ବ୍ରେକଅପ୍ ଫିସ୍
ଚୀନର ଏକ ଅଜବ ଘଟଣା ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇାଲ ହେବାରେ ଲାଗିଛି । ସୂଚନା ଅନୁସାରେ ସେଠାରେ ପୁରୁଷମାନଙ୍କୁ ନିଜ ଗାର୍ଲଫ୍ରେଣ୍ଡଙ୍କୁ ‘ବ୍ରେକଅପ୍ ଫିସ୍’ ଦେବାକୁ ପଡ଼ୁଛି। ଚୀନର ଆଧୁନିକ ଡେଟିଂ କଲ୍ଚରରେ ଉଭା ହୋଇଥିବା ଏହି ପ୍ରଥାକୁ ସ୍ଥାନୀୟ ଭାଷାରେ ‘ଫେନଶୋଉ ଫେଇ’ କୁହାଯାଏ । ଯେଉଁଠାରେ ସମ୍ପର୍କ ଭାଙ୍ଗୁଥିବା ପାର୍ଟନର ଅନ୍ୟ ଜଣଙ୍କୁ ଆର୍ଥିକ କ୍ଷତିପୂରଣ ଦେଇଥାଏ । ଏହି ଦେୟ କୌଣସି ଆଇନଗତ ନିୟମ ବା ପୁରୁଣା ପରମ୍ପରା ନୁହେଁ, ବରଂ ସମ୍ପର୍କରେ ବିତାଇଥିବା ସମୟ, ଇମୋସନାଲ ଇନଭେଷ୍ଟମେଣ୍ଟ ଏବଂ ହୋଇଥିବା ଖର୍ଚ୍ଚର ଭରଣା ଭାବେ ଏହାକୁ ଦେଖାଯାଏ । ଏହି କ୍ଷତିପୂରଣ ରାଶି କିଛି ହଜାର ୟୁଆନରୁ ଆରମ୍ଭ କରି ଲକ୍ଷ ଲକ୍ଷ ୟୁଆନ୍ ପର୍ଯ୍ୟନ୍ତ ହୋଇପାରେ । ସେହିଭଳି ଅଧିକାଂଶ କ୍ଷେତ୍ରରେ ପୁରୁଷମାନଙ୍କୁ ହିଁ ଏହି ଅର୍ଥ ଗଣିବାକୁ ପଡ଼ିଥାଏ । ଏପରିକି ହାଙ୍ଗଝୋଉ ସହରର ଏକ ଚର୍ଚ୍ଚିତ ମାମଲାରେ ଜଣେ ବ୍ୟକ୍ତି ନିଜ ଏକ୍ସ-ଗାର୍ଲଫ୍ରେଣ୍ଡଙ୍କ ପାଇଁ ପ୍ରାୟ ୩ ଲକ୍ଷ ଡଲାର ଭର୍ତ୍ତି ଏକ ସୁଟକେସ୍ ଦେଇଥିବାର ଉଦାହରଣ ରହିଛି । ଯଦିଓ ଚୀନରେ ଏହି ବ୍ରେକଅପ୍ ଫିସ୍ ଦେବା ବାଧ୍ୟତାମୂଳକ ନୁହେଁ, ତଥାପି ଯଦି ଦୁଇଜଣଙ୍କ ମଧ୍ୟରେ ଲିଖିତ ଚୁକ୍ତିନାମା ହୋଇଥାଏ । ତେବେ ସେଠାକାର ଅଦାଲତ ଏହାକୁ ଏକ ବୈଧ କଣ୍ଟ୍ରାକ୍ଟ ବୋଲି ମାନିଥାଆନ୍ତି । ତେବେ ସୋସିଆଲ ମିଡିଆରେ କିଛିଲୋକ ଏହାକୁ ବିରୋଧ କରୁଥିବା ମଧ୍ୟ ଦେଖିବାକୁ ମିଳୁଛି ।




