ବଡଦିନ
ଖ୍ରୀଷ୍ଟଧର୍ମାଲମ୍ବୀଙ୍କ ପାଇଁ ବେଶ୍ ଗୁରୁତ୍ୱବହନ କରିଥାଏ ବଡଦିନ, କାରଣ ଏହା ହେଉଛି ପ୍ରଭୁ ଶ୍ରୀ ଯୀଶୁ ଖ୍ରୀଷ୍ଟଙ୍କର ଜନ୍ମ ଦିନ । ତେବେ କେବଳ ଖ୍ରୀଷ୍ଟଧର୍ମାଲମ୍ବୀ ନୁହେଁ ଏହି ଦିନଟିକୁ ସମସ୍ତେ ଖୁବ ଧୁମଧାମରେ ପାଳନ କରୁଥିବାର ଦେଖିବାକୁ ମିଳିଥାଏ ।
କ୍ରିସମସ ନେଇ ସମସ୍ତେ ଖୁବ ଉତ୍ସାହିତ ଥାଆନ୍ତି । ପ୍ରତିଟି ସ୍ଥାନରେ ଏହାକୁ ଖୁବ ଧୁମଧାମରେ ପାଳନ କରାଯାଇଥାଏ । ବିଭିନ୍ନ ସ୍ଥାନରେ ଏହି ଦିନ ଭୋଜି ଭାତର ଆସର ଯମୁଥିବାର ଦେଖିବାକୁ ମିଳିଥାଏ । ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମଦିନକୁ ଖ୍ରୀଷ୍ଟ ଧର୍ମାବଲମ୍ବୀମାନେ ବଡ଼ ଧୁମଧାମରେ ପାଳନ କରନ୍ତି । ଖ୍ରୀଷ୍ଟୀୟ ପାଞ୍ଜି ବା ଗୀର୍ଜାର କ୍ୟାଲେଣ୍ଡର୍ ଅନୁସାରେ ଖ୍ରୀଷ୍ଟ ଜନ୍ମର କିଛି ଦିନ ପୂର୍ବରୁ ଉପବାସ ଓ ନିଷ୍ଠା ପୂର୍ବକ ପୂଜାପାଠ ଆରମ୍ଭ ହୋଇ ବଡ଼ଦିନ ଉତ୍ସବର ଆରମ୍ଭ ହୋଇଥାଏ । ଏହା ଦ୍ୱାଦଶ ଦିନରେ ସରିଥାଏ ଅର୍ଥାତ ଡିସେମ୍ବର ୨୫ ଦିନ ଏହାକୁ ଏକ ଉତ୍ସବ ପରି ପାଳନ କରାଯାଇଥାଏ । କିଛି ଦେଶର ସ୍ଥାନୀୟ ସଂସ୍କୃତି ଅନୁସାରେ ଏହି ଉତ୍ସବ ଆଠ ଦିନ ଧରି ମଧ୍ୟ ପାଳନ କରାଯାଇଥାଏ । କିଛି ଦେଶରେ ଏହାକୁ ଛୁଟିଦିନ ଭାବେ ମଧ୍ୟ ଘୋଷଣା କରାଯାଇଥାଏ । ଚତୁର୍ଥ ଶତାବ୍ଦୀର ପ୍ରଥମାର୍ଦ୍ଧରେ େଓ୍ୱଷ୍ଟର୍ଣ୍ଣ ଖ୍ରୀଷ୍ଟିୟାନ୍ ଚର୍ଚ୍ଚ୍ ବା ପାଶ୍ଚାତ୍ୟ ଦେଶମାନଙ୍କର ପ୍ରମୁଖ ଗୀର୍ଜାଘରମାନେ ଡିସେମ୍ବର ୨୫ ତାରିଖକୁ ଖ୍ରୀଷ୍ଟଙ୍କ ଜନ୍ମ ବୋଲି ଧାର୍ଯ୍ୟ କରାଯାଇଥିଲା । ପ୍ରାଚ୍ୟ ଦେଶମାନଙ୍କରେ ମଧ୍ୟ ଏହି ପ୍ରଥା ପ୍ରଚଳିତ ହୋଇଥିଲା । ଯୀଶୁଙ୍କର ତ୍ୟାଗ ସମଗ୍ର ବିଶ୍ୱକୁ ଅନେକ ଶିକ୍ଷା ଦେଇଥାଏ । ସେ ସମାଜର ଉପକାର ପାଇଁ ନିଜ ଜୀବନକୁ ତ୍ୟାଗ କରିଥିଲେ, ତେଣୁ ତାଙ୍କୁ ତ୍ୟାଗର ମୂର୍ତ୍ତି ଭାବେ ପୂଜା କରାଯାଇଥାଏ ।
Related Posts



