କ୍ରିସମସ ଫ୍ୟାଶନ

କ୍ରିସମସ ଫ୍ୟାଶନ
Ipsita Picture
By: Ipsita
Published On

 

କ୍ରିସମସ ଆସିଲେ ସବୁସ୍ଥାନରେ ଫେଷ୍ଟିଭ ସିଜିନ ଆରମ୍ଭ ହୋଇଯାଏ । ସମସ୍ତେ ନିଜର ଘର ସହିତ ନିଜକୁ କିଭଳି ସଜାଇବେ ସେଥିପ୍ରତି କାମ କରିବା ଆରମ୍ଭ କରିଦିଅନ୍ତି । ତେବେ ଆସନ୍ତୁ ଜାଣିବା ସେହିଭଳି କିଛି କ୍ରିସମସ ଫ୍ୟାଶନ ସମ୍ପର୍କରେ ।

ଗ୍ରୀନ ସୁଟ୍

ଯଦି ଆପଣଙ୍କର ଲାଲ ରଙ୍ଗ ପସନ୍ଦ ନୁହେଁ, ତେବେ ଏଥର କ୍ରିସମସକୁ କିଛି ନିଆରା ଢଙ୍ଗରେ ପାଳନ କରନ୍ତୁ । ଏଥର ଗ୍ରୀନ ସୁଟକୁ ଆଡ କରନ୍ତୁ । ଏହା ଆପଣଙ୍କୁ ଏକ ଫ୍ରେସ ଫ୍ୟାଶନର ଅନୁଭୂତ କରାଇବ । ଏହାସହିତ ମିନିମାଲ ଜୁଏଲାରୀ ସାମିଲ କରନ୍ତୁ, ଖୁବ ସୁନ୍ଦର ଲୁକ କ୍ରିଏଟ ହେବ ।

 

sssdf

 

ହ୍ବାଇଟ୍ କ୍ରିସମସ

ଯଦି ଆପଣ ଚାହିଁବେ ତେବେ ଚଳିତ କ୍ରିସମସକୁ ହ୍ବାଇଟ କ୍ରିସମସରେ ପରିଣତ କରିପାରିବେ । ଏଥିପାଇଁ ପୁରା ଧଳା ବଦଳରେ କ୍ରିମ୍ ସେ଼ଡ ଚୟନ କରନ୍ତୁ । ଯାହାସହିତ ଫଜି ଆସେସରିଜ ଚୁଜ କରନ୍ତୁ ଏହା ଟିକେ ଆପଣଙ୍କୁ ୟୁନିକ ଲୁକ ଦେବ । ଜୋତାରେ ଲେଦର ଯୋତା ପିନ୍ଧନ୍ତୁ ଖୁବ ଭଲ କ୍ରିସମସ ଲୁକ କ୍ରିଏଟ ହେବ ।

ଜାକେଟ

 ଏହିଦିନେ ଶୀତ ହେଉଥିବାର ଫ୍ୟାଶନ ପାଇଁ ଆଉଟ ଫିଟ ଚୟନ ବେଳେ ସମସ୍ତେ ଟିକେ ଦ୍ବନ୍ଦ୍ବରେ ରହିଥାଆନ୍ତି । ଏଥିପାଇଁ ଜାକେଟକୁ ଫ୍ୟାଶନ ଭଳି ସାମିଲ କରନ୍ତୁ । ନିଜର ଆଉଟଫିଟକୁ ସୁହାଇଲା ଭଳି ଜାକେଟ ପିନ୍ଧନ୍ତୁ ଏହା ଆପଣଙ୍କୁ ଖୁବ ସୁନ୍ଦର ଲୁକ ଦେବ । ଏପରିକି ସ୍ବେଟରକୁ ମଧ୍ୟ ଫ୍ୟାଶନରେ ସାମିଲ କରିପାରିବେ ।

 

9876

 

ବ୍ଲୁ ଭେଲଭେଟ

ଯଦି ଆପଣଙ୍କର ବ୍ଲୁ ରଙ୍ଗ ପସନ୍ଦ ତେବେ ବ୍ଲୁ ଭେଲଭେଟକୁ ନିଜ ଲିଷ୍ଟରେ ସାମିଲ କରନ୍ତୁ । ଏହା ଆପଣଙ୍କୁ ଖୁବ ସୁନ୍ଦର ଲୁକ ପ୍ରାଦନ କରିବ । ଏହାସହିତ କଳା ରଙ୍ଗର ବୁଟ ପିନ୍ଧିପାରିବେ, ଜୁଏଲାରୀରେ ମିନିମାଲ ଜୁଏଲାରୀ ଚୟନ କରନ୍ତୁ । ନାଇଟ ଟାଇମ ପାର୍ଟି ପାଇଁ ଏହା ଖୁବ ସୁନ୍ଦର ବିକଳ୍ପ ହୋଇଥାଏ । ଏଥିରେ ସ୍କର୍ଟ, ଗାଉନ ଭଳି ପୋଷାକ ଚୟନ କରିପାରିବେ ।

ରେଡ୍ ଟ୍ରେଣ୍ଡ

ତେବେ କ୍ରିସମସର ସବୁଠାରୁ ଟ୍ରେଣ୍ଡରେ ରହିଥାଏ ରେଡ ଫ୍ୟାଶନ । ତେଣୁ ଆପଣମଧ୍ୟ ରେଡ ଫ୍ୟାଶନକୁ ଫଲୋ କରିପାରିବେ । ଲାଲ ରଙ୍ଗରେ ଗାଉନ୍, ଶାଢି, ସ୍କର୍ଟ, ଟିସାର୍ଟ ଆଦି ପିନ୍ଧି ପାରିବେ । ଏହାକୁ ଧଳା ରଙ୍ଗର ଜାକେଟ କିମ୍ବା ସ୍ବେଟର ସହିତ ପେୟାର ଅପ କରନ୍ତୁ ଖୁବ ସୁନ୍ଦର ଲୁକ କ୍ରିଏଟ ହେବ ।

Tags: