ବିଲେଇଙ୍କ ଭିତରେ ଦଳାଚକଟା

ବିଲେଇଙ୍କ ଭିତରେ ଦଳାଚକଟା
Ipsita Picture
By: Ipsita


ସାଧାରଣତଃ ମଣିଷମାନେ ଯେଉଁଠି ଏକାଠି ହୋଇଥାଆନ୍ତି ସେଠାରେ ଦଳାଚକଟା ପରିସ୍ଥିତି ଉପୁଜିଥାଏ । ହେଲେ ଦକ୍ଷିଣ ଚୀନରେ ଗୁଆଁଗଣ୍ଡୋଗ ପ୍ରାନ୍ତରେ ଏକ ଧାର୍ମିକ କାର୍ଯ୍ୟକ୍ରମରେ ବିଲେଇଙ୍କ ଭିତରେ ଦଳାଚକଟା ହୋଇଥିବାର ସୂଚନା ମିଳିଛି । ସୂଚନା ଅନୁସାରେ ବୌଦ୍ଧ ଧର୍ମର ଜୀବନ ମୁକ୍ତି ପ୍ରଥା ଅଧିନରେ ୧୧ଶହରୁ ଅଧିକ ବିଲେଇଙ୍କୁ ଏକ ଜଳାଶୟ ନିକଟରେ ହଠାତ୍‌ ଛଡା ଯାଇଥିଲା । ତେବେ ବିଲେଇମାନେ ଯନ୍ତାରୁ ବାହାରିବା କ୍ଷଣି ଡରରେ ଆଡେସାଡେ ଦଉଡିବାକୁ ଲାଗିଲେ । ଯାହାଫଳରେ ଅନେକ ବିଲେଇ ପାଣିରେ ବୁଡିଯାଇଥିବାବେଳେ କିଛି ଦଳଚକଟାରେ ମରିଯାଇଥିଲେ । ଲୋକଙ୍କ ଭିତରେ ଏକ ବିଶ୍ୱାସ ଥିଲା କି ସମ୍ପୃକ୍ତଦିନ ବନ୍ଦୀ ଜୀବଙ୍କୁ ମୁକ୍ତି କରିଲେ ପୂଣ୍ୟ ମିଳିବ । ହେଲେ ଏହାର ଓଲଟା ଫଳ ହୋଇଥିଲା । ଏତେ ସଂଖ୍ୟକ ବିଲେଇ ଏକାବେଳେ ବାହାରକୁ ବାହାରିଥିବାରୁ ଏଭଳି ଅଭାବନୀୟ ପରିସ୍ଥିତି ଉପୁଜିଥିଲା । ତେବେ ଏହି ଘଟଣାରେ ପୋଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା । ଘଟଣାରେ ୧୦ ଜଣଙ୍କୁ ଗିରଫ କରାଯାଇଛି ।

Read More ବର୍ଷକୁ ମିଳୁଛନ୍ତି ୪୫ଟି ନୂଆ ପ୍ରଜାତି

Tags: