କାନ୍ସ କାହାଣୀ

କାନ୍ସ କାହାଣୀ
Ipsita Picture
By: Ipsita
Published On

କାନ୍ସ ଚଳଚ୍ଚିତ୍ର ମହୋତ୍ସବ ହେଉଛି ବିଶ୍ୱ ସିନେମାର ସବୁଠାରୁ ପ୍ରତିଷ୍ଠିତ ମହାକୁମ୍ଭ । ଯେଉଁଠି ପ୍ରତିବର୍ଷ ଦେଖିବାକୁ ମିଳିଥାଏ ବିଭିନ୍ନ ଦେଶର କଳାର ଅପୂର୍ବ ସଙ୍ଗମ । ଏହା କେବଳ ଏକ ପୁରସ୍କାର ଉତ୍ସବ ନୁହେଁ, ବରଂ ବିଶ୍ୱସ୍ତରୀୟ ଚଳଚ୍ଚିତ୍ର ନିର୍ମାଣ ଶୈଳୀର ଶୀର୍ଷ ସମ୍ମାନ । ଏହି ରେଡ୍ କାର୍ପେଟରେ ପ୍ରତିବର୍ଷ ନୂତନ କାହାଣୀ ଜନ୍ମ ନିଏ, ଯାହା ସାରା ବିଶ୍ୱର ସିନେପ୍ରେମୀଙ୍କୁ ମନ୍ତ୍ରମୁଗ୍ଧ କରିଥାଏ।

ଆରମ୍ଭ ହୋଇଛି ବିଶ୍ବର ସବୁଠାରୁ ପ୍ରତିଷ୍ଠିତ ଚଳଚ୍ଚିତ୍ର ମହୋତ୍ସବ ୭୯ତମ କାନ୍ସ ଫିଲ୍ମ ଫେଷ୍ଟିଭାଲ । ବିଶ୍ୱ ସିନେମା ଜଗତର ଏହା ହେଉଛି ସବୁଠାରୁ ପ୍ରତିଷ୍ଠିତ ସମ୍ମାନ । ଚଳିତବର୍ଷ ଏହା ଫ୍ରାନ୍ସର ମନୋରମ ଉପକୂଳବର୍ତ୍ତୀ ସହର କାନ୍ସରେ ମଇ ୧୨ ରୁ ମଇ ୨୩ ପର୍ଯ୍ୟନ୍ତ ଆୟୋଜିତ ହୋଇଛି । ଏହି ବର୍ଷର ମହୋତ୍ସବରେ ବିଶ୍ୱର ପ୍ରସିଦ୍ଧ ନିର୍ଦ୍ଦେଶକ ପାର୍କ ଚାନ୍-ୱୁକ୍ ମୁଖ୍ୟ ଜୁରି ସଭାପତି ଭାବରେ ଦାୟିତ୍ୱ ତୁଲାଉଥିବାବେଳେ, 'ଦି ଇଲେକ୍ଟ୍ରିକ୍ କିସ୍' ଚଳଚ୍ଚିତ୍ର ସହିତ ଏହି ମହୋତ୍ସବର ଭବ୍ୟ ଶୁଭାରମ୍ଭ ହୋଇଛି । ମୋଟ ୨୨ଟି ଚଳଚ୍ଚିତ୍ର ଶ୍ରେଷ୍ଠ ସମ୍ମାନ 'ପାଲ୍ମେ ଡି'ଅର୍'  ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି, ଯେଉଁଥିରେ ପେଡ୍ରୋ ଆଲମୋଡୋଭାର ଏବଂ ହିରୋକାଜୁ କୋରେ-ଏଡାଙ୍କ ଭଳି ନିର୍ଦ୍ଦେଶକଙ୍କ କୃତି ସାମିଲ ରହିଛି । ଏହାବ୍ୟତୀତ, ପ୍ରସିଦ୍ଧ କଳାକାର ପିଟର ଜ୍ୟାକସନ ଏବଂ ବାରବ୍ରା ଷ୍ଟ୍ରାଇସେଣ୍ଡଙ୍କୁ ସମ୍ମାନ ଜନକ 'ଅନରାରୀ ପାଲ୍ମେ ଡି'ଅର୍' ପ୍ରଦାନ କରାଯିବାର ଯୋଜନା ରହିଛି । ସେହିଭଳି ଭାରତୀୟ ସିନେମା ପାଇଁ ଏହି ବର୍ଷ ବିଶେଷ ଗୁରୁତ୍ୱପୂର୍ଣ୍ଣ, କାରଣ ପାୟଲ କାପାଡିଆଙ୍କୁ 'କ୍ରିଟିକ୍ସ ୱିକ୍' ର ଜୁରି ସଭାପତି ଭାବେ ମନୋନୀତ କରାଯାଇଛି ଏବଂ ରେଡ୍ କାର୍ପେଟରେ ଏଶ୍ୱର୍ଯ୍ୟା ରାୟ ବଚ୍ଚନ ଓ ଆଲିଆ ଭଟ୍ଟଙ୍କ ଭଳି ତାରକାମାନେ ନିଜର ଜଲୱା ଦେଖାଇଛନ୍ତି ।

Tags: