ଏଇଭଳି ପାଳନ କରନ୍ତୁ ମକର ସଂକ୍ରାନ୍ତି
ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ ସୂର୍ଯ୍ୟଦେବ ଗୋଟିଏ ରାଶିରୁ ବାହାରି ଅନ୍ୟ ରାଶିରେ ପ୍ରବେଶ କଲେ ସେହିଦିନ ସଂକ୍ରାନ୍ତି ପଡିଥାଏ I ଏହି ସବୁ ସଂକ୍ରାନ୍ତି ମାନଙ୍କ ମଧ୍ୟରୁ ମକର ସଙ୍କ୍ରାନ୍ତି ଅନ୍ୟତମ I ଏହି ଦିନ ସୂର୍ଯ୍ୟଦେବ ମକର ରାଶିରେ ପ୍ରବେଶ କରନ୍ତି I ଏହି ବିଶେଷ ଦିନରେ ସୂର୍ଯ୍ୟ ଭଗବାନଙ୍କୁ ପୂଜା କରିବା ସହିତ ସମସ୍ତ ପ୍ରକାରର ସମସ୍ୟାର ସମାଧାନ ହୋଇଥାଏ I ଚଳିତ ବର୍ଷ ଏହି ଉତ୍ସବ ୧୫ ଜାନୁୟାରୀ ୨୦୨୩ ରେ ଉତ୍ସାହର […]
ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ ସୂର୍ଯ୍ୟଦେବ ଗୋଟିଏ ରାଶିରୁ ବାହାରି ଅନ୍ୟ ରାଶିରେ ପ୍ରବେଶ କଲେ ସେହିଦିନ ସଂକ୍ରାନ୍ତି ପଡିଥାଏ I ଏହି ସବୁ ସଂକ୍ରାନ୍ତି ମାନଙ୍କ ମଧ୍ୟରୁ ମକର ସଙ୍କ୍ରାନ୍ତି ଅନ୍ୟତମ I ଏହି ଦିନ ସୂର୍ଯ୍ୟଦେବ ମକର ରାଶିରେ ପ୍ରବେଶ କରନ୍ତି I ଏହି ବିଶେଷ ଦିନରେ ସୂର୍ଯ୍ୟ ଭଗବାନଙ୍କୁ ପୂଜା କରିବା ସହିତ ସମସ୍ତ ପ୍ରକାରର ସମସ୍ୟାର ସମାଧାନ ହୋଇଥାଏ I ଚଳିତ ବର୍ଷ ଏହି ଉତ୍ସବ ୧୫ ଜାନୁୟାରୀ ୨୦୨୩ ରେ ଉତ୍ସାହର ସହିତ ପାଳନ କରାଯିବ। ଏହି ଦିନ ସ୍ନାନ ଏବଂ ଦାନର ବିଶେଷ ମହତ୍ତ୍ ରହିଛି ଆସନ୍ତୁ ଜାଣିବା I
–ଶାସ୍ତ୍ର ଅନୁସାରେ ମକର ସଂକ୍ରାନ୍ତି ଦିନ ସୂର୍ଯ୍ୟୋଦୟ ଏବଂ ସୂର୍ଯ୍ୟାସ୍ତ ସମୟରେ ସୂର୍ଯ୍ୟଦେବ ଙ୍କୁ ଏକ ତମ୍ବା ଲୋଟାରେ ଜଳ ଅର୍ପଣ କରିବା ଉଚିତ I ଜଳ ଅର୍ପଣ ସମୟରେ ସେଥିରେ ଅଳ୍ପ ଗୁଡ଼,ତିଳ,ଲାଲ ଫୁଲ,ବସ୍ତ୍ର,ଗହମ ଇତ୍ୟାଦି ମିଶାଇ ଅର୍ପଣ କରନ୍ତୁ I ଏହା ସହିତ ବ୍ୟକ୍ତିର ରବି ରେଖା ଉଜ୍ଜ୍ୱଳ ହୋଇ କର୍ମକ୍ଷେତ୍ର ପ୍ରଶସ୍ତ ହୋଇଥାଏ Iଏହା ସହିତ ପିତୃଲୋକ ଶାନ୍ତ ହୁଅନ୍ତି I

–ଏହି ବିଶେଷ ଦିନରେ ଦାନର ଗୁରୁତ୍ୱ ରହିଛି I ସେଥିପାଇଁ ମକର ସଂକ୍ରାନ୍ତି ଦିନ, ଅଭାବୀ ଲୋକଙ୍କୁ ଖିଚିଡି, ତିଳ ଏବଂ ଗୁଡ଼ ଦାନ କଲେ ସୂର୍ଯ୍ୟ ଭଗବାନ ପ୍ରସନ୍ନ ହୁଅନ୍ତି I
— ଏହି ଦିନ ଯଦି ସମ୍ଭବ ହୁଏ କୌଣସି ପବିତ୍ର ନଦୀରେ ସ୍ନାନ କରନ୍ତୁ I ଯଦି ଏହା ସମ୍ଭବ ନ ହୁଏ ଘରେ ସ୍ନାନ ସାରି ଗଙ୍ଗା ଜଳ ଛିଞ୍ଚି ହୁଅନ୍ତୁ ଏବଂ କୌଣସି ମନ୍ଦିରକୁ ଯାଇ ବା ରାସ୍ତା ଘାଟରେ ଯଦି କେହି ଭିକ୍ଷୁକ ଦେଖନ୍ତି ପ୍ରଥମେ ତାକୁ କିଛି ଦାନ କରନ୍ତୁ ଏହା ପରେ ପୂଜା ସାରି ଖାଇବେ I ଏମିତି କଲେ ପୂଣ୍ୟଫଳ ମିଳିଥାଏ I ସେହିପରି ଶାସ୍ତ୍ର ଅନୁଯାୟୀ କୁହା ଯାଇଥାଏ ଯଦି ମକର ମାସରେ କେହି ମୃତ୍ୟୁ ବରଂ କରିଥାନ୍ତି ତେବେ ତା’ର ବୈକୁଣ୍ଠ ପ୍ରାପ୍ତି ହୋଇଥାଏ I
— ଶାସ୍ତ୍ରରେ କୁହାଯାଇଛି ଯେ ମକର ସଂକ୍ରାନ୍ତି ଦିନ ଜଣେ ବ୍ୟକ୍ତିଙ୍କୁ ତାମସିକ ଖାଦ୍ୟ ବାରଣ କରିବା ଉଚିତ୍। ଏଥି ସହିତ ଅସତ ଉପାୟରେ ଧନ ଅର୍ଜ୍ଜନ କରିବା ଉଚିତ ନୁହେଁ I ଯଥା ଜୁଆ ଖେଳିବା, ଆମିଷ ଭକ୍ଷଣ, ମଦ୍ୟପାନ,କୁସଙ୍ଗ ଇତ୍ୟାଦିରୁ ଦୁରେଇ ରହିବା ଉଚିତ I
— ମକର ସଂକ୍ରାନ୍ତି ଦିନ ପାଣିରେ ଗଙ୍ଗା ଜଳ ଓ କଲା ରାଶି ମିଶାଇ ସ୍ନାନ କରନ୍ତୁ I ଏମିତି କଲେ ସୂର୍ଯ୍ୟଙ୍କ ସହିତ ଶନି ଦେବ ମଧ୍ୟ ପ୍ରସନ୍ନ ହୋଇଥାନ୍ତି I




