ଅଳ୍ପରେ କ୍ରିସ୍ମସ୍
କ୍ରିସ୍ମସ୍ ହେଉଛି ଏକ ଖୁସିର ପର୍ବ । ପ୍ରାୟ ପ୍ରତ୍ୟେକ ଦେଶରେ ଏହି ଉତ୍ସବ ଧୁମ୍ଧାମ୍ରେ ପାଳନ କରାଯାଇଥିାଏ । ଇସାଇ ଧର୍ମର ଲୋକମାନେ ବଡ଼ଦିନ ରୂପେ ଏହି ଦିନକୁ ପାରମ୍ପରିକ ଢଙ୍ଗରେ ପାଳନ କରନ୍ତି । କ୍ରିସ୍ମସ ପର୍ବକୁ ଏମିତି କିଛି ରୋଚକ କଥା ରହିଛି, ଯାହା ଏହାକୁ ଆହୁରି ସ୍ୱତନ୍ତ୍ର କରିଥାଏ । ତେବେ ଆସନ୍ତୁ ଜାଣିବା ଅଳ୍ପରେ କ୍ରିସମସ ପର୍ବ ସମ୍ପର୍କରେ
- କ୍ରିସ୍ମସ୍ କ୍ରାକର୍ (ବାଣ)ର ଉଦ୍ଭୁାବକ ହେଲେ ଥୋମାସ ସ୍ମିଥ୍ ବା ଟମ୍ ସ୍ମିଥ୍ । ଏହି ବାଣକୁ ମଝିରୁ ଟାଣି ଫୁଟାଯାଏ । ବାଣରରୁ ରଙ୍ଗୀନ୍ କାଗଜ, ଜରି ଏବଂ ଚକୋଲେଟ ଆଦି ବାହାରିଥାଏ ।
- ପ୍ରତ୍ୟେକ ବର୍ଷ ୩ ଆରବ କ୍ରିସ୍ମସ କାର୍ଡ ଆମେରିକାରେ ବିକ୍ରି ହୋଇଥାଏ ।
- ଏହି ଉତ୍ସବର ପାରମ୍ପରିକ ରଙ୍ଗ ହେଉଛି, ସବୁଜ, ଲାଲ ଏବଂ ଗୋଲେïନ ।
- ୧୬ଶହ ମସିହାରେ ଜର୍ମାନରେ ପ୍ରଥମ କ୍ରିସ୍ମସ ଟ୍ରି ତିଆରି କରାଯାଇଥିଲା । ହଂସ ପରକୁ ରଙ୍ଗୀନ୍ କରାଯାଇ ସେହି ଟ୍ରି ସଜାଯାଇଥିଲା ।
- କ୍ରିସ୍ମସ୍ ଦିନ ସନ୍ଧ୍ୟା ସମୟରେ ବୋଲିଭିଆ ଦେଶର ଲୋକ "ମିସା ଡେ ଗାଲୋ' ବା "ମିସ ଡେଲ୍ ଗାଲା' ନାମକ ଏକ ସ୍ୱତନ୍ତ୍ର ଉତ୍ସବର ଆୟୋଜନ କରିଥାନ୍ତି । ଏହି ଉତ୍ସବରେ କୁକୁଡ଼ାକୁ ସାମୁହିକ ସମ୍ମାନ ଦିଆଯାଏ । ମାନ୍ୟତା ଅନୁସାରେ, ଭଗବାନ ଯୀଶୁ ଜନ୍ମର ପ୍ରଥମ ଘୋଷଣା କୁକୁଡ଼ା କରିଥିଲା ।
- ପୋଲାଣ୍ଡରେ କ୍ରିସ୍ମସ୍ ଟ୍ରିରେ ବୁଢ଼ିଆଣୀ ଏବଂ ତା'ର ଜାଲିକୁ ସଜାଯାଇଥାଏ । ମାନ୍ୟତା ଅନୁସାରେ, ଭଗବାନ ଯୀଶୁଙ୍କ ଜନ୍ମ ସମୟରେ ବୁଢ଼ିଆଣୀ ଜାଲ ବୁଣି ଭଗବାନଙ୍କ ପାଇଁ କମ୍ବଳ ପ୍ରସ୍ତୁତ କରିଥିଲା । ଏଣୁ ପୋଲାଣ୍ଡରେ ବୁଢ଼ିଆଣୀ ଏବଂ ତା'ର ଜାଲକୁ ଶୁଭର ପ୍ରତୀକ ଭାବେ ବିବେଚନା କରାଯାଏ ।
- ଗିନିଜ୍ ରେକର୍ଡ ଅନୁସାରେ, ବିଶ୍ୱର ସବୁଠାରୁ ଲମ୍ବା କ୍ରିସ୍ମସ୍ ଟ୍ରି ୨ ଶହ ୨୧ ଫୁଟର କଟାଯାଇଥିଲା । ଯହାକୁ ୧୯୫୦ରେ ଓ୍ୱାସିଙ୍ଗଟନର ଏକ ସପିଙ୍ଗ ସେଣ୍ଟରେ ପ୍ରଦର୍ଶିତ କରାଯାଇଥିଲା ।
- ଗ୍ରୀସ୍, ଇଟାଲି, ସ୍ପେନ୍ ଏବଂ ଜର୍ମାନୀରେ କର୍ମଚାରୀମାନଙ୍କୁ ଏହି ଦିନରେ ଗୋଟିଏ ମାସର ଦରମା ଦିଆଯିବାର ଆଇନ୍ ରହିଛି ।
- ଜର୍ମାନରେ ବଡ଼ଦିନ ରାତିକୁ ମ୍ୟାଜିକ୍ ନାଇଟ୍ ଭାବେ ପାଳନ କରାଯାଏ । ଏହି ଦିନରେ ପ୍ରକୃତ ଏବ ଂ ପବିତ୍ର ହୃଦୟର ଲୋକମାନେ ପଶୁଙ୍କ ଭାଷା ବୁଝିପାରନ୍ତି ବୋଲି ଜର୍ମାନୀରେ ବିଶ୍ୱାସ ରହିଛି ।
- ପ୍ରତ୍ୟେକ ବର୍ଷ ବିଶ୍ୱର ପ୍ରତ୍ୟେକ କୋଣରୁ ପ୍ରାୟ ୧୦ ଲକ୍ଷରୁ ଅଧିକ ଚିଠି ସାଣ୍ଟା କ୍ଲଜ୍ଙ୍କ ପୋଷ୍ଟାଲ କୋର୍ଡ ଏଚ୍ଓଏଚ୍-ଓଏଚ୍ଓ(ଉଚ୍ଚାରଣ: ହୋ-ହୋ-ହୋ) ନର୍ଥପୋଲ କାନାଡ଼ାକୁ ଆସିଥାଏ ।
Related Posts



