ବହି ଚୋର

ବହି ଚୋର
Ipsita Picture
By: Ipsita
Published On

 

ଆପଣ ସାଧାରଣତଃ ଚୋରମାନେ ଟଙ୍କା କିମ୍ବା ସୁନା ଗହଣା ଚୋରି କରିବା କଥା ଆପଣ ଶୁଣିଥିବେ, କିନ୍ତୁ ଆମେରିକାର ଷ୍ଟିଫନ ବ୍ଲମବର୍ଗ ନାମକ ଜଣେ ବ୍ୟକ୍ତି ନିଜର ନିଆରା ନିଶା ପାଇଁ ସାରା ବିଶ୍ୱରେ ‘ବୁକ୍ ଥିଫ୍’ ବା ବହି ଚୋର ଭାବେ ପରିଚିତ ହୋଇଥିଲେ । ଷ୍ଟିଫନଙ୍କର ପିଲାଦିନରୁ ବହି ପ୍ରତି ଏତେ ଗଭୀର ଭଲପାଇବା ଥିଲା ଯେ, ସେ ଭାବୁଥିଲେ ବଡ଼ ବଡ଼ ଲାଇବ୍ରେରୀଗୁଡ଼ିକ ଦୁର୍ଲଭ ପୁସ୍ତକର ସଠିକ୍ ଯତ୍ନ ନେଇପାରୁ ନାହାଁନ୍ତି । ଆଉ ଏହି ଚିନ୍ତାଧାରା ତାଙ୍କୁ ଚୋରି ଦୁନିଆକୁ ଟାଣି ନେଇଥିଲା । ୧୯୭୦ ରୁ ୧୯୯୦ ମସିହା ମଧ୍ୟରେ ସେ ଆମେରିକା ଏବଂ କାନାଡାର ପ୍ରାୟ ୪୫ଟି ରାଜ୍ୟର ୨୬୮ଟି ଲାଇବ୍ରେରୀରୁ ହଜାର ହଜାର ଦୁର୍ଲଭ ପୁସ୍ତକ ଓ ଐତିହାସିକ ଦସ୍ତାବେଜ ଚୋରି କରିଥିଲେ । ଶେଷରେ ୨୦ ମାର୍ଚ୍ଚ ୧୯୯୦ରେ ଯେତେବେଳେ ଏଫବିଆଇ ତାଙ୍କ ଘରେ ଚଢ଼ାଉ କରିଥିଲା, ସେତେବେଳେ ପୋଲିସ ଅଧିକାରୀମାନେ ତାଙ୍କ ଘରର ବାଥରୁମ୍, କିଚେନ୍ ଏବଂ ବେଡରୁମ୍ ସବୁଠି ବହି ଭର୍ତ୍ତି ହୋଇଥିବା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ସେଠାରୁ ପ୍ରାୟ ୨୩,୬୦୦ଟି ବହି ମିଳିଥିଲା, ଯାହାର ମୋଟ ଓଜନ ପାଖାପାଖି ୧୯ ଟନ୍ ଥିଲା, ଯାହାକି ପୁସ୍ତକ ଜଗତରେ ଚୋରିର ଏକ ସବୁଠାରୁ ବଡ଼ ଏବଂ ଅଜବ ଘଟଣା ଭାବେ ଇତିହାସରେ ଲିପିବଦ୍ଧ ହୋଇ ରହିଛି ।

Tags: