ଭାଲୁ ବେଶରେ ଠକେଇ

ଭାଲୁ ବେଶରେ ଠକେଇ
Ipsita Picture
By: Ipsita
Published On

 

ଆମେରିକାର କାଲିଫର୍ନିଆରେ ଏକ ଅଜବ ପ୍ରକାରର ବୀମା ଠକେଇ ସାମ୍ନାକୁ ଆସିଛି । ଯେଉଁଠାରେ ଚାରିଜଣ ବ୍ୟକ୍ତି ଭାଲୁ ପୋଷାକ ପିନ୍ଧି ଦାମୀ ବିଳାସପୂର୍ଣ୍ଣ କାର୍ଗୁଡ଼ିକୁ ନଷ୍ଟ କରି ଲକ୍ଷାଧିକ ଟଙ୍କାର ବୀମା କ୍ଲେମ୍ କରୁଥିଲେ । ଏହି ଘଟଣାରେ ଅଭିଯୁକ୍ତଙ୍କୁ ୬ ମାସର ଜେଲ ଦଣ୍ଡାଦେଶ ଶୁଣାଯାଇଥିବା ଜଣାପଡିଛି । ସେମାନେ ରୋଲ୍ସ ରୟସ ଘୋଷ୍ଟ ଏବଂ ମର୍ସିଡିଜ୍ ଜି୬୩ ଭଳି କାରକୁ ଟାର୍ଗେଟ୍ କରି ଭାଲୁ ଆକ୍ରମଣ କରୁଥିବା ଭିଡିଓ ବୀମା କମ୍ପାନୀଗୁଡ଼ିକୁ ପଠାଉଥିଲେ। ତେବେ ଭିଡିଓରେ ଭାଲୁର ଚାଲିଚଳନ ମଣିଷ ପରି ଜଣାପଡ଼ିବାରୁ ପୋଲିସର ସନ୍ଦେହ ବଢ଼ିଥିଲା। ପରବର୍ତ୍ତୀ ସମୟରେ ବାୟୋଲୋଜିଷ୍ଟଙ୍କ ଯାଞ୍ଚରୁ ଜଣାପଡ଼ିଥିଲା ଯେ ଏହା ଏକ ନକଲି ଭାଲୁ ଥିଲା । କାରଣ କାଲିଫର୍ନିଆରେ ୧୯୨୦ ମସିହା ପରଠାରୁ କୌଣସି ବ୍ରାଉନ୍ ଭାଲୁ ଦେଖାଯାଇନାହାନ୍ତି । ପୋଲିସ ଅଭିଯୁକ୍ତଙ୍କ ଘରୁ ଭାଲୁ ପୋଷାକ ଓ ନକଲି ପଞ୍ଝା ଜବତ କରି ଏହି ବଡ଼ ଧରଣର ଠକେଇର ପର୍ଦ୍ଦାଫାଶ କରିଛି ।

Tags: