ଶିଶୁ ଦିବସ
ଭାରତରେ ପ୍ରତିବର୍ଷ ନଭେମ୍ବର ୧୪ ତାରିଖକୁ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜୟନ୍ତୀ ଉପଲକ୍ଷେ 'ଶିଶୁ ଦିବସ' ଭାବେ ଅତ୍ୟନ୍ତ ଉତ୍ସାହ ଓ ଆନନ୍ଦର ସହ ପାଳନ କରାଯାଏ । ନେହେରୁଜୀ ପିଲାମାନଙ୍କୁ ଅତିଶୟ ଭଲ ପାଉଥିଲେ ଏବଂ ପିଲାମାନେ ମଧ୍ୟ ତାଙ୍କୁ ସ୍ନେହରେ 'ଚାଚା ନେହେରୁ' ବୋଲି ଡାକୁଥିଲେ । ଯାହାଫଳରେ ୧୯୬୪ ମସିହାରେ ତାଙ୍କର ଦେହାନ୍ତ ପରେ ତାଙ୍କର ଜନ୍ମଦିନକୁ ଶିଶୁ ଦିବସ ରୂପେ ଘୋଷଣା କରାଯାଇଥିଲା । ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଦେଶର ଭବିଷ୍ୟତ ତଥା କୋମଳମତି ଶିଶୁମାନଙ୍କ ଅଧିକାର, ଯତ୍ନ, ଉତ୍ତମ ଶିକ୍ଷା ଏବଂ ସୁରକ୍ଷା ପ୍ରତି ସମାଜରେ ସଚେତନତା ସୃଷ୍ଟି କରିବା। ଯାହାଦ୍ୱାରା ପ୍ରତ୍ୟେକ ଶିଶୁ ନିଜର ପୂର୍ଣ୍ଣ ବିକାଶ କରିବାକୁ ସୁଯୋଗ ପାଇପାରିବେ । ଏହି ଅବସରରେ ଦେଶବ୍ୟାପୀ ବିଭିନ୍ନ ବିଦ୍ୟାଳୟ ଏବଂ ଶିକ୍ଷାନୁଷ୍ଠାନରେ ପିଲାମାନଙ୍କ ପାଇଁ ନାଚ, ଗୀତ, ପ୍ରତିଯୋଗିତା ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯିବା ସହ ଚାଚା ନେହେରୁଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥାଏ । ଏହା ଶିଶୁମାନଙ୍କ ମଧ୍ୟରେ ଖୁସି ଓ ପ୍ରେରଣା ଭରିଦେବା ସହିତ ଦେଶର ଗଢ଼ଣରେ ଶିଶୁମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ପୁନଃସ୍ମରଣ କରାଇଥାଏ । ଏହି ଦିନ ପ୍ରତିଟି ସ୍କୁଲ କଲେଜରେ ଏହାକୁ ଖୁବ ଧୁମଧାମରେ ପାଳନ କରାଯାଇଥାଏ । ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ଏହାକୁ ପାଳନ କରାଯାଇଥାଏ ।




