ସାପ ପାଳି କୋଟିପତି

ସାପ ପାଳି କୋଟିପତି
Ipsita Picture
By: Ipsita
Published On

 

ଚୀନରେ ଏଭଳି ଅନେକ ଘଟଣା ଘଟିଥାଏ ଯାହା ସୋସିଆଲ ମିଡିଆରେ ଅନେକଦିନ ପର୍ଯ୍ୟନ୍ତ ଚର୍ଚ୍ଚାରେ ରହିଥାଏ । ସେହିଭଳି ଜଣେ ଯୁବତୀ ବର୍ତ୍ତମାନ ଖୁବ ଚର୍ଚ୍ଚାରେ ରହିଛନ୍ତି । ଚୀନର ୨୯ ବର୍ଷୀୟା ଯୁବତୀ 'କିନ୍' ନିଜର ଚାକିରି ଛାଡ଼ି ଏକ ଏଭଳି ବିପଜ୍ଜନକ ବ୍ୟବସାୟ ବାଛିଛନ୍ତି, ଯାହା ଶୁଣିଲେ ଯେକେହି ଆଶ୍ଚର୍ଯ୍ୟ ହୋଇଯିବେ। କିନ୍ ଚାକିରି ଛାଡି ନିଜ ଗାଁକୁ ଫେରି ପ୍ରାୟ ୬୦,୦୦୦ରୁ ଅଧିକ ବିଷଧର ସାପ ପାଳନ କରୁଛନ୍ତି । ଯେଉଁଥିରୁ ସେ ବାର୍ଷିକ ୧୦ ଲକ୍ଷ ୟୁଆନ୍ (ପ୍ରାୟ ୧.୪ କୋଟି ଟଙ୍କା) ରୋଜଗାର କରୁଛନ୍ତି । ପ୍ରଥମେ ତାଙ୍କ ପିତା ଏହି କାମ କରୁଥିଲେ ଏବଂ କଲେଜ ପରେ କିନ୍ ଏହି ଦାୟିତ୍ୱ ନିଜ ହାତକୁ ନେଇଥିଲେ । ତେବେ ଆରମ୍ଭରୁ ତାଙ୍କ ପିତା ଏହି ବିପଦପୂର୍ଣ୍ଣ କାମ ପାଇଁ ଅରାଜି ଥିଲେ । ବର୍ତ୍ତମାନ ତାଙ୍କ ପାଖରେ ୫୦,୦୦୦ରୁ ଅଧିକ ଅତ୍ୟନ୍ତ ବିଷଧର 'ଫାଇଭ୍-ଷ୍ଟେପ୍' ୱାଇପର୍ ଏବଂ ପ୍ରାୟ ୧୦,୦୦୦ କୋବ୍ରା ସାପ ରହିଛନ୍ତି । ଏହି ବ୍ୟବସାୟରୁ ମୁଖ୍ୟତଃ ସାପର ବିଷକୁ ମେଡିକାଲ ରିସର୍ଚ୍ଚ ପାଇଁ, ଶୁଖିଲା ସାପ ଓ ଏହାର ତେଲକୁ ଔଷଧ ତିଆରି ପାଇଁ ଏବଂ ସାପ ମାଂସକୁ ବଜାରରେ ବିକ୍ରି କରି ସେ ପ୍ରଚୁର ଅର୍ଥ ଉପାର୍ଜନ କରୁଛନ୍ତି ।

Tags: