ଗିନିଜ ବୁକରେ କୁକୁଡା
ସୋସିଆଲ ମିଡିଆରେ ଏଭଳି ଅନେକ ଘଟଣା ଭାଇରାଲ ହୋଇଥାଏ, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥାଏ । ସେହିଭଳି ଏକ କୁକୁଡା ବର୍ତ୍ତମାନ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଆମେରିକାର ଏକ କୁକୁଡ଼ା ସବୁଠାରୁ ଅଧିକ ଦିନ ବଞ୍ଚି ରହି ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ନିଜ ନାମ ସ୍ଥାନିତ କରିଛି । 'ଗର୍ଟି' ନାମକ ଏହି କୁକୁଡ଼ାର ବୟସ ୧୫ ବର୍ଷ ୧୦୦ ଦିନ ହୋଇଥିବା ବେଳେ ତାହାକୁ ବିଶ୍ୱର ସବୁଠାରୁ ବୟସ୍କ କୁକୁଡ଼ା ଭାବେ ମାନ୍ୟତା ଦିଆଯାଇଛି । ତା’ର ମାଲିକ ଫ୍ରାଙ୍କ୍ ଟ୍ୟୁରକ୍ ତାକୁ ୨୦୧୦ ମସିହାରେ ଘରକୁ ଆଣିଥିଲେ । ତେବେ ବର୍ତ୍ତମାନ ବୟସାଧିକ୍ୟ କାରଣରୁ ତା’ର ଆଖିର ଦୃଷ୍ଟିଶକ୍ତି କମିଯାଇଥିବାରୁ ୨୦୨୪ ମସିହାରୁ ତାକୁ ଘର ଭିତରେ ଏକ ସୁରକ୍ଷିତ ସ୍ଥାନରେ ରଖାଯାଇଛି । ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ଏହି ରେକର୍ଡ ଟେକ୍ସାସର 'ପର୍ଲ' ନାମକ କୁକୁଡ଼ା ନାମରେ ଥିଲା, ଯାହା ଅପେକ୍ଷା ଗର୍ଟି ୬ ମାସ ଅଧିକ ସମୟ ବଞ୍ଚିଛି ।
Tags:



