ଚୀନ ଦେଉଛି ‘ବେବି ଲୋନ୍’
ଏକଦା ୱାନ୍ ଚାଇଲï ପଲିସି ନୀତି ଆପଣାଇଥିବା ଚୀନ ବର୍ତ୍ତମାନ ବିବାହିତ ଦମ୍ପତିଙ୍କୁ ସନ୍ତାନ ପ୍ରସବ ପାଇଁ ୩୧ ହଜାର ଡଲାରର ବେବି ଲୋନ୍ ଘୋଷଣା କରିଛି । ଚୀନର ଏହି ଅଜବ ନିଷ୍ପତ୍ତିକୁ ନେଇ ଏବେ ସମଗ୍ର ବିଶ୍ୱରେ ଚର୍ଚ୍ଚା କରାଯାଉଛି । ଚୀନର ଉତ୍ତର-ପୂର୍ବ ପ୍ରଦେଶଜିଲିନ୍ ଲୋକମାନଙ୍କୁ ବିବାହ ଏବଂ ସନ୍ତାନ ପ୍ରାପ୍ତି ପାଇଁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ବିବାହିତ ଦମ୍ପତିଙ୍କ ପାଇଁ ‘ମ୍ୟାରେଜ୍ ଆଣ୍ଡ୍ ବର୍ଥ କନଜୁ୍ୟମର ଲୋନ୍’ ପ୍ରଦାନ କରିବାକୁ ବ୍ୟାଙ୍କଗୁଡ଼ିକୁ […]
ଏକଦା ୱାନ୍ ଚାଇଲï ପଲିସି ନୀତି ଆପଣାଇଥିବା ଚୀନ ବର୍ତ୍ତମାନ ବିବାହିତ ଦମ୍ପତିଙ୍କୁ ସନ୍ତାନ ପ୍ରସବ ପାଇଁ ୩୧ ହଜାର ଡଲାରର ବେବି ଲୋନ୍ ଘୋଷଣା କରିଛି । ଚୀନର ଏହି ଅଜବ ନିଷ୍ପତ୍ତିକୁ ନେଇ ଏବେ ସମଗ୍ର ବିଶ୍ୱରେ ଚର୍ଚ୍ଚା କରାଯାଉଛି । ଚୀନର ଉତ୍ତର-ପୂର୍ବ ପ୍ରଦେଶଜିଲିନ୍ ଲୋକମାନଙ୍କୁ ବିବାହ ଏବଂ ସନ୍ତାନ ପ୍ରାପ୍ତି ପାଇଁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ବିବାହିତ ଦମ୍ପତିଙ୍କ ପାଇଁ ‘ମ୍ୟାରେଜ୍ ଆଣ୍ଡ୍ ବର୍ଥ କନଜୁ୍ୟମର ଲୋନ୍’ ପ୍ରଦାନ କରିବାକୁ ବ୍ୟାଙ୍କଗୁଡ଼ିକୁ କହିଛି ।

ଏହି ବେବି ଲୋନ୍ ଅଧୀନରେ ଦମ୍ପତିମାନଙ୍କୁ ଶିଶୁ ଜନ୍ମ ପାଇଁ ବ୍ୟାଙ୍କରୁ ୨ ଲକ୍ଷ ୟୁଆନ୍ ଅର୍ଥାତ୍ ଭାରତୀୟ ମୁଦ୍ରାରେ ପ୍ରାୟ ୨୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ମିଳିବ । ଜିଲିନ୍ ପ୍ରଦେଶର ଜନସଂଖ୍ୟା ହ ୍ରାସକୁ ଦୃଷ୍ଟିରେ ରଖି ଚୀନ୍ ଏହି ଯୋଜନା ଗ୍ରହଣ କରିଛି । ରଏଟର୍ସ ରିପୋର୍ଟ ଅନୁଯାୟୀ, ଯଦିଓ ସମଗ୍ର ଚୀନ୍ ଜନ୍ମହାର ହ ୍ରାସ ପାଇବା ସମସ୍ୟାର ସମ୍ମୁଖୀନ ହେଉଛି, କି;ୁ ଚୀନର ଉତ୍ତର-ପୂର୍ବର ତିନୋଟି ପ୍ରଦେଶ ଜିଲିନ୍, ଲିଆଓନିଂ ଏବଂ ହିଲୋଙ୍ଗଜିଆଙ୍ଗ ଏହି ସମସ୍ୟା ଦ୍ୱାରା ଅଧିକ ପ୍ରଭାବିତ ହେବାରେ ଲାଗିଛନ୍ତି । ୨୦୧୦ ତୁଳନାରେ ୨୦୨୦ ରେ ଏହି ଅଞ୍ଚଳର ଜନସଂଖ୍ୟା ୧୦.୩% ହ ୍ରାସ ପାଇଛି । ଏହି ଅବଧିରେ ଜିଲିନର ଜନସଂଖ୍ୟା ୧୨.୭% ହ ୍ରାସ ପାଇଛି ।

ଦିନକୁ ଦିନ ବୃଦ୍ଧି ପାଉଥିବା ଜନସଂଖ୍ୟାକୁ ମୁକାବିଲା କରିବା ପାଇଁ ଏକ ଶିଶୁ ନୀତି ଆଣିଥିବା ଚୀନ୍ ବର୍ତ୍ତମାନ ଜନସଂଖ୍ୟା ବୃଦ୍ଧି ଉପରେ ଗୁରୁତ୍ୱାରୋପ କରୁଛି ଏବଂ ଏଥିପାଇଁ ଚଳିତ ବର୍ଷ ଅଗଷ୍ଟରେ ଏହା ତିନି ଶିଶୁଙ୍କ ନୀତି କାର୍ଯ୍ୟକାରୀ କରିଛି । ଜନସଂଖ୍ୟାକୁ ନିୟନ୍ତ୍ରଣ କରିବା ପାଇଁ ଚୀନ ୧୯୮୦ରେ ଏକ ଶିଶୁ ନୀତି କାର୍ଯ୍ୟକାରୀ କରିଥିଲା, ଯାହା ୨୦୧୬ ପର୍ଯ୍ୟନ୍ତ ବଳବତ୍ତର ରହିଥିଲା । ଏହାପରେ ବୟସ୍କ ତଥା ବୃଦ୍ଧଙ୍କ ଜନସଂଖ୍ୟା ଅର୍ଥନୀତି ଉପରେ ପ୍ରଭାବ ପକାଇବାରେ ଲାଗିଲା ।

ଏହାକୁ ଦେଖି କମୁ୍ୟନିଷ୍ଟ ସରକାର ଦୁଇ ପିଲାଙ୍କୁ ଜନ୍ମ ଦେବାକୁ ଅନୁମତି ପ୍ରଦାନ କରିଥିଲା । ହେଲେ ଯେତେବେଳେ ଏହି ନୀତି ଯୁବପିଢିଙ୍କ ଅନୁପାତରେ ଉନ୍ନତି ଆଣିଲା ନାହିଁ, ଚୀନ୍ ୨୦୨୧ରେ ତିନୋଟି ସନ୍ତାନ ଜନ୍ମ କରିବା ନିଷ୍ପତ୍ତି ନେଇଥିଲା । ୨୦୨୧ ମସିହାରେ ଚୀନର ଜନଗଣନା ତଥ୍ୟ ଅନୁଯାୟୀ ଜନ୍ମହାର କ୍ରମାଗତ ଚତୁର୍ଥ ବର୍ଷ ପାଇଁ ହ ୍ରାସ ପାଇଛି । ୨୦୧୦ ରୁ ୨୦୨୦ ମଧ୍ୟରେ ଏହାର ଜନସଂଖ୍ୟା ଅଭିବୃଦ୍ଧି ହାର ୫.୩୪% ଥିଲା ଏବଂ ୨୦୧୦ରେ ୧୩୪ କୋଟିରୁ ୨୦୨୦ରେ ୧୪୧.କୋଟିକୁ ବୃଦ୍ଧି ପାଇଥିଲା ।




