ସାହସୀ କୁକୁର
ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟର ଏକ ଘଟଣା ବର୍ତ୍ତମାନ ଚର୍ଚ୍ଚାରେ ଅଛି । ସୂଚନା ଅନୁସାରେ ଜୁଲିଆନା ନାମକ ଜଣେ ଗ୍ରେଟ୍ ଡେନ୍ ପ୍ରଜାତିର ମାଈ କୁକୁର ନିଜର ବୁଦ୍ଧିମତା ପ୍ରୟୋଗ କରି ଏକ ଜ୍ୱଳନ୍ତ ବୋମାକୁ ନିଷ୍କ୍ରିୟ କରିଦେଇଥିଲା । ଇଂଲଣ୍ଡରେ ଜର୍ମାନ ଏୟାର ରେଡ୍ ସମୟରେ ଏକ ଘରର ଛାତ ଫାଟି ଏକ ବୋମା ଭିତରକୁ ଖସି ପଡ଼ିଥିଲା, ଯାହା ଫଳରେ ଚାରିଆଡ଼େ ଆତଙ୍କ ଖେଳିଯାଇଥିଲା। ମାତ୍ର ଜୁଲିଆନା ଭୟଭୀତ ହୋଇ ପଳାଇବା ପରିବର୍ତ୍ତେ ସେହି ଜଳୁଥିବା ବୋମା ଉପରେ ପରିସ୍ରା କରି ତାହାକୁ ଲିଭାଇ ଦେଇଥିଲା, ଯାହାଫଳରେ ଏକ ବଡ଼ ବିସ୍ଫୋରଣ ଟଳିଯିବା ସହ ଲୋକଙ୍କ ଜୀବନ ରକ୍ଷା ପାଇଥିଲା। ଏହି ସାହସିକତା ପାଇଁ ଜୁଲିଆନାଙ୍କୁ ସମ୍ମାନଜନକ 'ବ୍ଲୁ କ୍ରସ୍ ମେଡାଲ୍' ପ୍ରଦାନ କରାଯାଇଥିଲା ଏବଂ ସେ ବିଶ୍ୱଯୁଦ୍ଧର ଅନ୍ୟତମ ଚର୍ଚ୍ଚିତ ଆନିମଲ୍ ହିରୋ ଭାବେ ଇତିହାସରେ ସ୍ଥାନ ପାଇଥିଲା । ତେବେ ଏହି ହିରୋର ମୃତ୍ୟୁ ୧୯୪୬ ମସିହାରେ ହୋଇଥିବା ସୂଚନା ରହିଛି ।
Tags:



