ନିଶା ଖାଉଛନ୍ତି ସିମ୍ପାଞ୍ଜି
By: Ipsita
ସମ୍ବନ୍ଧିତ ଖବର ଶରୀରରେ କଣ୍ଟାଥିବା ଡାଇନୋସର
ଜଙ୍ଗଲି ଫଳରୁ ମିଳୁଛି ମଦର ସ୍ୱାଦ, ୟୁଗାଣ୍ଡାରେ ହୋଇଥିବା ଗବେଷଣାରୁ ଏଭଳି ଆଶ୍ଚର୍ଯ୍ୟଜନକ ତଥ୍ୟ ମିଳିଛି । ସୂଚନା ଅନୁସାରେ ୟୁଗାଣ୍ଡାର ଜଙ୍ଗଲରେ ହୋଇଥିବା ଏକ ନୂତନ ଗବେଷଣାରୁ ଜଣାପଡ଼ିଛି ଯେ ବନ୍ୟ ସିମ୍ପାଞ୍ଜିମାନେ ମଧ୍ୟ ମଣିଷଙ୍କ ଭଳି ନିଶା ସେବନ କରୁଛନ୍ତି । ୟୁଗାଣ୍ଡାର କିବାଲେ ନ୍ୟାସନାଲ ପାର୍କରେ ବୈଜ୍ଞାନିକମାନେ ସିମ୍ପାଞ୍ଜିଙ୍କ ମୂତ୍ରର ୨୦ଟି ନମୁନା ସଂଗ୍ରହ କରିଥିଲେ । ଯେଉଁଥିରୁ ୧୭ଟି ନମୁନାରେ ମଦର ଅଂଶ ମିଳିଥିଲା ଏବଂ ଏହାର ସ୍ତର ଜଣେ ମଣିଷ ୧ କିମ୍ବା ୨ ପେଗ୍ ମଦ ପିଇବା ପରେ ଯେତିକି ନିଶା ହୁଏ ତାହା ସହ ସମାନ ଥିଲା । ପ୍ରକୃତରେ ଜଙ୍ଗଲରେ ଥିବା 'ଷ୍ଟାର୍ ଆପଲ୍' ଭଳି ଫଳ ଅଧିକ ପାଚିବା ପରେ ସେଥିରେ ଥିବା ଶର୍କରା ବା ଚିନି ଅଂଶ ପ୍ରାକୃତିକ ଭାବେ 'ଫର୍ମେଣ୍ଟ' ହୋଇ ମଦରେ ପରିଣତ ହୋଇଯାଇଥାଏ । ଯେତେବେଳେ ସିମ୍ପାଞ୍ଜିମାନେ ଏହି ଫଳଗୁଡ଼ିକୁ ଖାଆନ୍ତି, ସେମାନଙ୍କ ଶରୀରକୁ ପ୍ରାୟ ଦୁଇଟି ଡ୍ରିଙ୍କ୍ସ ବା ମଦ ପିଇବା ସମାନ ନିଶା ପହଞ୍ଚିଥାଏ ।
ସମ୍ବନ୍ଧିତ ଖବର ଅଫିସରେ ସୁଟ ପିନ୍ଧିବାକୁ ବାରଣ
Tags:
Related Posts



