କ୍ୟାଟ ଫିଡିଂ ସର୍ଭିସ

କ୍ୟାଟ ଫିଡିଂ ସର୍ଭିସ
Ipsita Picture
By: Ipsita

 

ସମ୍ବନ୍ଧିତ ଖବର ଭିନ୍ନ ସ୍ଥାନ ଭିନ୍ନ ହୋଲି

ଚୀନର ଜଣେ ଯୁବକ ନିକଟରେ କ୍ୟାଟ ଫିଡିଂ ସର୍ଭିସ ପାଇଁ ଖୁବ ଚର୍ଚ୍ଚାରେ ରହିଛନ୍ତି । ଯୁବକ ଜଣଙ୍କ ଏହି ସର୍ଭିସ ଦେଇ ଖୁବ ଅଧିକ ରୋଜଗାର ମଧ୍ୟ କରୁଛନ୍ତି । ସେ ଏହି ସମୟରେ ୨୦ ଲକ୍ଷ ଟଙ୍କାର ରୋଜଗାର କରିଥିବା ଜଣା ପଡିଛି । ଚୀନରେ କୌଣସି ଉତ୍ସବ ସମୟରେ ଅନେକଲୋକ ଘରକୁ ପଳାନ୍ତି ଯେଉଁ ସମୟରେ ଯୁବକ ଜଣଙ୍କ ସେମାନଙ୍କ ବିଲେଇର ଯତ୍ନ ନେବାସହିତ ସେମାନଙ୍କୁ ଖାଇବାକୁ ଦେଇଥାଆନ୍ତି । ଏହି କାର୍ଯ୍ୟ କରିବା ପାଇଁ ସେ ନିଜ ଟିମରେ ଚାରି ଜଣଙ୍କୁ ସାମିଲ କରିଛନ୍ତି । ଏହି ସମୟରେ ସେ ଏକ ହଜାରରୁ ଅଧିକ ବିଲେଇଙ୍କର ଧ୍ୟାନ ରଖିଥିବା ଜଣା ପଡିଛି । ପ୍ରତିଦିନ ସେ ପାଖାପାଖି ୫୫ ଘରକୁ ଯାଇ ବିଲେଇମାନଙ୍କର ଯତ୍ନ ନେଇଥାଆନ୍ତି । ପ୍ରତିଟି ଘରେ ୧୦ରୁ ୧୫ ମିନିଟ ରହିବାକୁ ପଡିଥାଏ ଏବଂ ବିଲେଇଙ୍କର ଧ୍ୟାନ ରଖିବାକୁ ହୋଇଥାଏ । ଏହି ସମୟରେ ସେ ବିଲେଇଙ୍କର ସ୍ବାସ୍ଥ୍ୟର ଧ୍ୟାନ ରଖିବା ସହିତ ସେମାନଙ୍କୁ ଖାଇବା ଦେଇଥାଆନ୍ତି ।

ସମ୍ବନ୍ଧିତ ଖବର ରୋବଟ ପାଲଟିଛି ଧର୍ମଗୁରୁ

Tags:

Related Posts