ଜାତିମୁକ୍ତ ଗାଁ

ଜାତିମୁକ୍ତ ଗାଁ
Ipsita Picture
By: Ipsita

 

ସମ୍ବନ୍ଧିତ ଖବର ମଣ୍ଡା ଖିଆ ଅସୁର

ମହାରାଷ୍ଟ୍ରର ବୀଡ ଜିଲ୍ଲାର ସୌନ୍ଦଲା ଗାଁକୁ ଅଧିକାରୀକ ଭାବେ ଜାତିମୁକ୍ତ ବୋଲି ଘୋଷଣା କରାଯାଇଛି । ବର୍ତ୍ତମାନ ଏହି ଗାଁର ଚିହ୍ନଟ ଲୋକଙ୍କ ଜାତି ନୁହେଁ ବରଂ ନାଗରିକତ୍ବରୁ ହେବ । ଏଥିପାଇଁ ଏକ ବୈଠକରେ ଗାଁର ମୁଖିଆ ଏନେଇ ନିଷ୍ପତ୍ତି ନେଇଛନ୍ତି । ସମସ୍ତଙ୍କ ସମ୍ମତିକ୍ରମେ ଗାଁରେ ଏହି ନିଷ୍ପତ୍ତି ନିଆଯାଇଛି, ଆଗକୁ କୌଣସି କାର୍ଯ୍ୟକ୍ରମରେ ଜାତି କଥା ଉଠାଯିବନାହିଁ । ତେବେ ଏଭଳି ନିଷ୍ପତ୍ତି ପଛରେ ଗ୍ରାମର ସମସ୍ତ ପାଠପଢୁଆ ଯୁବକଙ୍କର ବୁଦ୍ଧି ରହିଛି । ଆଜିକାଲି ଜାତିବାଦକୁ ନେଇ ଅନେକ ସମସ୍ୟା ଉପୁଜୁଥିବାବେଳେ ଏହି ଗ୍ରାମଟି ସମସ୍ତଙ୍କ ପାଇଁ ଉଦାହରଣ ସାଜିଛି । ସେହିଭଳି ସ୍କୁଲ ନାମଲେଖ ସମୟରେ ମଧ୍ୟ ଜାତି କଣ ଲେଖାନଯାଇ କେବଳ ଭାରତୀୟ ଲେଖାଯିବ । ଏହାସହିତ ଗାଁରେ ଭୋଜି ସମୟରେ ମଧ୍ୟ ଏହି ଭେଦଭାବ ଦେଖିବାକୁ ମିଳିବନାହିଁ ବୋଲି ନିଷ୍ପତ୍ତି ହୋଇଛି ।

ସମ୍ବନ୍ଧିତ ଖବର ସୁସ୍ଥ ଅଭ୍ୟାସ

Tags:

Related Posts