‘କ୍ଲଥ୍ ହାଭ୍ ନୋ ଜେଣ୍ଡର୍’ ଅଭିଯାନ ଅନ୍ତର୍ଗତେ ଛାତ୍ର ପିନ୍ଧୁଛନ୍ତି ସ୍କର୍ଟ
ସ୍ପେନ: ସ୍ପେନରେ ‘କ୍ଲଥ୍ ହାଭ୍ ନୋ ଜେଣ୍ଡର୍’ ଅଭିଯାନ ପୁଣି ଥରେ ଚର୍ଚ୍ଚାକୁ ଆସିଛି । ଏଠାରେ ଏକ ସ୍କୁଲରେ ପୁଅଝିଅ ଉଭୟଙ୍କୁ ଲିଙ୍ଗ ସମାନତାର ବାର୍ତ୍ତା ଦେବା ପାଇଁ କ୍ଲାସକୁ ସ୍କର୍ଟ ପିନ୍ଧି ଆସିବା ପାଇଁ କୁହାଯାଇଛି । କିଛି ମାସ ପୂର୍ବେ ଜଣେ ଛାତ୍ର ସ୍କର୍ଟ ପିନ୍ଧିକି ଆସିଥିବାରୁ ସ୍କୁଲରୁ ବାହାର କରାଦିଆଯାଇଥିଲା । ଏହି ଘଟଣା ପରେ ‘କ୍ଲଥ୍ ହାଭ୍ ନୋ ଜେଣ୍ଡର୍’ ଅଭିଯାନ ଆରମ୍ଭ ହୋଇଛି । ଗଣମାଧ୍ୟମର ଏକ ରିପୋର୍ଟ […]
ସ୍ପେନ: ସ୍ପେନରେ ‘କ୍ଲଥ୍ ହାଭ୍ ନୋ ଜେଣ୍ଡର୍’ ଅଭିଯାନ ପୁଣି ଥରେ ଚର୍ଚ୍ଚାକୁ ଆସିଛି । ଏଠାରେ ଏକ ସ୍କୁଲରେ ପୁଅଝିଅ ଉଭୟଙ୍କୁ ଲିଙ୍ଗ ସମାନତାର ବାର୍ତ୍ତା ଦେବା ପାଇଁ କ୍ଲାସକୁ ସ୍କର୍ଟ ପିନ୍ଧି ଆସିବା ପାଇଁ କୁହାଯାଇଛି । କିଛି ମାସ ପୂର୍ବେ ଜଣେ ଛାତ୍ର ସ୍କର୍ଟ ପିନ୍ଧିକି ଆସିଥିବାରୁ ସ୍କୁଲରୁ ବାହାର କରାଦିଆଯାଇଥିଲା । ଏହି ଘଟଣା ପରେ ‘କ୍ଲଥ୍ ହାଭ୍ ନୋ ଜେଣ୍ଡର୍’ ଅଭିଯାନ ଆରମ୍ଭ ହୋଇଛି ।

ଗଣମାଧ୍ୟମର ଏକ ରିପୋର୍ଟ ଅନୁଯାୟୀ, ‘ଏଡିନବର୍ଗର କ୍ଲାସେଲଭିୟୁ ପ୍ରାଇମେରୀ’ ସ୍କୁଲ ଉଭୟ ଛାତ୍ରଛାତ୍ରୀଙ୍କୁ କ୍ଲାସକୁ ସ୍କର୍ଟ ପିନ୍ଧିକି ଆସିବା ପାଇଁ ନିର୍ଦ୍ଦେଶ ଦେଇଛି । ଯାହା ପରେ ସ୍କୁଲର ପିଲାମାନେ ୱିୟର ଏକ ସ୍କର୍ଟ ଟୁ ସ୍କୁଲ ଅର୍ଥାତ୍ ସ୍କୁଲରେ ସ୍କର୍ଟ ପିନ୍ଧ ଅଭିଯାନରେ ଭାଗ ନେଇଥିଲେ । ତେବେ ଏହି ଅଭିଯାନ ଏବେ ଜୋରସୋରରେ ଚାଲିଛି ଏବଂ ଏଥିରେ ବହୁ ସଂଖ୍ୟକ ଛାତ୍ର ଭାଗନେଉଥିବା ନଜର ଆସିଛନ୍ତି ।

୧୫ ବର୍ଷୀୟ ଛାତ୍ର ମିକେଲ ଗୋମେଜ କିଛି ମାସ ପୂର୍ବେ ସ୍କୁଲକୁ ସ୍କର୍ଟ ପିନ୍ଧି ଆସିଥିଲେ । ହେଲେ ସ୍କୁଲ ଏହି ପୋଷାକକୁ ଅନୁମତି ଦେଇନଥିଲା, ଯାହା ଫଳରେ ଛାତ୍ର ଜଣଙ୍କୁ ସ୍କୁଲ ପ୍ରଶାସନ ବାହାର କରିଦେଇଥିଲା । ମିକେଲକୁ ସମର୍ଥନ କରି ପ୍ରଥମ ଥର ସ୍ପାନିଶ ସହର ବିଲବାଓରେ ଏହି ଅଭିଯାନ ଆରମ୍ଭ ହୋଇଥିଲା । ଆଉ ଏକ ରିପୋର୍ଟ ଅନୁସାରେ ମିକେଲ ସମର୍ଥନରେ କ୍ଲାସେଲଭିୟୁ ପ୍ରାଇମେରୀ ସ୍କୁଲର ଛାତ୍ରଛାତ୍ରୀଙ୍କ ସହ ଶିକ୍ଷକମାନେ ମଧ୍ୟ ସ୍କର୍ଟ ପିନ୍ଧିଥିବା ନଜର ଆସିଥିଲେ । ତେବେ ସ୍କୁଲର ଏହି ପଦକ୍ଷେପକୁ ନେଇ କିଛି ଅଭିଭାବକ ପ୍ରଶଂସା କରିଥିବା ବେଳେ କେତେଜଣ ଆପତ୍ତି କରିଛନ୍ତି ।




