ମୋଜା ପୋଡା ଉତ୍ସବ
ଆମେରିକାର ମେରିଲ୍ୟାଣ୍ଡ ସ୍ଥିତ ଆନାପୋଲିସ୍ ସହରରେ ପ୍ରତିବର୍ଷ ଏକ ଅଦ୍ଭୁତ ତଥା ନିଆରା ପରମ୍ପରା ମାଧ୍ୟମରେ ଗ୍ରୀଷ୍ମ ଋତୁକୁ ସ୍ବାଗତ କରାଯାଉଛି । ଏଠାରେ ଲୋକମାନେ ନିଜର ପୁରୁଣା ଓ ଦୁର୍ଗନ୍ଧଯୁକ୍ତ ମୋଜାଗୁଡ଼ିକୁ ଜଳାଇ ଶୀତକୁ ବିଦାୟ ଦେଇଥାନ୍ତି । ଏହି ପରମ୍ପରାର ଆରମ୍ଭ ୧୯୭୭ ମସିହାରେ ହୋଇଥିଲା, ଏହି ସମୟରେ ଜଣେ ନାବିକ ଶୀତ ଦିନର କଷ୍ଟରୁ ମୁକ୍ତି ପାଇବା ପାଇଁ ନିଜ ମୋଜା ଜଳାଇ ଖୁସି ମନାଇଥିଲେ। ସେବେଠାରୁ ଏହା ଏକ ପ୍ରଥାରେ ପରିଣତ ହୋଇଛି । ଚେସାପିକ୍ ଉପକୂଳରେ ବୋଟିଂ ସିଜନ୍ର ଶୁଭାରମ୍ଭକୁ ସୂଚାଉଥିବା ଏହି କାର୍ଯ୍ୟକ୍ରମରେ ଲୋକମାନେ ଜାଣିଶୁଣି ନିଜର ସବୁଠାରୁ ପୁରୁଣା ମୋଜା ବାଛି ନିଆଁରେ ପକାଇଥାନ୍ତି । ବର୍ତ୍ତମାନ ଏହା ଏକ ପର୍ବର ରୂପ ନେଇଛି, ଯେଉଁଠାରେ ଲୋକମାନେ ଏକାଠି ହୋଇ ଲାଇଭ୍ ମ୍ୟୁଜିକ୍, ସାମୁଦ୍ରିକ ଖାଦ୍ୟ (ସିଫୁଡ୍) ଏବଂ ବିଭିନ୍ନ ପ୍ରକାରର ପାନୀୟ ସହିତ ଏହି ମୋଜା ପୋଡା ଉତ୍ସବର ମଜା ଉଠାଇଥାନ୍ତି ।
Tags:



