ମୋବାଇଲ୍‌ ସାମଗ୍ରୀ କିଣିଲେ ପେଟ୍ରେଲ୍‌ ଓ ଲେମ୍ବୁ ଫ୍ରି !

ବାରଣାସୀ: ଦେଶରେ ସମସ୍ତ ଜିନିଷର ଦରଦାମ୍‌ ବୃଦ୍ଧି ପାଇବାରେ ଲାଗୁଛି । ଲେମ୍ବୁ ଠାରୁ ଆରମ୍ଭ କରି ପେଟ୍ରୋଲ ସମସ୍ତଙ୍କର ଦାମ ବଢିବାରେ ଲାଗିଛି । ତେବେ ଦରଦାମ ବୃଦ୍ଧି ଦେଖି ସାଧାରଣ ଲୋକଙ୍କର ବିଭିନ୍ନ ପ୍ରତିକ୍ରୟା ସାମାନାକୁ ଆସୁଛି, ଯାହା ସୋସିଆଲ ମିଡିଆରରେ ଭାଇରାଲ ହେବାରେ ଲାଗିଛି । ସେହିଭଳି ଦୋକାନୀ ମଧ୍ୟ ଦୋକାନରେ ଲେମ୍ବୁ ବିକିବାକୁ ଡ଼ରିଲେଣି, କାରଣ ଲୋକ ଆଉ ଲେମ୍ବୁ କିଣୁ ନାହାନ୍ତି । ତେବେ କେତେକ ଦୋକାନରେ ଗ୍ରାହକଙ୍କ ପାଇଁ […]

Samaya Live Picture
Published On

ବାରଣାସୀ: ଦେଶରେ ସମସ୍ତ ଜିନିଷର ଦରଦାମ୍‌ ବୃଦ୍ଧି ପାଇବାରେ ଲାଗୁଛି । ଲେମ୍ବୁ ଠାରୁ ଆରମ୍ଭ କରି ପେଟ୍ରୋଲ ସମସ୍ତଙ୍କର ଦାମ ବଢିବାରେ ଲାଗିଛି । ତେବେ ଦରଦାମ ବୃଦ୍ଧି ଦେଖି ସାଧାରଣ ଲୋକଙ୍କର ବିଭିନ୍ନ ପ୍ରତିକ୍ରୟା ସାମାନାକୁ ଆସୁଛି, ଯାହା ସୋସିଆଲ ମିଡିଆରରେ ଭାଇରାଲ ହେବାରେ ଲାଗିଛି । ସେହିଭଳି ଦୋକାନୀ ମଧ୍ୟ ଦୋକାନରେ ଲେମ୍ବୁ ବିକିବାକୁ ଡ଼ରିଲେଣି, କାରଣ ଲୋକ ଆଉ ଲେମ୍ବୁ କିଣୁ ନାହାନ୍ତି ।

ମୋବାଇଲ୍‌ ସାମଗ୍ରୀ କିଣିଲେ ପେଟ୍ରେଲ୍‌ ଓ ଲେମ୍ବୁ ଫ୍ରି !

ତେବେ କେତେକ ଦୋକାନରେ ଗ୍ରାହକଙ୍କ ପାଇଁ ବିଭିନ୍ନ ଅଫର ଦିଆଯାଉଛି । ସେହିପରି ଏକ ଅଫର ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ବାରଣାସୀର ଗୋଟିଏ ମୋବାଇଲ୍‌ ଦୋକାନୀ ନିଜ ଗ୍ରାହକଙ୍କ ପାଇଁ ଏକ ଲୋଭନୀୟ ଆକର୍ଷଣ ରଖିଛନ୍ତି । ତାଙ୍କ ଦୋକାନରୁ ଗୋଟିଏ ୧୦ ହଜାରର ମୋବାଇଲ କିଣିଲେ ଗୋଟିଏ ଲିଟର ପେଟ୍ରୋଲ୍‌ ମାଗଣା ମିଳୁଛି । କେବଳ ଏତିିକ ନୁହେଁ କେହି ଯଦି ତାଙ୍କ ଦୋକାନରୁ ୧୦୦ ଟଙ୍କାର ମୋବାଇଲ୍‌ ସାମଗ୍ରୀ କିଣନ୍ତି ତେବେ ୨ଟା ଲେମ୍ବୁ ମାଗଣାରେ ମିଳିବ । ଅଫରଟି ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଲୋକମାନେ ଏହି ଆର୍ଷଣୀୟ ଅଫରର ପ୍ରଂଶସା କରିଛନ୍ତି ।