ସୂର୍ଯ୍ୟଙ୍କ ଉପରେ ମାଲିକାନା ଦାବି
ସ୍ପେନର ବାସିନ୍ଦା ଏଞ୍ଜେଲସ୍ ଦୁରନ୍ ନାମକ ଜଣେ ମହିଳା ନିଜକୁ ସୂର୍ଯ୍ୟଙ୍କ ମାଲିକ ବୋଲି ଦାବି କରି ଚର୍ଚ୍ଚାକୁ ଆସିଛନ୍ତି । ୨୦୧୦ ମସିହାରେ ସେ ଏକ ନୋଟାରୀ ଅଫିସକୁ ଯାଇ ସୂର୍ଯ୍ୟ ତାଙ୍କ ସମ୍ପତ୍ତି ବୋଲି ଦସ୍ତାବେଜ ପ୍ରସ୍ତୁତ କରିଥିଲେ । ଏହାସହ ସୂର୍ଯ୍ୟକିରଣ ବ୍ୟବହାର କରୁଥିବା ଲୋକଙ୍କଠାରୁ ଟିକସ ଆଦାୟ କରିବାର ଏକ ଅଜବ ଯୋଜନା ମଧ୍ୟ ପ୍ରସ୍ତୁତ କରିଥିଲେ । ସେହି ଟିକସର ୫୦ ପ୍ରତିଶତ ସରକାରଙ୍କୁ, ୨୦ ପ୍ରତିଶତ ପେନସନ ପାଣ୍ଠିକୁ ଏବଂ ବାକି ଅଂଶ ଗବେଷଣା ତଥା ନିଜ ପାଇଁ ରଖିବାକୁ ସେ ସ୍ଥିର କରିଥିଲେ । ସୋସିଆଲ ମିଡିଆରେ ଏହାକୁ ନେଇ ମହିଳାଙ୍କୁ ଅନେକ ସମାଲୋଚନାର ଶିକାର ହେବାକୁ ପଡିଥିଲା । ୧୯୬୭ ମସିହାର 'ଆଉଟର୍ ସ୍ପେସ୍ ଟ୍ରିଟି' ଅନୁଯାୟୀ କୌଣସି ବ୍ୟକ୍ତି ବା ଦେଶ ମହାକାଶର ବସ୍ତୁ ଉପରେ ନିଜର ମାଲିକାନା ସତ୍ତ୍ୱ ଜାହିର କରିପାରିବେ ନାହିଁ ତେଣୁ କୋର୍ଟ ତାଙ୍କ ଦାବିକୁ ଖାରଜ କରିଦେଇଥିଲେ । ଏହା ସତ୍ତ୍ୱେ ସେ ହାର୍ ନମାନି ୨୦୧୫ରେ ଇ-ବେ ମାଧ୍ୟମରେ ସୂର୍ଯ୍ୟଙ୍କ ଜମି ବିକ୍ରି କରିବାକୁ ମଧ୍ୟ ଚେଷ୍ଟା କରିଥିଲେ। ବର୍ଗ ମିଟରର ମୂଲ୍ୟ ସେ ୧୦୦ ଟଙ୍କା ରଖିଥିବା ଦେଖିବାକୁ ମିଳିଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ତାଙ୍କ ଆକାଉଣ୍ଟକୁ ବ୍ଲକ୍ କରିଦିଆଯାଇଥିଲା । ବର୍ତ୍ତମାନ କିଛି ବର୍ଷ ପରେ ପୁଣି ଘଟଣାଟି ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଦେଖିବାକୁ ମିଳୁଛି ।




