ବାଛୁରୀ ବିବାହ

ବାଛୁରୀ ବିବାହ
Ipsita Picture
By: Ipsita
Published On

 

ରାଜସ୍ଥାନର ପାଲି ଜିଲ୍ଲା ଅନ୍ତର୍ଗତ ବାଡ଼ସା ଗ୍ରାମରେ ଏକ ଅନନ୍ୟ ତଥା ନିଆରା ବିବାହ ଦେଖିବାକୁ ମିଳିଛି, ଯେଉଁଠାରେ ଗ୍ରାମବାସୀମାନେ ସମ୍ପୂର୍ଣ୍ଣ ବୈଦିକ ରୀତିନୀତି ଅନୁଯାୟୀ ଏକ ଅଣ୍ଡିରା ବାଛୁରୀ ଓ ମାଈ ବାଛୁରୀଙ୍କର ବିବାହ କରାଇଛନ୍ତି । ଏହି ପାରମ୍ପରିକ ବିବାହ ଉତ୍ସବଟି ପାଟ ବିଛାଇବାରୀତିରୁ ଆରମ୍ଭ ହୋଇଥିବା ବେଳେ ଉଭୟ ବାଛୁରୀଙ୍କୁ ଚୁନରୀ ପିନ୍ଧାଇ ତିଳକ ଲଗାଯାଇଥିଲା । ଏହାପରେ ଗଣପତି ପୂଜା ସହ ବର ଓ ଓସ୍ତ ଗଛର ପୂଜାର୍ଚ୍ଚନା କରାଯାଇଥିଲା । ବିବାହ ସମୟରେ ମହିଳାମାନେ ମଙ୍ଗଳ ଗୀତ ଗାନ କରିଥିଲେ ଏବଂ ଦ୍ୱିତୀୟ ଦିନରେ ବ୍ୟାଣ୍ଡ-ବାଜା ସହ ଏକ ଭବ୍ୟ ଶୋଭାଯାତ୍ରା ବାହାର କରାଯାଇଥିବା ବେଳେ ତୃତୀୟ ଦିନରେ ମନ୍ଦିର ପ୍ରାଙ୍ଗଣରେ ବେଦ ମନ୍ତ୍ର ଧ୍ୱନି ମଧ୍ୟରେ ଉଭୟଙ୍କର ହାତଗଣ୍ଠି ପଡ଼ିଥିଲା । ଗୋ-ସଂରକ୍ଷଣ ଏବଂ ସ୍ଥାନୀୟ ଲୋକ ସଂସ୍କୃତିକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଆୟୋଜିତ ଏହି ଅଭିନବ ବିବାହରେ କନ୍ୟାଦାନସ୍ୱରୂପ ସଂଗୃହିତ ହୋଇଥିବା ହଜାର ହଜାର ଟଙ୍କାର ରାଶିକୁ ଗ୍ରାମବାସୀମାନେ ସ୍ଥାନୀୟ ଗୋଶାଳାକୁ ଦାନ କରିଦେଇଛନ୍ତି । ଯାହାଫଳରେ ଏହି ଅର୍ଥକୁ ଗୋମାତାଙ୍କ ସେବା, ସୁରକ୍ଷା ଏବଂ ସେମାନଙ୍କ ଖାଦ୍ୟପେୟ ତଥା ନଡ଼ା-କୁଣ୍ଡାର ବ୍ୟବସ୍ଥା ପାଇଁ ବ୍ୟବହାର କରାଯାଇପାରିବ ।

Tags: