ମିରର ବିଚ୍ ଚିଚିବୁଗାହାମା
ଆଜିର ସୋସିଆଲ୍ ମିଡିଆ ଯୁଗରେ କୌଣସି ବି ଖବର କାହାକୁ ଅଛପା ରହୁନାହିଁ । କେହି କେଉଁଠିକୁ ବୁଲିବାକୁ ଗଲେ ଯଦି ସେଠିକାର ଛବି ସୋସିଆଲ୍ ମିଡିଆରେ ଅପଲୋଡ୍ ନ କରୁଛି ତେବେ ତାର ଭ୍ରମଣ ପୁରା ହୋଇଛି ବୋଲି କୁହାଯାଉନାହିଁ । ଏଣୁ ଲୋକେ ଏପରି ଡେଷ୍ଟିନେସନ ବୁଲି ଯିବାକୁ ଚାହୁଁଛନ୍ତି ଯେଉଁଠିକାର ଫଟୋ ହୃଦୟ କିଣିନେବା ପରି ହୋଇଥିବ । ବହୁ ଡେଷ୍ଟିନେସନ ତ ଏଥିପାଇଁ ପ୍ରସିଦ୍ଧ କିନ୍ତୁ ଆହୁରି ବି କିଛି ଡେଷ୍ଟିନେସନ […]
ଆଜିର ସୋସିଆଲ୍ ମିଡିଆ ଯୁଗରେ କୌଣସି ବି ଖବର କାହାକୁ ଅଛପା ରହୁନାହିଁ । କେହି କେଉଁଠିକୁ ବୁଲିବାକୁ ଗଲେ ଯଦି ସେଠିକାର ଛବି ସୋସିଆଲ୍ ମିଡିଆରେ ଅପଲୋଡ୍ ନ କରୁଛି ତେବେ ତାର ଭ୍ରମଣ ପୁରା ହୋଇଛି ବୋଲି କୁହାଯାଉନାହିଁ । ଏଣୁ ଲୋକେ ଏପରି ଡେଷ୍ଟିନେସନ ବୁଲି ଯିବାକୁ ଚାହୁଁଛନ୍ତି ଯେଉଁଠିକାର ଫଟୋ ହୃଦୟ କିଣିନେବା ପରି ହୋଇଥିବ ।

ବହୁ ଡେଷ୍ଟିନେସନ ତ ଏଥିପାଇଁ ପ୍ରସିଦ୍ଧ କିନ୍ତୁ ଆହୁରି ବି କିଛି ଡେଷ୍ଟିନେସନ ରହିଛି ଯାହା ବିଷୟରେ ଖୁବ୍ କମ୍ ଲୋକ ଜାଣିଛନ୍ତି । ଏପରି ଏକ ମନଲୋଭା ସ୍ଥାନ ହେଉଛି ଜାପାନର ଚିଚିବୁଗାହାମା ବିଚ୍ ଯାହା ପୂର୍ବରୁ ଏତେ ଲୋକପ୍ରିୟ ନ ଥିଲା କିନ୍ତୁ ସୋସିଆଲ୍ ମିଡିଆରେ ଏହି ବିଚ୍ର ଫଟୋ ଘୁରି ବୁଲିବା ପରେ ଏବେ ସବୁଠି ଏହାର ସୁନ୍ଦରତାକୁ ନେଇ ଚର୍ଚ୍ଚା । ଏହି ବିଚ୍ ଜାପାନର ମିଟୋୟୋ ସହରରେ ଅବସ୍ଥିତ ।

୨୦୧୬ରେ ଲୋକମାନେ ଏହି ବିଚ୍ ବିଷୟରେ ଜାଣିବାକୁ ପାଇଲେ ଯେତେବେଳେ ଏଠାରେ ଏକ ଫଟୋ ପ୍ରତିଯୋଗିତାର ଆୟୋଜନ କରାଗଲା । ଏଠିକାର ମିରର ଇଫେକଫ ଦେଉଥିବା ଫଟୋ ଗୁଡିକ ଲୋକଙ୍କୁ ବାଧ୍ୟ କଲା ଏହି ବିଚ୍କୁ ବୁଲି ଆସିବାକୁ । ଏହି ବିଚ୍ ଏବେ ଲୋକମାନଙ୍କ ମଧ୍ୟରେ ମିରର ବିଚ୍ ଭାବରେ ପରିଚିତ ।

ଯେତେ ଯେତେ ଇଣ୍ଟରନେଟ୍ରେ ଏହି ବିଚ୍ର ଫଟୋ ପପୁଲାର ହେଲା ସେତେ ସେତେ ଏଠି ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇଲା । ପୂର୍ବରୁ ଏହି ବିଚ୍ରେ ଦୈନିକ ପର୍ଯ୍ୟଟକଙ୍କ ସଂଖ୍ୟା ମାତ୍ର କେତେ ଶହ ମଧ୍ୟରେ ସୀମିତ ରହୁଥିବା ବେଳେ ଏବେ ଏହି ସଂଖ୍ୟା ୩୦ରୁ ୪୦ ହଜାର ପର୍ଯ୍ୟନ୍ତ ପହଞ୍ଚିଛି ।




