ ଆସିଥାଇପାରେ । ତେବେ ଏହି ପଥରର ପ୍ରକୃତ ଉତ୍ପତ୍ତି ସ୍ଥଳ ସ୍ପଷ୍ଟ କରିବା ପାଇଁ ଆଗକୁ ଅକ୍ସିଜେନ୍ ଆଇସୋଟୋପ୍ ପରୀକ୍ଷା କରାଯିବ ବୋଲି ବୈଜ୍ଞାନିକମାନେ ସୂଚନା ଦେଇଛନ୍ତି ।

Tags: