ମୋଟାପାର କାରଣ

ପତଳା ହେବା ପାଇଁ ବଜାରରେ ବିଭିନ୍ନ ପ୍ରକାରର ମେଡିସିନ୍‌ ମିଳେ । ମାତ୍ର ସମସ୍ତ ମେଡିସିନ୍‌ ସମାନ ରୂପେ କାର୍ଯ୍ୟ କରେନାହିଁ । ଏହାଦ୍ୱାରା କେତେକଙ୍କ ଓଜନ ୨୦% ପର୍ଯ୍ୟନ୍ତ କମୁଥିବାବେଳେ କେତେକ ଲୋକଙ୍କୁ ୧% ଓଜନ କମାଇବା ପାଇଁ ବି ଅନେକ ସଂଘର୍ଷ କରିବାକୁ ପଡିଥାଏ । ଏଥିରେ ଆଶ୍ଚର୍ଯ୍ୟ ହେବାର କୌଣସି ଆବଶ୍ୟକତା ନାହିଁ । କାହିଁକି ନା ମୋଟା ହେବାର କାରଣ ଭିନ୍ନ ଭିନ୍ନ ରହିଥାଏ । ଆମେରିକାର ମେୟୋ କ୍ଲିନିକ୍‌ରେ କାର୍ଯ୍ୟରତ […]

Samaya Live Picture
Published On

ପତଳା ହେବା ପାଇଁ ବଜାରରେ ବିଭିନ୍ନ ପ୍ରକାରର ମେଡିସିନ୍‌ ମିଳେ । ମାତ୍ର ସମସ୍ତ ମେଡିସିନ୍‌ ସମାନ ରୂପେ କାର୍ଯ୍ୟ କରେନାହିଁ । ଏହାଦ୍ୱାରା କେତେକଙ୍କ ଓଜନ ୨୦% ପର୍ଯ୍ୟନ୍ତ କମୁଥିବାବେଳେ କେତେକ ଲୋକଙ୍କୁ ୧% ଓଜନ କମାଇବା ପାଇଁ ବି ଅନେକ ସଂଘର୍ଷ କରିବାକୁ ପଡିଥାଏ । ଏଥିରେ ଆଶ୍ଚର୍ଯ୍ୟ ହେବାର କୌଣସି ଆବଶ୍ୟକତା ନାହିଁ । କାହିଁକି ନା ମୋଟା ହେବାର କାରଣ ଭିନ୍ନ ଭିନ୍ନ ରହିଥାଏ । ଆମେରିକାର ମେୟୋ କ୍ଲିନିକ୍‌ରେ କାର୍ଯ୍ୟରତ ମେଡିସିନ୍‌ ବିଭାଗର ଆସିଷ୍ଟାଣ୍ଟ୍‌ ପ୍ରଫେସର ଡ. ଆଣ୍ଡ୍ରେସ୍‌ ଆକୋଷ୍ଟା ଏହାର କାରଣ ଜାଣିବା ପାଇଁ ଏକ ସର୍ଭେ କରିଛନ୍ତି । ଏହି ସର୍ଭେ ପାଇଁ ସେ ଲ୍ୟାବ୍‌ରେ ୧୦ ବର୍ଷ କାଳ ରହି ପରୀକ୍ଷଣ କରିଛନ୍ତି । ସେ କହିଛନ୍ତି ଯେ ପତଳା ହେବା ପାଇଁ ପ୍ରଥମେ ମୋଟା ହେବାର କାରଣ ଜାଣିବା ଦରକାର । ଏହାପରେ ଯାଇ ସଠିକ୍‌ ମେଡିସିନ୍‌ ଖାଇପାରିବେ ।

ମୋଟା ହେବାର କାରଣକୁ ସେ ହଙ୍ଗ୍ରି ବ୍ରେନ୍‌ ବା ଭୋକିଲା ମସ୍ତିଷ୍କ,ହଙ୍ଗ୍ରି ଗଟ୍‌ ବା ଭୋକିଲା ପେଟ, ଇମୋସନାଲ୍‌ ହଙ୍ଗ୍ରି ବା ଭାବନାତ୍ମକ ଭୋକ ଏବଂ ସ୍ଲୋ ବର୍ଣ୍ଣ ଆଦି ଭାଗରେ ବିଭକ୍ତ କରିଛନ୍ତି । ହଙ୍ଗ୍ରି ବ୍ରେନ୍‌ରେ ସେ ସେହି ଲୋକଙ୍କୁ ରଖିଛନ୍ତି, ଯେଉଁମାନଙ୍କର ପେଟ ଭରିଛି ବୋଲି କେବେ ଅନୁଭବ କରନ୍ତି ନାହିଁ । ସେହିପରି ହଙ୍ଗ୍ରି ଗଟ୍‌ରେ ଲୋକେ ପେଟ ପୂରିବା ପର୍ଯ୍ୟନ୍ତ ଖାଇଥିବା ସତ୍ତେ୍ୱ ଏକରୁ ଦୁଇଘଣ୍ଟା ମଧ୍ୟରେ ସେମାନଙ୍କୁ ପୁନଶ୍ଚ ଭୋକ ଲାଗିଥାଏ, ଇମୋସନାଲ୍‌ ହଙ୍ଗ୍ରିରେ ଯେଉଁମାନେ ଇମୋସନାଲ୍‌ ହୋଇ ପେଟେ ଖାଆନ୍ତି ଏବଂ ସ୍ଲୋ ବର୍ଣ୍ଣ୍‌ରେ ଯେଉଁମାନଙ୍କର ମେଟାବଲିଜିମ୍‌ ବହୁ କଷ୍ଟରେ କ୍ୟାଲୋରୀ ବର୍ଣ୍ଣ କରେ, ସେହି ଲୋକମାନଙ୍କୁ ଏହି କ୍ୟାଟେଗୋରୀରେ ରଖିଛନ୍ତି । ଡ. ଆକୋଷ୍ଟାଙ୍କ କହିବା ମୁତାବକ ମୋଟାପା କେଉଁ କାରଣରୁ ହେଉଛି, ଉପଚାର ସମୟରେ ତାହା ଜାଣିବା ଉଚିତ । ତେଣୁ ଆକୋଷ୍ଟା ଏବଂ ତାଙ୍କ ଟିମ୍‌ ଏକ ‘ଲାର୍‌ ଟେଷ୍ଟ୍‌’ ବିକଶିତ କରିଛନ୍ତି, ଯାହା ତାଙ୍କ ଦ୍ୱାରା ଚିହ୍ନଟ ହୋଇଥିବା ମୋଟାପା ସମ୍ବନ୍ଧିତ ଜିନ୍‌କୁ ବିଶ୍ଳେଷଣ କରି ମୋଟାପାର ପ୍ରକାରକୁ ଅଲଗା କରିବ । ଯାହାଫଳରେ କେଉଁ ଲକ୍ଷଣରେ କେଉଁ ମେଡିସିନ୍‌ ଅଧିକ ପ୍ରଭାବୀ ହେବ, ଏହି ଟେଷ୍ଟ ଦ୍ୱାରା ଉଭୟ ଡାକ୍ତର ଏବଂ ରୋଗୀଙ୍କୁ ଆଇଡିଆ ମିଳିବ । ଆମେରିକାରେ ଏହି ଟେଷ୍ଟକୁ ମଞ୍ଜୁରୀ ଦିଆଯାଇଥିବାବେଳେ ପ୍ରାୟ ୩୦୦ରୁ ଅଧିକ ଲୋକଙ୍କ ଉପରେ ଏହି ଟେଷ୍ଟ କରାଯାଇଛି । ଯେଉଁ ଲୋକ କେବେ ବି ପେଟ ପୂରା ହେବାର ଅନୁଭବ କରନ୍ତି ନାହିିଁ, ସେମାନଙ୍କୁ ଡାଇଟ୍‌ କଣ୍ଟ୍ରୋଲ୍‌ କରିବାରେ ଅଧିକ ସଂଘର୍ଷ କରିବାକୁ ପଡିବ । ଏହାସହ ଯେଉଁମାନଙ୍କର ମେଟାବଲିଜିମ୍‌ ବହୁ କଷ୍ଟରେ କ୍ୟାଲୋରୀ ବର୍ଣ୍ଣ କରେ ଏଭଳି ଲୋକ ଯେତେ ଏକ୍ସରସାଇଜ୍‌ କଲେ ବି ପର୍ଯ୍ୟାପ୍ତ ଓଜନ କମାଇପାରିବେ ନାହିଁ ।

ଆକୋଷ୍ଟାଙ୍କ କହିବା ମୁତାବକ, ୪୦%-୭୦% ଲୋକଙ୍କ ମୋଟାପାର କାରଣ ହେଉଛି ଜେନେଟିକ୍ସ । ଅଧିକାଂଶ ଲୋକ ହଙ୍ଗ୍ରି ଗଟ୍‌ ବା ହଙ୍ଗ୍ରି ବ୍ରେନ୍‌ ଶ୍ରେଣୀରେ ଆସନ୍ତି । ହଙ୍ଗ୍ରି ଗଟ୍‌ ଲୋକଙ୍କ କ୍ଷେତ୍ରରେ ଉଚ୍ଚ ପ୍ରୋଟିନଯୁକ୍ତ ଭୋଜନ ସାହାଯ୍ୟ କରିବ, ଯାହା ଜିଏଲ୍‌ପି୧ ଭଳି ହର୍ମୋନର ସକ୍ରିୟତା ବଢାଇବ । ଏହାଦ୍ୱାରା ସେମାନଙ୍କ ଭୋକ ଦୂର ହୋଇପାରିବ ।

Tags: