ଚିଜ କର୍ଣ୍ଣ ପରଟା

ଚିଜ କର୍ଣ୍ଣ ପରଟା
Ipsita Picture
By: Ipsita
Published On

 

ସାମଗ୍ରୀ

ମକା, ଅଟା, ଗ୍ରେଟେଡ ଚିଜ୍, କଟା କଞ୍ଚା ଲଙ୍କା, ଗୋଲମରିଚ ଗୁଣ୍ଡ, ଚିଲି ଫ୍ଲେକ୍ସ, ଓରିଗାନୋ, କଟା ଧନିଆ ପତ୍ର ।

ପ୍ରଣାଳୀ

ଏକ ପାତ୍ରରେ ସିଝା ମକାକୁ ହାଲୁକା ମାସ୍ କରି ସେଥିରେ ଗ୍ରେଟେଡ ଚିଜ୍, କଟା କଞ୍ଚା ଲଙ୍କା, ଗୋଲମରିଚ ଗୁଣ୍ଡ, ଚିଲି ଫ୍ଲେକ୍ସ, ଓରିଗାନୋ, କଟା ଧନିଆ ପତ୍ର ଏବଂ ସାମାନ୍ୟ ଲୁଣ ମିଶାଇ ପୁର ପ୍ରସ୍ତୁତ କରନ୍ତୁ। ଅଟାକୁ ଲୁଣ ଓ ପାଣି ଦେଇ ନରମ ଚକଟି ରଖନ୍ତୁ । ଏବେ ଅଟା ଗୋଳା ଭିତରେ ୨ ଚାମଚ ପ୍ରସ୍ତୁତ ପୁର ରଖି ଭଲଭାବେ ବନ୍ଦ କରନ୍ତୁ ଏବଂ ହାଲୁକା ହାତରେ ଗୋଲ କରି ବେଲି ଦିଅନ୍ତୁ । ଗରମ ତାୱାରେ ପରଠାକୁ ପକାଇ ଦୁଇ ପାଖରେ ବଟର, ଘିଅ କିମ୍ବା ତେଲ ଲଗାଇ ମଧ୍ୟମ ଆଞ୍ଚରେ ସୁନେଲି ଓ କ୍ରିସପି ହେବା ପର୍ଯ୍ୟନ୍ତ ଭଲଭାବେ ଭାଜି ଦିଅନ୍ତୁ। ପ୍ରସ୍ତୁତ ହୋଇଯିବ ଚିଜ କର୍ଣ୍ଣ ପରଟା ।

Tags: