ଅନଲାଇନ ଗେମ ନିଶାରେ ଶୈଶବ

ଅନଲାଇନ ଗେମ ନିଶାରେ ଶୈଶବ
Ipsita Picture
By: Ipsita
Published On

 

ଆଧୁନିକ ଯୁଗରେ ସ୍ମାର୍ଟଫୋନ୍ ଏବଂ ଇଣ୍ଟରନେଟ୍ ଆମ ଜୀବନର ଅବିଚ୍ଛେଦ୍ୟ ଅଙ୍ଗ ପାଲଟିଛି। କିନ୍ତୁ ଏହାର ଅପବ୍ୟବହାର କୋମଳମତି ଶିଶୁମାନଙ୍କୁ ଏକ ଅନ୍ଧକାରମୟ ଭବିଷ୍ୟତ ଆଡ଼କୁ ଠେଲି ଦେଉଛି। ବିଶେଷ କରି ଅନଲାଇନ୍ ଗେମ୍ ପ୍ରତି ପିଲାମାନଙ୍କର ବଢୁଥିବା ନିଶା ବର୍ତ୍ତମାନ ପିତାମାତା ଓ ସମାଜ ପାଇଁ ଚିନ୍ତାର ବିଷୟ ପାଲଟିଛି ।

କାରଣ

  • _ ଗେମ୍ ଖେଳିବା ସମୟରେ ଜିତିବା ବା ପଏଣ୍ଟ ପାଇବା ଦ୍ୱାରା ମସ୍ତିଷ୍କରେ 'ଡୋପାମାଇନ୍' ନାମକ ଏକ ରାସାୟନିକ ପଦାର୍ଥ କ୍ଷରିତ ହୁଏ, ଯାହା ପିଲାଙ୍କୁ ଖୁସି ଦିଏ। ଏହି ଖୁସି ପାଇବା ପାଇଁ ସେମାନେ ବାରମ୍ବାର ଖେଳିବାକୁ ଇଚ୍ଛା କରନ୍ତି ।
  • _ ଆଧୁନିକ ଗେମ୍ଗୁଡ଼ିକ ଏପରି ଭାବେ ଡିଜାଇନ୍ କରାଯାଇଥାଏ ଯେ ସେଥିରେ ଥିବା ରିୱାର୍ଡ, ନୂଆ ଲେଭଲ୍ ଏବଂ ଗ୍ରାଫିକ୍ସ ପିଲାଙ୍କୁ ବାନ୍ଧି ରଖେ ।
  • _ ଅନେକ ଗେମ୍ରେ ସାଙ୍ଗମାନଙ୍କ ସହ ଚାଟ୍ କରିବା ଓ ଖେଳିବାର ସୁବିଧା ଥିବାରୁ ପିଲାମାନେ ଏହାକୁ ଏକ ସାମାଜିକ ମାଧ୍ୟମ ଭାବେ ବ୍ୟବହାର କରନ୍ତି ।
  • _ ପରିବାରରେ ସମୟର ଅଭାବ ବା ବାହାରେ ଖେଳକୁଦ କରିବାର ସୁଯୋଗ ନମିଳିବା ଯୋଗୁଁ ପିଲାମାନେ ମୋବାଇଲ୍କୁ ନିଜର ସାଥୀ କରି ନିଅନ୍ତି ।

 ଟିପ୍ସ

  • _ ପିଲାମାନେ ଦିନକୁ କେତେ ସମୟ ମୋବାଇଲ୍ ବ୍ୟବହାର କରିବେ, ସେଥିପାଇଁ ଏକ ନିର୍ଦ୍ଦିଷ୍ଟ ସମୟ ଧାର୍ଯ୍ୟ କରନ୍ତୁ। ଏଥିପାଇଁ କୌଣସି ଏକ୍ସପର୍ଟଙ୍କ ପରାମର୍ଶ ନିଅନ୍ତୁ ।
  • _ ସପ୍ତାହରେ ଅତିକମରେ ଗୋଟିଏ ଦିନ ବା ଖାଇବା ସମୟରେ ମୋବାଇଲ୍ ବ୍ୟବହାର ସମ୍ପୂର୍ଣ୍ଣ ବନ୍ଦ ରଖନ୍ତୁ ।
  • _ ପିଲାଙ୍କୁ ମୋବାଇଲ୍ ବଦଳରେ ପଡ଼ିଆରେ ଖେଳିବା, ଚିତ୍ରାଙ୍କନ କିମ୍ବା ପୁସ୍ତକ ପଠନ ପାଇଁ ଉତ୍ସାହିତ କରନ୍ତୁ ।
  • _ ପିଲାଙ୍କ ସହ ଅଧିକ ସମୟ ବିତାନ୍ତୁ। ସେମାନଙ୍କ କଥା ଶୁଣନ୍ତୁ ଏବଂ ସେମାନଙ୍କ ସହ ଇନଡୋର୍ ଗେମ୍ସ ଖେଳନ୍ତୁ ।
  • _ ମୋବାଇଲ୍ରେ 'ପ୍ୟାରେଣ୍ଟାଲ୍ କଣ୍ଟ୍ରୋଲ୍' ସେଟିଂ ବ୍ୟବହାର କରି ଅଦରକାରୀ ଆପ୍ ଏବଂ ଅତ୍ୟଧିକ ବ୍ୟବହାର ଉପରେ ନଜର ରଖନ୍ତୁ ।
  • _ ପିଲାଙ୍କ ସାମ୍ନାରେ ପିତାମାତା ନିଜେ ମୋବାଇଲ୍ ବ୍ୟବହାର କମ୍ କରିବା ଉଚିତ୍, କାରଣ ପିଲାମାନେ ଅନୁକରଣ ପ୍ରିୟ ।
  • _ ଯଦି ପିଲା ମୋବାଇଲ୍ ନମିଳିଲେ ଅତ୍ୟଧିକ ରାଗୁଛି, ଖାଇବା ଶୋଇବା ଭୁଲି ଯାଉଛି କିମ୍ବା ପାଠପଢ଼ାରେ ମନ ଦେଉନାହିଁ, ତେବେ ତୁରନ୍ତ ଜଣେ ମନସ୍ତତ୍ତ୍ୱବିତ୍ ବା କାଉନସେଲରଙ୍କ ପରାମର୍ଶ ନିଅନ୍ତୁ ।
Tags: