୨୪ ଘଣ୍ଟାରେ ବଡି ବିଲ୍ଡର
ଚୀନର ସୋସିଆଲ ମିଡିଆରେ ଜଣେ ବ୍ୟକ୍ତି ଖୁବ ଭାଇରାଲ ହେବାରେ ଲାଗିଛନ୍ତି । ଏହି ବ୍ୟକ୍ତିଙ୍କର ନାଁ ହେଲା ଏଣ୍ଡି ହାଓ ତିୟାନନ ଯିଏ କି ଜଣେ ଇନ୍ଫ୍ଲìଏନ୍ସର । ତେବେ ସେ ବିନା ଜିମ୍ ଯିବାରେ ବର୍ତ୍ତମାନ ବଡି ବିଲïର ପାଲଟିଛନ୍ତି । କେବଳ ଇଞ୍ଜେକସନ ସହାୟତାରେ ସେ ନିଜର ବଡି ବନାଇଛନ୍ତି, ଯାହା କିଛି ମିନିଟ୍ରେ ହିଁ ତାଙ୍କୁ ବଡିବିଲïର କରାଇ ପାରିଛି । ତେବେ ଏହି ଇଞ୍ଜେକସନ ପାଇଁ ସେ ୪.୬ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ସେ ଏହି ଅର୍ଥରେ ପାଖାପାଖି ୧୦ ହଜାରଟି ହାୟଲୁରୋନିକ ଏସିଡର ଇଞ୍ଜକେସନ କିଣିଛନ୍ତି । ଏହାପରେ ପାଖାପାଖି ୪୦ ହଜାର ଡୋଜ ସେ କାନ୍ଧ, ଛାତି, କଲରବୋନ ଓ ପେଟରେ ନେଇଥିଲେ । ଯାହାଫଳରେ ତାଙ୍କର ୮ ପ୍ୟାକ୍ ଆବ୍ସ ବନିଯାଇଥିଲା । ସେହିଭଳି ଯଦି ଏହି ଆବ୍ସ ତାଙ୍କର ତିନି ବର୍ଷ ଭିତରେ ନକମେ ତେବେ ସେ ଗିନିଜ ରେକର୍ଡରେ ନିଜ ନାଁକୁ ସାମିଲ କରିପାରିବେ ।
Tags:




