ମିଠା ମିଠା କ୍ରିସମସ
କ୍ରିସମସ କହିଲେ ସମସ୍ତଙ୍କ ମନକୁ ଆସେ ସେଲିବ୍ରେସନ । ଡିସେମ୍ବର ୨୫ରେ ସବୁସ୍ଥାନରେ ସାଜସଜ୍ଜା ସାଙ୍ଗକୁ ଖାଇବା ପିଇବାର ଆସର ଯମିଥାଏ । ତେବେ ଏହି ଦିନଟିକୁ ବିଭିନ୍ନ ସ୍ଥାନରେ ଭିନ୍ନଭିନ୍ନ ପାରମ୍ପରିକ ଖାଦ୍ୟ ଖାଇ ସେଲିବ୍ରେଟ କରିଥାଆନ୍ତି । ଆସନ୍ତୁ ଜାଣିବା ସେହିଭଳି କିଛି ୟୁନିକ୍ ଖାଦ୍ୟ ସମ୍ପର୍କରେ ଯାହା କେବଳ କ୍ରିସମସରେ ଖିଆଯାଇଥାଏ ।
କ୍ରିସମସ ଆପେଲ୍
କ୍ରିସମସ ଅବସରରେ ସମସ୍ତେ ନିଜନିଜ ଭିତରେ ଗିଫ୍ଟ ଦେବା ନେବାର ପ୍ରଥା ରହିଛି । ସେହିଭଳି ଏହି ଉପହାର ତାଲିକାରେ ଆପେଲ୍ ମଧ୍ୟ ସାମିଲ ଥାଏ । ତେବେ ଚୀନରେ ଏହା ଏକ ପ୍ରଥା । କ୍ରିସମସ ଅବସରରେ ସମସ୍ତେ ସମସ୍ତଙ୍କୁ ଆପେଲ୍ ବା ଫଳ ସେଓକୁ ଉପହାରରେ ଦେବାର ନିଆରା ପ୍ରଥା ପାଳନ କରାଯାଏ । ଏହି ସେଓକୁ ସେମାନେ ଏକ ସୁନ୍ଦର ଗର୍ଜିଅସ କଲର ପେପରରେ ଗୁଡାଇ ଗିପ୍ଟ ଆକାରରେ ଦେଇଥାଆନ୍ତି । ଆପେଲକୁ ଗିଫ୍ଟ ରୂପେ ଦେଇ ସେମାନେ ସମସ୍ତଙ୍କର ଜୀବନରେ ଶାନ୍ତିର କାମନା କରିଥାଆନ୍ତି ।
ସ୍ଲେୟୋଡକା ପଡ ସୋବେ
ରସିଆରେ ମଧ୍ୟ କ୍ରିସମସକୁ ଖୁବ ଧୁମଧାମରେ ପାଳନ କରାଯାଇଥାଏ । ଏହି ଦିନ ବିଭିନ୍ନ ପ୍ରକାର ଖାଦ୍ୟ ଖାଇ ସେମାନେ କ୍ରିସମସ ପାଳନ କରନ୍ତି । ତେବେ ଏଥିରେ ଗୋଟିଏ ଡିସ୍ ଏଭଳି ବି ରହିଛି ଯାହାକୁ କ୍ରିସମସ ଡିସ୍ ଭାବେ ସମସ୍ତେ ଜାଣନ୍ତି । ଏହି ଡିସ୍ର ନାଁ ରହିଛି ସ୍ଲେୟୋଡକା ପଡ ସୋବେ । ଏହି ଡିସ୍କୁ ଆଳୁ, ଗାଜର,ବିଟ୍, ପିଆଜ, ମେୟୋନିଜ୍ ଭଳି ଅନେକ ପଦାର୍ଥକୁ ବ୍ୟବହାର କରି ପ୍ରସ୍ତୁତ କରାଯାଇଥାଏ । ଏହାକୁ ବିଶେଷ ଭାବେ କ୍ରିସମସ ପାର୍ଟିରେ ସର୍ଭ କରିବା ପାଇଁ ପ୍ରସ୍ତୁତ କରାଯାଇଥାଏ ।

କ୍ରିସମସ ପୁଡିଂ
