ବର୍ଷାଋତୁରେ ଶିଶୁଙ୍କ ସ୍ୱାସ୍ଥ୍ୟ ର ଯତ୍ନ

ବର୍ଷାଋତୁରେ ପ୍ରାୟ ସମସ୍ତେ ଋତୁ ପରିବର୍ତନ ଜନିତ ସଂକ୍ରମଣରେ ସଂକ୍ରମିତ ହୋଇଥାନ୍ତି I କିନ୍ତୁ ଶିଶୁମାନଙ୍କ ସ୍ୱାସ୍ଥ୍ୟ କ୍ଷେତ୍ରରେ ଏହା ବିଶେଷ ପ୍ରଭାବ ପକାଇଥାଏ I ଏହି ସମୟରେ ସ୍ୱାସ୍ଥ୍ୟ ବିଭାଗ, ଡାକ୍ତର ସ୍ୱାସ୍ଥ୍ୟକର୍ମୀ ସମସ୍ତେ ଯେ କୌଣସି ଆକସ୍ମିକ ରୋଗ ସଂକ୍ରମଣକୁ ମୁକାବିଲା କରିବା ପାଇଁ ସଜାଗ ହୋଇରହିଥାନ୍ତି । ଋତୁର ପରିବର୍ତ୍ତନ ହେତୁ ପରିବେଶରେ ନିମ୍ନଲିଖିତ ପରିବର୍ତ୍ତନ ଦେଖାଦିଏ । ବର୍ଷା ଋତୁର ଶିଶୁମାନଙ୍କ ପ୍ରଧାନ ରୋଗମାନଙ୍କ ମଧ୍ୟରୁ ଥଣ୍ଡା ବା ସର୍ଦ୍ଦି ରୋଗ […]

Samaya Live Picture
Published On

ବର୍ଷାଋତୁରେ ପ୍ରାୟ ସମସ୍ତେ ଋତୁ ପରିବର୍ତନ ଜନିତ ସଂକ୍ରମଣରେ ସଂକ୍ରମିତ ହୋଇଥାନ୍ତି I କିନ୍ତୁ ଶିଶୁମାନଙ୍କ ସ୍ୱାସ୍ଥ୍ୟ କ୍ଷେତ୍ରରେ ଏହା ବିଶେଷ ପ୍ରଭାବ ପକାଇଥାଏ I
ଏହି ସମୟରେ ସ୍ୱାସ୍ଥ୍ୟ ବିଭାଗ, ଡାକ୍ତର ସ୍ୱାସ୍ଥ୍ୟକର୍ମୀ ସମସ୍ତେ ଯେ କୌଣସି ଆକସ୍ମିକ ରୋଗ ସଂକ୍ରମଣକୁ ମୁକାବିଲା କରିବା ପାଇଁ ସଜାଗ ହୋଇରହିଥାନ୍ତି । ଋତୁର ପରିବର୍ତ୍ତନ ହେତୁ ପରିବେଶରେ ନିମ୍ନଲିଖିତ ପରିବର୍ତ୍ତନ ଦେଖାଦିଏ ।

ବର୍ଷା ଋତୁର ଶିଶୁମାନଙ୍କ ପ୍ରଧାନ ରୋଗମାନଙ୍କ ମଧ୍ୟରୁ ଥଣ୍ଡା ବା ସର୍ଦ୍ଦି ରୋଗ ପ୍ରଧାନ । ଏହାପ୍ରାୟ ଦୁଇଶହ ପ୍ରକାରର ଭୂତାଣୁ ହେତୁ ହୋଇଥାଏ । ସେମାନଙ୍କ ମଧ୍ୟରୁ ରାଇନୋଭାଇରସ୍‌ ପ୍ରଧାନ । ଇନ୍‌ଫ୍ଲìଏଞ୍ଜା ଭାଇରସ୍‌ ମଧ୍ୟ ଏହି ସମୟରେ ଦେଖାଯାଇଥାଏ । ଏହି ଭୂତାଣୁ ନିଃଶ୍ୱାସ ପ୍ରଶ୍ୱାସ, ଛିଙ୍କ, କାଶ ଓ ସ୍ପର୍ଶ ଦ୍ୱାରା ବ୍ୟାପିଥାଏ । ଯାହାକୁ ଥଣ୍ଡା ଧରିଥିବା ସେ ଯଦି ଶିଶୁଙ୍କୁ ଗେହ୍ଲା କରିବା, କିମ୍ବା ପିଲାଙ୍କ ଲୁଗାରେ ମୁହଁ ପୋଛିବା ଅଥବା ଗୋଟିଏ କୋଠରିରେ ରହିବା ଫଳରେ ଏହା ଜଣଙ୍କ ଠାରୁ ଅନ୍ୟଜଣଙ୍କୁ ଡେଇଁଥାଏ । ଶିଶୁମାନଙ୍କ ଶରୀରରେ ଅଧିକ ରୋଗ ପ୍ରତିରୋଧ ଶକ୍ତି ନଥିବାରୁ ଶିଶୁମାନଙ୍କୁ ଏହା ଖୁବ ଶୀଘ୍ର ଡେଇଁ ଥାଏ । ଥଣ୍ଡା ପରେ ଶ୍ୱାସ, କାନପଚା, ନିମୋନିଆ ଇତ୍ୟାଦି ବୃଦ୍ଧି ପାଇଥାଏ । ପ୍ରଥମେ ଥଣ୍ଡାରୋଗରେ ନାକରୁ ପାଣିବାହାରେ, କାଶ, ତଣ୍ଟି ଘା’, ଦେହ ହାତ ବ୍ୟଥା ଓ ଭୋକ ହୋଇନଥାଏ ଜ୍ୱର ମଧ୍ୟ ଶିଶୁମାନଙ୍କ ଠାରେ ଦେଖାଯାଇଥାଏ ।

ରୋଗ ସଂକ୍ରମଣର ୧୬ଘଣ୍ଟା ପରେ ଦେହ ହାତ ବିନ୍ଧା ହୋଇଥାଏ । ଦୁଇଦିନ ପରେ ନାକରୁ ପାଣି ବାହାରି ଛିଙ୍କ କାଶ ହୋଇଥାଏ । ସାତରୁ ଦଶ ଦିନ ମଧ୍ୟରେ ମନକୁ ମନ ରୋଗ ଭଲ ହୋଇଯାଏ । ସମୟ ସମୟରେ କାଶ ୨୧ରୁ ୨୫ ଦିନ ପର୍ଯ୍ୟନ୍ତ ରହିଥାଏ । ଜ୍ୱର, ଦେହ ବ୍ୟଥା ପାଇଁ, ଔଷଧ ଦେବା ଉଚିତ । ଥଣ୍ଡା ଧରିଥିଲେ ଭିଟାମିନ ‘ସି’ ବିଶେଷ ଭାବରେ ଉପକାରୀ । ଆଣ୍ଟିବାଓଟିକ୍‌ର ବ୍ୟବହାର ଫଳରେ କୌଣସି ଉପକାର ମିଳିନଥାଏ । ଇନ୍‌ଫ୍ଲìଏଞ୍ଜା ରୋଗ ଫଳରେ ଅଧିକ ଜ୍ୱର ଓ ଶ୍ୱାସକଷ୍ଟ ଦୁର୍ବଳତା ଅନୁଭୂତ ହୋଇଥାଏ । ଯାହାକି ଜୀବନପ୍ରତି ବିପଦ ସୃଷ୍ଟି କରିଥାଏ ।

ଥଣ୍ଡା ଓ ଇନ୍‌ଫ୍ଲìଏଞ୍ଜାରୁ ରକ୍ଷା ପାଇବା ପାଇଁ ଶିଶୁକୁ ଥଣ୍ଡା ରୋଗୀ ଠାରୁ ଦୂରେଇ ରଖନ୍ତୁ । ତାର ମୁଖରେ ଚୁମା ଦେବା ଓ ତାର ମୁଖ, ଗାଲ ଇତ୍ୟାଦି ଛୁଇଁବା ଅନୁଚିତ, ମା’ଙ୍କୁ ଥଣ୍ଡା ହୋଇଥିଲେ ମା’ ମାସ୍କ ବ୍ୟବହାର କରିବା ଉଚିତ । ଅବଶ୍ୟ ମା’ର କ୍ଷୀର ଶିଶୁର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ ।
ବର୍ଷାଋତୁରେ ମ୍ୟାଲେରିଆ ଓ ଡେଙ୍ଗୁ ରୋଗର ପ୍ରକୋପ ବୃଦ୍ଧି ହୋଇଥାଏ । ଔଷଧ ଛଡ଼ା ମଶାରୀର ବ୍ୟବହାର, ରକ୍ତ ପରୀକ୍ଷା ଓ ଠିକ୍‌ ସମୟରେ ଔଷଧ ବ୍ୟବହାର ମ୍ୟାଲେରିଆରୁ ରକ୍ଷା କରିଥାଏ । ମଶା ଧୂପ ଓ ଲିକୁ୍ୟଏଡଟର ମଶାକ୍ରିମ ଓ ତେଲ ମଧ୍ୟ ବ୍ୟବହାର କରାଯାଇପାରେ । ଶିଶୁର ଅସୁସ୍ଥତା ପାଇଁ ଦୂଷିତ ଜଳ ଅନେକ ପରିମାଣରେ ଦାୟୀ । ଏହାଫଳରେ ତରଳ ଝାଡ଼ା, ଜଣ୍ଡିସ୍‌, କୃମୀ ରୋଗ, ଟାଇଫଏଡ଼୍‌, ଲେପେଫସ୍ପାଇରୋସିସ୍‌ ଇତ୍ୟାଦି ରୋଗ ଦେଖାଦେଇଥାଏ ।

ବର୍ଷା ଋତୁରେ ଶିଶୁମାନଙ୍କ ରୋଗରୁ ରକ୍ଷା ପାଇବା ପାଇଁ ପରିଷ୍କାର ପରିଚ୍ଛନ୍ନତା ଅତି ଦରକାର । ନିଜର ହାତ, ବାସନକୁସନ, ସାବୁନ ଦ୍ୱାରା ସଫା କରିବା ଉଚିତ । ଶିଶୁଙ୍କୁ ଖାଇବାକୁ ଦେବା ପୂର୍ବରୁ ତାଙ୍କ ବାସଙ୍କ ଗରମ ପାଣିରେ ଧୋଇବା ଉଚିତ । ସେହିଭଳି ଛୋଟ ପିଲାମାନଙ୍କୁ ଥଣ୍ଡା ପାଣି ବଦଳରେ ଫୁଟା ପାଣି ଦେବା ଜରୁରୀ ।

Tags: