ଆଜିର ଶିଶୁ ଆସନ୍ତାକାଲିର ଭବିଷ୍ୟତ
ପ୍ରତ୍ୟେକ ବର୍ଷ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁଙ୍କ ଜନ୍ମଦିନ ନଭେମ୍ବର ୧୪ ତାରିଖକୁ ଶିଶୁ ଦିବସ ରୂପେ ପାଳନ କରାଯାଇଥାଏ । ଦେଶର କୋଣ ଅନୁକୋଣରେ, ପଲ୍ଲୀ ଠୁ ଦିଲ୍ଲୀ ସବୁଠି ଶିଶୁଦିବସକୁ ଆନନ୍ଦର ସହ ପାଳନ କରାଯାଇଥାଏ । ଶିଶୁଙ୍କ ଅଧିକାର, ଦାୟିତ୍ୱ ଓ ଶିକ୍ଷା ବିଷୟରେ ସଚେତନ କରିବା ଉଦ୍ଦେଶ୍ୟରେ ଏହି ମହାନ ଦିବସକୁ ସମଗ୍ର ଦେଶରେ ପାଳନ କରାଯାଇଥାଏ । ଦେଶର ପ୍ରତ୍ୟେକ ବିଦ୍ୟାଳୟରେ ଏହି ମହାନ ଦିବସ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥାଏ । ଜୀବନ ସଂଗଠନରେ ଶିଶୁର ଭୂମିକା ଯେତେ ପ୍ରଭାବଶାଳୀ ହୁଏ,ସମାଜ ଓ ଦେଶର ଭବିଷ୍ୟତ ସେତେ ଉଜ୍ଜ୍ୱଳ ହୁଏ । ଆଜିର ଶିଶୁ ଭବିଷ୍ୟତରେ ଦେଶର ନାଗରିକ ହୋଇଥାଏ । ଶିଶୁ ବଡ଼ ହେଲା ପରେ ସମାଜ ନିର୍ମାଣରେ ସକ୍ରିୟ ଅଂଶ ଗ୍ରହଣ କରିଥାଏ । ଶିଶୁର ସରଳତା, କପଟହୀନତା ଓ ଈର୍ଷା ଶୂନ୍ୟତା ହେଉଛି ଈଶ୍ୱରଙ୍କ ମହାର୍ଘ୍ୟ ଦାନ । ଗଭୀର ସ୍ନେହ,ସୌହାର୍ଦ୍ଦ୍ୟ ଭିତରେ ପରିବାରରେ ପିଲାଟି ବଢ଼ି ତା'ର ଶାରୀରିକ,ମାନସିକ ଓ ନୈତିକ ଜୀବନର ମୂଳଦୁଆ ପଡ଼ିଥାଏ । ପରବର୍ତ୍ତୀ ଜୀବନରେ ପରିବାରର ପ୍ରଭାବ ତା'ର ଜୀବନଧାରାକୁ ସଂଚଳିତ କରିଥାଏ । ପରିବାର ଭିତରୁ ହିଁ ସେ ଜୀବନର ମଧୁରତା ସଂଗ୍ରହ କରିଥାଏ । ଶିଶୁ ଟି ଜାତିର ଭବିଷ୍ୟତ ପାଇଁ ସ୍ନେହ, ଶ୍ରଦ୍ଧା, ସହାନୁଭୂତି ଓ ଉଚ୍ଚନୈତିକ ମୂଲ୍ୟବୋଧ ଶିକ୍ଷା ଦେବାର ଆବଶ୍ୟକତା ପଡ଼େ । ସେମାନଙ୍କ ପ୍ରତି ଏକ ସ୍ୱତନ୍ତ୍ର ଦାୟିତ୍ୱବବୋଧ ରହିଲେ ଭବିଷ୍ୟତରେ ସେମାନେ ପରିପୂର୍ଣ୍ଣ ରୂପେ ବିକଶିତ ହୋଇ ସୁନାଗରିକ ହୋଇପାରିବେ । ଶିଶୁ ମାନେ ହେଉଛନ୍ତି ଦେଶ ର ଶକ୍ତି ଓ ପ୍ରଗତି ର ସୂତ୍ରଧର ବୋଲି ଏହି ଦିବସ ସୂଚାଇଥାଏ । ଆଜି ଯିଏ ଶିଶୁ, ଭବିଷ୍ୟତରେ ସେ ଦେଶର ନାଗରିକ ଓ ଦେଶ ଗଠନର କର୍ଣ୍ଣଧାର ବୋଲି ଲୋକଙ୍କୁ ସଚେତନ କରାଇବା ଏହି ଦିବସର ମୂଳ ଉଦ୍ଦେଶ୍ୟ ।
ବିଶ୍ୱବିଜୟୀ ଦାଶ
ମୋ ୬୩୭୦୨୦୮୪୨୮