କ୍ରିସମସ ପୁଡିଂ ସମଗ୍ର ବିଶ୍ୱରେ ସମସ୍ତଙ୍କ ପସନ୍ଦ ହୋଇଥାଏ । ଇଂଲଣ୍ଡରେ ଏହା ହେଉଛିୟୁନିକ୍ କ୍ରିସମସ ଫୁଡ୍, ଯାହାକୁ ୧୪ଶହ ଶତାବ୍ଦୀରୁ ପ୍ରସ୍ତୁତ କରାଯାଉଛି । ତେବେ ବର୍ତ୍ତମାନ ସେଠାରେ ଏହି ପୁଡିଂରେ ଏକ ସିଲଭର କଏନ୍ ଲୁଚାଯିବାର ପ୍ରଥା ଚାଲିଛି । ଯେଉଁ ବ୍ୟକ୍ତି ଏହି କଏନ୍କୁ ପାଇବେ ତାଙ୍କ ଲକ୍ ଭଲ ହେବ ବୋଲି ବିଶ୍ୱାସ ରହିଛି । ଏହି ପୁଡିଂର ପ୍ରସ୍ତୁତି ଖୁବ ଆଗରୁ ଆରମ୍ଭ ହୋଇଥାଏ । ଇଂଲଣ୍ଡରେ ଏହାର ମହତ୍ତ୍ୱ ଖୁବ ଅଧିକ ରହିଛି । କ୍ରିସମସରେ ସମସ୍ତେ ଏହାକୁ ଖାଇବାକୁ ଅପେକ୍ଷା କରିଥାଆନ୍ତି ।
ସମାଲାହୋଭେ
ନରେଓ୍ୱରେ ଏହି ଡିସ୍ ପ୍ରଥମେ ଗରିବଙ୍କର ଖାଦ୍ୟ ଥିଲା । ହେଲେ ବର୍ତ୍ତମାନ ଏହା କ୍ରିସମସର ମୁଖ୍ୟ ଆକର୍ଷଣରେ ପରିବର୍ତ୍ତିତ ହୋଇଛି । ସମାଲାହୋଭେ ହେଲା ଗୋଟିଏ ଛେଳିର ମୁଣ୍ଡ, ଯାହାକୁ ଶୁଖାଯାଇଥାଏ । ଏହାକୁ ପରେ ଆଳୁ ଓ ବିଭିନ୍ନ ପରିବା ସହିତ ଖିଆ ଯାଇଥାଏ । ଏହାକୁ ଖାଇବାର କିଛି ନିଆରା ପ୍ରକ୍ରିୟା ମଧ୍ୟ ରହିଛି । ଏଠାରେ କ୍ରିସମସ ଡାଇନିଂ ଟେବୁଲ୍ରେ ଏହି ଡିସ୍କୁ ସମସ୍ତେ ସାମିଲ କରିଥାଆନ୍ତି । ଏହା ସେଠିକାର ବହୁ ପୂରାତନ ଡିସ୍ ଅଟେ ।

ମଟକା ଆଣ୍ଡ୍ କିଭିଆକ୍
ଗ୍ରୀନ୍ ଲାଣ୍ଡ୍ର ମଟକା ଆଣ୍ଡ୍ କିଭିଆକ୍ ବେଶ୍ ପପୁଲାର । ଏହା ଦୁଇଟି ଡିସ୍କୁ ନେଇ ଗଠିତ ହୋଇଥାଏ । ଗୋଟିଏ ଡିସ୍ କଞ୍ଚା ଦଳା ହେ୍ୱଲ୍ ମାଛରୁ ପ୍ରସ୍ତୁତ ହେଉଥିବାବେଳେ ଅନ୍ୟଟି ଅକ୍ ଚଢେଇରୁ ପ୍ରସ୍ତୁତ ହୋଇଥାଏ । କିଭିଆକ୍ ଅକ୍ ନାମକ ଚଢେଇକୁ ଅନେକ ଦିନ ଧରି ମାଟିତଳେ ସିଲମାଛର ଚମଡା ମଧ୍ୟରେ ରଖାଯାଇ ଫରମେଣ୍ଟ୍ କରିବା ପାଇଁ ପୋତା ଯାଇଥାଏ । ସେଠିକାର ବାସିନ୍ଦାଙ୍କ ପାଇଁ ଏହା ଖୁବ ପପୁଲାର ଡିସ୍ ।




