ପାଚେରି ନିର୍ମାଣରେ ବାସ୍ତୁବିଚାର
ଘର କରିବା ପାଇଁ ସ୍ଥିର କରିଥିବା ଜାଗାର ଚତୁଃପାଶ୍ୱର୍ରେ ପାଚେରି ତିଆରି କରିବା ଉଚିତ୍ । ସେହି ସ୍ଥାନକୁ ଯିବା ପାଇଁ ପାଚେରି କାନ‘ରେ ଯଦି ଦୁଇଟି ପ୍ରବେଶ ପଥ ରହେ ତେବେ ତାହା ସର୍ବୋତ୍ତମ ବୋଲି ବିଚାର କରାଯାଇଥାଏ । ପାଚେରି କାନ‘ର ଉଚ୍ଚତା ଘରର ଉଚ୍ଚତା ଠାରୁ କମ୍ କରାଯିବା ଉଚିତ । ପାଚେରି କାନ‘ ଉପରେ ଗୃହନିର୍ମାଣ କରାନଯାଇ ଘର ଚତୁଃପାଶ୍ୱର୍ରେ କିଛି ଜାଗା ଛାଡ଼ିବା ଉଚିତ । ବିଶେଷକରି ଉତ୍ତର ପୂର୍ବ […]
ଘର କରିବା ପାଇଁ ସ୍ଥିର କରିଥିବା ଜାଗାର ଚତୁଃପାଶ୍ୱର୍ରେ ପାଚେରି ତିଆରି କରିବା ଉଚିତ୍ । ସେହି ସ୍ଥାନକୁ ଯିବା ପାଇଁ ପାଚେରି କାନ‘ରେ ଯଦି ଦୁଇଟି ପ୍ରବେଶ ପଥ ରହେ ତେବେ ତାହା ସର୍ବୋତ୍ତମ ବୋଲି ବିଚାର କରାଯାଇଥାଏ । ପାଚେରି କାନ‘ର ଉଚ୍ଚତା ଘରର ଉଚ୍ଚତା ଠାରୁ କମ୍ କରାଯିବା ଉଚିତ । ପାଚେରି କାନ‘ ଉପରେ ଗୃହନିର୍ମାଣ କରାନଯାଇ ଘର ଚତୁଃପାଶ୍ୱର୍ରେ କିଛି ଜାଗା ଛାଡ଼ିବା ଉଚିତ । ବିଶେଷକରି ଉତ୍ତର ପୂର୍ବ ଦିଗରେ ଅଧିକ ଖୋଲା ସ୍ଥାନ ଓ ଦକ୍ଷିଣ ପଶ୍ଚିମ ଦିଗରେ କମ୍ ଖୋଲାସ୍ଥାନ ଛାଡ଼ିବା ଉଚିତ । ଜାଗାର ଦକ୍ଷିଣ ଓ ପଶ୍ଚିମ ଦିଗର ପାଚେରି କାନ‘ ଉତ୍ତର ଓ ପୂର୍ବ ଦିଗର ପାଚେରି କାନ‘ ତୁଳନାରେ ମୋଟା ଓ ଉଚ୍ଚ ହେବା ଉଚିତ୍ । ପାଚେରି କାନ‘ର ଦକ୍ଷିଣ-ପଶ୍ଚିମ କୋଣ ଉଚ୍ଚା ହେଲେ ସୁଖ, ସ୍ୱାସ୍ଥ୍ୟ, ସମୃଦ୍ଧି, ନାମ, ଯଶ ଓ ପ୍ରଶଂସା ମିଳିଥାଏ । ପାଚେରି କାନ‘ର ଉତ୍ତର-ପଶ୍ଚିମ କୋଣଟି ଉଚ୍ଚହେଲେ ସୁଖ ଓ ସ୍ୱାସ୍ଥ୍ୟରେ ଉନ୍ନତି ଘଟେ । ପାଚେରି କାନ‘ର ଦକ୍ଷିଣ-ପୂର୍ବ କୋଣଟି ଉଚ୍ଚା ହେଲେ ସମସ୍ତ ପ୍ରକାର ଯଶ ଓ ପ୍ରଶଂସା ମିଳିଥାଏ । ପାଚେରି କାନ‘ର ପୂର୍ବ କାନ‘ ଉଚ୍ଚ ହେଲେ ଅମଙ୍ଗଳ ଘଟେ । ଗୃହ କର୍ତ୍ତାଙ୍କର ସମ୍ମାନହାନୀ ଯୋଗ ଥାଏ । ଉତ୍ତର ଦିଗ ପାଚେରି କାନ‘ ଉଚ୍ଚ ହେଲେ ଧନହାନି ଓ ମାନହାନି ହେବାର ସମ୍ଭାବନା ଥାଏ । ପାଚେରୀ କାନ‘ର ଐଶାନ୍ୟ କୋଣଟି ଉଚ୍ଚ ହେଲେ ସମସ୍ତ କ୍ଷେତ୍ରରେ ପ୍ରତିବନ୍ଧକ ଦେଖାଦିଏ । ଋଣଭାର ବଢ଼ିଚାଲେ, ନାନାଦି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ ।




