ପିମ୍ପୁଡି ବିକି କୋଟିପତି

ପିମ୍ପୁଡି ବିକି କୋଟିପତି
Ipsita Picture
By: Ipsita
Published On

 

ପିମ୍ପୁଡିକୁ ବିକ୍ରି କରି ମଧ୍ୟ ମାଲେମାଲ ହୋଇପାରିବ, ଏହିଭଳି ଏକ ବ୍ୟବସାୟ ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ ଚର୍ଚ୍ଚାରେ ରହିଛି । କେନ୍ୟାର କିଛି ଅଞ୍ଚଳରେ ଏବେ ଏହି ଅଦ୍ଭୁତ ବ୍ୟବସାୟ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ଏହି ସ୍ଥାନରେ ଲୋକମାନେ ପିମ୍ପୁଡ଼ି ବିକ୍ରି କରି କୋଟିପତି ହେଉଛନ୍ତି । ବିଶେଷ କରି ରିଫ୍ଟ ଭ୍ୟାଲି ଅଞ୍ଚଳରେ ବର୍ଷା ଦିନେ ବାହାରକୁ ଆସୁଥିବା 'ଜାଏଣ୍ଟ ଆଫ୍ରିକାନ ହାର୍ଭେଷ୍ଟର ଆଣ୍ଟ' ନାମକ ବଡ଼ ନାଲି ପିମ୍ପୁଡ଼ିଙ୍କର ବହୁତ ଚାହିଦା ରହିଛି। ଗୋଟିଏ ଗୋଟିଏ ରାଣୀ ପିମ୍ପୁଡ଼ିଙ୍କୁ ବ୍ଲାକ୍ ମାର୍କେଟରେ ପ୍ରାୟ ୧୮ ରୁ ୨୦ ହଜାର ଟଙ୍କାରେ ବିକ୍ରି କରାଯାଉଛି। ଏହି ପିମ୍ପୁଡ଼ିମାନଙ୍କୁ ସହଜରେ ବିଦେଶକୁ ମଧ୍ୟ ପଠାଯାଉଛି, କାରଣ ସ୍କାନର୍ ସାଧାରଣତଃ ଏମାନଙ୍କୁ ଚିହ୍ନଟ କରିପାରେ ନାହିଁ। ହେଲେ ବିଶେଷଜ୍ଞଙ୍କ ମତରେ ଏଭଳି ବହୁ ସଂଖ୍ୟାରେ ରାଣୀ ପିମ୍ପୁଡ଼ିଙ୍କୁ ଧରିବା ଦ୍ୱାରା ସମ୍ପୂର୍ଣ୍ଣ ପିମ୍ପୁଡ଼ି ବଂଶ ଲୋପ ପାଇବା ସହ ପ୍ରାକୃତିକ ସନ୍ତୁଳନ ବିଗିଡ଼ିବାର ଆଶଙ୍କା ରହିଛି। ତେବେ ଏହି ପିମ୍ପୁଡିଙ୍କ ଚାହିଦା ବଢିବା ପଛରେ ବିଭିନ୍ନ କାରଣ ରହିଛି । କିଛି ଦେଶରେ ବର୍ତ୍ତମାନ ପିମ୍ପୁଡିଙ୍କୁ ପାଳିବା ମଧ୍ୟ ଆରମ୍ଭ କରିଛନ୍ତି ।

Tags: