ବିବାହରେ ବାପାଙ୍କଠାରୁ ମିଳିଥିବା ୭୫ ଲକ୍ଷ ଟଙ୍କା ଦାନ କଲେ କନ୍ୟା
ରାଜସ୍ଥାନ: ରାଜସ୍ଥାନର ସୀମାରେ ଥିବା ବାରମେରର ଏକ ବିବାହ ଉତ୍ସବ ସାରା ଦେଶରେ ଏବେ ଶିରୋନାମା ପାଲଟିଛି । ଏଠାରେ ଜଣେ ଝିଅ ବିବାହ ସମୟରେ ତାଙ୍କ ବାପାଙ୍କଠାରୁ ପାଇଥିବା ୭୫ ଲକ୍ଷ ଟଙ୍କାର ଅର୍ଥରାଶିକୁ ଏକ ବାଳିକା ହଷ୍ଟେଲ୍ ପାଇଁ ଦାନ କରିଦେଇଛନ୍ତି । ବାପା ମଧ୍ୟ ଖୁସି ଖୁସିରେ ଝିଅର ଏହି ନିଷ୍ପତ୍ତିକୁ ଗ୍ରହଣ କରି ସମଗ୍ର ସମାଜ ସାମ୍ନାରେ ଏକ ବଡ଼ ଉଦାହରଣ ସୃଷ୍ଟି କରିଥିବା କହିଛନ୍ତି । ବାପାଝିଅଙ୍କର ଏହି ଅନନ୍ୟ […]
ରାଜସ୍ଥାନ: ରାଜସ୍ଥାନର ସୀମାରେ ଥିବା ବାରମେରର ଏକ ବିବାହ ଉତ୍ସବ ସାରା ଦେଶରେ ଏବେ ଶିରୋନାମା ପାଲଟିଛି । ଏଠାରେ ଜଣେ ଝିଅ ବିବାହ ସମୟରେ ତାଙ୍କ ବାପାଙ୍କଠାରୁ ପାଇଥିବା ୭୫ ଲକ୍ଷ ଟଙ୍କାର ଅର୍ଥରାଶିକୁ ଏକ ବାଳିକା ହଷ୍ଟେଲ୍ ପାଇଁ ଦାନ କରିଦେଇଛନ୍ତି । ବାପା ମଧ୍ୟ ଖୁସି ଖୁସିରେ ଝିଅର ଏହି ନିଷ୍ପତ୍ତିକୁ ଗ୍ରହଣ କରି ସମଗ୍ର ସମାଜ ସାମ୍ନାରେ ଏକ ବଡ଼ ଉଦାହରଣ ସୃଷ୍ଟି କରିଥିବା କହିଛନ୍ତି । ବାପାଝିଅଙ୍କର ଏହି ଅନନ୍ୟ ପଦକ୍ଷେପକୁ ସମସ୍ତେ ପ୍ରଶଂସା କରିଛନ୍ତି ।

ସୂଚନା ଅନୁଯାୟୀ ବାରମେର ଜିଲ୍ଲାର କାନୋଡ ଗାଁରେ ଅଞ୍ଜଲି ରହିଥାନ୍ତି । ସେ ଯେଉଁ ସମାଜରୁ ଆସିଛନ୍ତି, ସେଠାରେ ଝିଅମାନଙ୍କ ଶିକ୍ଷା ଗ୍ରହଣ କରିବା କ୍ୱଚିତ୍ ସମ୍ଭବ ହୋଇଥାଏ । ଅତୀତରେ ଏଠାରେ ଝିଅ ଜନ୍ମ ହେବାକୁ ଅଭିଶାପ ବୋଲି ବିବେଚନା କରାଯାଉଥିଲା । ତେଣୁ ଯେତେବେଳେ ଅଞ୍ଜଲୀ ଦ୍ୱାଦଶ ଶ୍ରେଣୀରେ ପାସ୍ କରିବା ପରେ ଆଗକୁ ପଢ଼ିବାକୁ ଚାହିଁଲେ, ସେତେବେଳେ ସମାଜର ଲୋକମାନେ ତାଙ୍କୁ ଥଟ୍ଟା କରିବାକୁ ଲାଗିଲେ ଏବଂ ସମାଲୋଚନା କଲେ । ଏହାପରେ ଅଞ୍ଜଲୀ ଦ୍ୱାଦଶ ଶ୍ରେଣୀ ପରେ ଦିଲ୍ଲୀ ଚାଲିଆସିଲେ । ଦିଲ୍ଲୀରେ ଗ୍ରାଜୁଏସନ କଲେ ଏବଂ ସେ ଏବେ ଏଲଏଲବି ପଢୁଛନ୍ତି । ଗାଁର ସ୍ଥାନୀୟ ଅଞ୍ଚଳରେ ବାଳିକା ହଷ୍ଟେଲ୍ର ନିର୍ମାଣ ପାଇଁ ଅଞ୍ଜଲିଙ୍କ ବାପା କିଶୋର ସିଂହ ପୂର୍ବରୁ ହିଁ ଏକ କୋଟି ଟଙ୍କା ଦାନ କରିସାରିଛନ୍ତି । ହେଲେ ଅର୍ଥ ଅଭାବରୁ ଏହି ପ୍ରୋଜେକଫ ସମ୍ପୂର୍ଣ୍ଣ ହୋଇପାରିନାହିଁ ।
ଯେତେବେଳେ ଏସମ୍ପର୍କରେ ଅଞ୍ଜଲି ଜାଣିବାକୁ ପାଇଲେ ସେ କୌଣସି ଉପାୟରେ ହଷ୍ଟେଲ କାମକୁ ପୁରା କରିବା ପାଇଁ ନିଷ୍ପତ୍ତି ନେଲେ । ୨୧ ନଭେମ୍ବରରେ ବିବାହ ସ୍ଥିର ହେବା ପରେ ସେ ବାପାଙ୍କଠାରୁ ୭୫ ଲକ୍ଷ ଟଙ୍କା ଚାହିଁଲେ, ଯାହା ସେ ହଷ୍ଟେଲ ପାଇଁ ଦେବାକୁ ଚାହୁଁଥିଲେ । ସେପଟେ ବାପା କିଶୋର ସିଂହ ମଧ୍ୟ ବିବାହର କନ୍ୟାଦାନ ସମୟରେ ଝିଅର ଇଚ୍ଛାକୁ ପୂରଣ କରିଛନ୍ତି । ସେପଟେ ବୋହୂ ଅଞ୍ଜଲିର ଏହି ନିଷ୍ପତ୍ତିରେ ଶଶ୍ୱର ଘର ଲୋକ ମଧ୍ୟ ବହୁତ ଖୁସି ହେବା ସହ ପ୍ରଶଂସା କରିଛନ୍ତି ।




