ବଢୁଛି କ୍ୟାରମ କ୍ରେଜ

ବଢୁଛି କ୍ୟାରମ କ୍ରେଜ
Ipsita Picture
By: Ipsita
Published On

 

ଭାରତରେ ଯେଉଁଠି ଅନଲାଇନ୍ ଗେମିଂ ଯୋଗୁଁ କ୍ୟାରମ୍ ଓ ଚେସ୍ ଭଳି ପାରମ୍ପରିକ ଖେଳ ପ୍ରତି ଯୁବପିଢ଼ିଙ୍କ ଆଗ୍ରହ କମୁଛି, ଠିକ୍ ତାର ଓଲଟା ଚିତ୍ର ଏବେ ବ୍ରିଟେନରେ ଦେଖିବାକୁ ମିଳୁଛି । ବ୍ରିଟେନରେ ଦକ୍ଷିଣ ଏସୀୟ ପାରମ୍ପରିକ ଖେଳ କ୍ୟାରମ୍ଏବେ କେବଳ ଏକ ଖେଳ ହୋଇ ରହିନାହିଁ, ବରଂ ଏହା ସାମାଜିକ ଯୋଗାଯୋଗର ଏକ ନୂତନ ମାଧ୍ୟମ ପାଲଟିଛି । ଲଣ୍ଡନ ସମେତ ବିଭିନ୍ନ ସହରରେ ଆୟୋଜିତ ହେଉଥିବା କ୍ୟାରମ୍ ନାଇଟ୍ସରେ ଖୁବ ଅଧିକ ଭିଡ ଦେଖିବାକୁ ମିଳୁଛି ।  ବିଶେଷକରି ଡିଜିଟାଲ୍ ଦୁନିଆର କ୍ଲାନ୍ତିରୁ ମୁକ୍ତି ପାଇବା ଏବଂ ପରସ୍ପର ସହ ସିଧାସଳଖ ଭେଟ ହୋଇ ସମୟ କାଟିବା ପାଇଁ ଯୁବପିଢ଼ି ଏହି ଖେଳ ପ୍ରତି ଆକର୍ଷିତ ହେଉଛନ୍ତି । ବ୍ରିଟେନରେ ଏହି ଖେଳକୁ ଲୋକପ୍ରିୟ କରିବାରେ ୩୧ ବର୍ଷୀୟ ଅବ୍ଦୁସ୍ ଖାନଙ୍କ ପ୍ରମୁଖ ଅବଦାନ ରହିଛି, ଯିଏକି ଏକ ବିଶାଳ କ୍ୟାରମ୍ କମ୍ୟୁନିଟି ଗଠନ କରିଛନ୍ତି । ଏଥିରେ ଏବେ ୧୨,୦୦୦ରୁ ଅଧିକ ସଦସ୍ୟ ଯୋଡ଼ି ହୋଇଛନ୍ତି। ଯାହା ପରେ ସମଗ୍ର ଲଣ୍ଡନରେ ଏହି ଖେଳ ପ୍ରତି ବର୍ତ୍ତମାନ ଭଲପାଇବା ଦେଖିବାକୁ ମିଳୁଛି ।

Tags: